ପରିବହନ ବିଭାଗର ନୂଆ ନିୟମ: ଯଦି ଚାଳକଙ୍କ ପାଖରେ ନଥିବ ଏହି ଦସ୍ତାବିଜ ତେବେ କଟା ଯାଇପାରେ ୧୫ ଶହ ଟଙ୍କାର ଚାଲାଣ

25

ଗାଡି ଚାକଳକଙ୍କ ପାଇଁ ବଢିଲା ଅଡୁଆ । ଯଦି ଆପଣଙ୍କ ନିକଟରେ ଏହି ତଥ୍ୟ ନଥିବ ତେବେ ଆପଣଙ୍କୁ ଏଥିପାଇଁ ମୋଟା ରକମର ତଣ୍ଡ ଗଣିବାକୁ ପଡିବ । ସୂଚନା ମୁତାବକ, ପ୍ରଦୂଷଣ ଯାଂଚ ହୋଇନଥିବା ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଏବେ ତ୍ରାହି ମିଳିବନି । ଏପରି ଗାଡି ଚଲାଉଥିବା ଚାଳକଙ୍କଠାରୁ ଚାଲାଣ କାଟିବ ପରିବହନ ବିଭାଗ । ଯାଂଚର ନବୀକରଣ ନକରିବା ଉପରେ ଏଣିକି ଜରିମାନା ଆଦାୟ କରାଯିବ । ଏଥିସହିତ ବାହନ ସଂପର୍କିତ ସମସ୍ତ ତଥ୍ୟ ମଧ୍ୟ ଅନଲାଇନ ରଖାଯିବ ।

ଯଦି କୌଣସି ବ୍ୟକ୍ତି ବିନା ପ୍ରଦୂଷଣ ଯାଂଚର ଗାଡି ଡ୍ରାଇଭିଂ କରୁଥିବା ସମୟରେ ଧରା ପଡିନ୍ତି ତେବେ ତାଙ୍କଠାରୁ ୧୫୦୦ ଟଙ୍କା ଚାଲାଣ କଟାଯାଇପାରେ । ସେହିପରି ଯାଂଚର ସମୟସୀମା ଶେଷ ହେବା ପରେ ନବୀକରଣ କରିବା ବାବଦକୁ ୫୦୦ ଏବଂ ହଜାରେ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିବ । ଏହି ବ୍ୟବସ୍ଥା ପରିବହନ ବିଭାଗ ତରଫରୁ ଗତ ୫ ତାରିଖରୁ ଲାଗୁ କରିଦିଆଯାଇଛି । ଯାଂଚ ସମୟସୀମା ଶେଷ ହେବା ପରେ ନବୀକରଣ କରିବା ଉପରେ ଦୁଇ ଚକିଆ ଯାନ ତଥା ବାଇକ ଚାକକଙ୍କୁ ୭୦୦ଟଙ୍କା ଜରିମାନା ଦେବାକୁ ପଡିବା ବେଳେ ଚାରିଚକିଆ ଯାନ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ୧୫୦୦ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିବ ।

ଏଠାରେ ଆମେ କହି ରଖୁଛୁକି, ଏଯାବତ ପରିବହନ ବିଭାଗ ଅଫଲାଇନ ପ୍ରମାଣ ପତ୍ର ଜାରି କରୁଥିଲା । ଏଭଳି ପରିସ୍ଥିତିରେ ପ୍ରଦୂଣଷ ଯାଂଚ କେନ୍ଦ୍ରକୁ ଅନେକ ସମୟରେ ବିନା ଗାଡି ଆଣି ବି ଗାଡିକୁ ପ୍ରଦୂଷଣ ଯାଂଚର ପ୍ରମାଣ ପତ୍ର ମିଳିଯାଉଥିଲା । କିନ୍ତୁ ଏଣିକି ବିଭାଗ, ପ୍ରଦୂଷଣ ପ୍ରମାଣ ପତ୍ର ଜାରି କରିବାର ବ୍ୟବସ୍ଥା ଅନଲାଇନ କରିଦେଇଛି । ଯାହାଦ୍ୱାରା ଗାଡି ନମ୍ବର ଏଂଟର କରିବା କ୍ଷଣି ହିଁ ଚାଳକ କେବେ ପଲ୍ୟୁସନ ଟେଷ୍ଟ କରିଛନ୍ତି ସେ ନେଇ ପୂରା ତଥ୍ୟ ଚାଲିଆସିବ ।

ବର୍ତ୍ତମାନ ପରିବହନ ବିଭାଗର ସମସ୍ତ ପ୍ରଦୂଷଣ ଯାଂଚ କେନ୍ଦ୍ରଗୁଡିକ ଅନଲାଇନ ବାବସ୍ଥା କରିଦିଆଯାଇଛି । ଏଥିସହିତ ପ୍ରଦୂଷଣ ଯାଂଚର ସମୟସୀମା ଶେଷ ହେବା ପରେ ନବୀକରଣ କରିବା ଉପରେ ଜରିମାନା ଦେବାକୁ ପଡିବ ।