ବେରଙ୍ଗ ହେଲା ନୂଆବର୍ଷ ! ଦୁଇଦିନ କାଳ ବନ୍ଦ ରହିବ ଇଂଟରନେଟ୍ ସେବା

35

ଗୋଟିଏ ପଟରେ ସାରା ଦୁନିଆ ନୂତନବର୍ଷକୁ ସ୍ୱାଗତ କରିବା ପାଇଁ ଉତ୍ସବର ମାହୋଲ ସୃଷ୍ଟି କରିଥିବା ବେଳେ ଏହି ଉତ୍ସବରୁ ବାଦ ପଡିଛି ଭାରତର ଗୋଟିଏ ରାଜ୍ୟ । ଯେଉଁଠି ନୂଆବର୍ଷ ପାଳନ କରିବା ତ ଦୂରର କଥା ଇଂଟରନେଟ୍ ସେବାକୁ ମଧ୍ୟ ଦୁଇ ଦିନ ପାଇଁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ତେବେ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ରାଜସ୍ଥାନର ଏକ ଜିଲ୍ଲାରେ ।

ସୂଚନା ମୁତାବକ, ରାଜସ୍ଥାନର ବୁନ୍ଧି ନାମକ ଜିଲ୍ଲାରେ ଏକ ବିବାଦ କାରଣରୁ ଦୁଇ ଦିନ ପାଇଁ ରାଜ୍ୟରେ ଇଂଟରନେଟ୍ ସେବାକୁ ପୂରା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖାଲି ସେତିକି ନୁହେଁ ଏପରିକି ଲୋକଙ୍କୁ ନିୟୁ ଇଅର ସେଲିବ୍ରେଟ କରିବାକୁ ମଧ୍ୟ ବାରଣ କରାଯାଇଛି ।

ସୂତ୍ର ଅନୁସାରେ, ଜାନୁଆରୀ ୧ ତାରିଖରେ ହିନ୍ଦୁ ମହାସଭା ପକ୍ଷରୁ ଟାଇଗର ହିଲରେ ଏକ ପୂଜାର୍ଚ୍ଚନାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ଏଠାରେ ଉତ୍ତେଜନ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଇଛି । ତେଣୁ ଜିଲ୍ଲାରେ ବର୍ତ୍ତମାନ ୧୪୪ ଧାରା ଲାଗୁ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ରାଜ୍ୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଦୁଇ ଦିନ ପାଇଁ ଇଂଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ସୌଜନ୍ୟ: ଅମର ଉଜାଲା