ଇଲେକ୍ଟ୍ରିସିଟି ବିଲ୍ ପ୍ରକ୍ରିୟାରେ ହେବ ବଡ ପରିବର୍ତ୍ତନ ! ଏଣିକି ଆପଣଙ୍କର ଗୋଟିଏ ଫଟୋରେ ହିଁ ପ୍ରସ୍ତୁତ ହେବ ସମସ୍ତ ବିଲ୍, ଜାଣନ୍ତୁ କିପରି

46

ଇଲେକ୍ଟ୍ରିସିଟି ବିଲ ପ୍ରକ୍ରିୟାରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁଥିରେ କେବଳ ଫଟୋ ଉଠାଇବା କ୍ଷଣି ହିଁ ଆପଣଙ୍କର ବିଲ୍ ପ୍ରସ୍ତୁତ ହୋଇଯିବ । ତେବେ ଏହା କିପରି ସମ୍ଭବ ତାହା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ବ୍ୟବସ୍ଥା ବର୍ତ୍ତମାନ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଯାଉଛି । ହେି ନୂତନ ବ୍ୟବସ୍ଥା ଆଧାରରେ ଏଣିକି ବିଦ୍ୟୁତ୍ ମିଟରଗୁଡିକରେ ରିଡିଂର କାମ ମୋବାଇଲ ଆପରୁ ହିଁ କରାଯିବ । ଏହି ମୋବାଇଲ ଆପଟିରେ ଆପଣ ମିଟରର ଫଟୋ ଉଠାଇବା କ୍ଷଣି ହିଁ ରିଡିଂ ହିସାବରେ ଆପଣଙ୍କର ବିଦ୍ୟୁତ୍ ବିଲ ପ୍ରସ୍ତୁତ ହୋଇଯିବ । ଆଉ ଏହି ବିଲକୁ ଆପଣ ତୁରନ୍ତ ହିଁ ପାଇଯିବେ ।  ତେବେ ଏହି ନୂଆ ଟେକନିକକୁ ଉତ୍ତରାଖଣ୍ଡ ପାୱାର କର୍ପୋରେସନ ଲିମିଟେଡ୍ ତରଫରୁ ମୋହଲୀର କଂପାନୀ ଟିଡିଏସ ମ୍ୟାଜଜେମେଂଟ କନସଲଟାଂଟ ପ୍ରାଇଭେଟ୍ ଲିମିଡେଟ ସହିତ ଚୁକ୍ତି ସହ ପ୍ରସ୍ତୁତ କରାଯାଇଛି ।

ପ୍ରଥମ ଚରଣରେ ଏହି ଯୋଜନା ହରିଦ୍ୱାରା ଏବଂ ଔଧମସିଂହ ନଗର ଜନପଦରେ କାର୍ଯ୍ୟକାରୀ କରାଯିବ । ସୂଚନା ମୁତାବକ, ଏହିରାଜ୍ୟମାନଙ୍କରେ ବିଦ୍ୟୁତ୍ ଅପଭୋକ୍ତାଙ୍କୁ ଏକ ଧାର୍ଯ୍ୟ ବିଲ ଦେବାକୁ କୁହାଯାଇଛି । ତେବେ ଉପଭୋକ୍ତା ଯେତେ ଚାହିଁଲେ ବିଦ୍ୟୁତ୍ ଖର୍ଚ୍ଚ କରିପାରିବେ ହେଲେ ବିଲ୍ ରୂପରେ ତାଙ୍କୁ ପ୍ରତିମାସ ନିର୍ଦ୍ଧାରିତ ଟଙ୍କା ପଇଠ କରିବାକୁ ହିଁ ପଡିବ । ଏହାବ୍ୟତୀତ. ଅନେକ ସ୍ଥାନରେ ମିଟର ରିଡିଂରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ଆସିଛି । ଯାହାକୁ ଦୃଷ୍ଟିରେ ରଖି ୟିପିସିଏଲ ମୋହାଲିର ଏହି କଂପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିଛି । ତେବେ ଏହି ଯୋଜନାର ପାଖାପାଖି ୧୪.୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

 ଏହି ଯୋଜନା ଆଧାରରେ କଂପାନୀ ମୋବାଇଲ ଆପ ମାଧ୍ୟମରେ ବିଜୁଳି ବିଲ୍ ଉପଭୋକ୍ତାଙ୍କୁ ଦେବ । ଉପଭୋକ୍ତା ମୋବାଇଲ ଆପରୁ  ବିଜୁଳି ମିଟରର ଏକ ଫଟୋ ନେବା କ୍ଷଣି ହିଁ ଏହି ଡାଟା ୟୁପିସିଏଲ ସର୍ଭରରେ ଚାଲିଯିବ ଏବଂ ରିଡିଂ ହିସାବରେ ବିଲ୍ ଆପଣା ଛାଏଁ ପ୍ରସ୍ତୁତ ହୋଇଯିବ । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ଉପଭୋକ୍ତାଙ୍କୁ ବିଜୁଳି ବିଲ ପ୍ରଦାନ କରି ଦିଆଯିବ ।