ଆପଣଙ୍କ ପାଖରେ କାର କିମ୍ବା ବାଇକ୍ ଅଛି କି? ତେବେ ଜାଣି ରଖନ୍ତୁ ଏହି ନୂଆ ନିୟମ ସଂପର୍କରେ, ନଚେତ୍ ବିନା ଡ୍ରାଇଭିଂରେ ବି ଯାଇପାରନ୍ତି ଜେଲ୍

55

ଯେମିତି କି ସମସ୍ତେ ଜାଣିଛନ୍ତି, ଭାରତରେ ଗାଡି ଚଲାଇବାର ଏକ ନିର୍ଦ୍ଦିଷ୍ଟ ବୟସସୀମା ରଖାଯାଇଛି , ଯାହା ୧୮ ବର୍ଷ ଅଟେ । କିନ୍ତୁ ଏହାସତ୍ୱେ ବି ଆପଣ ଦେଖିଥିବେ କି, ରାସ୍ତାଘାଟରେ ଗାଡି ଚଲାଉଥିବା ଚାଳକଙ୍କ ମଧ୍ୟରୁ ଅଧାରୁ ଅଧିକ ସଂଖ୍ୟକ ନାବାଲିଙ୍ଗ ତଥା ନାବାଳକ/ନାବାଳିକା ଅଟନ୍ତି । ଯେଉଁମାନଙ୍କର ବୟସ ୧୮ ବର୍ଷରୁ ବହୁତ କମ୍ । ବଡ କଥା ହେଲାକି, ଏମାନଙ୍କ କାରଣରୁ ହିଁ ପ୍ରତିଦିନ କେହି ନା କେହି ଦୁର୍ଘଟଣାର ଶିକାର ହେଉଛନ୍ତି ଏବଂ ଅକାଳରେ ମୃତ୍ୟୁର ସାମ୍ନା କରିବାକୁ ପଡୁଛି । ତେଣୁ ଏମାନଙ୍କ ଉପରେ ଲଗାମ କସିବାକୁ ଏଣିକି ଏମାନଙ୍କର ବାପାମାଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜ୍ଞା ହଁ ! ଏଣିକି ପିଲାଙ୍କ ପାଇଁ ବାପାମାଆଙ୍କୁ ହିଁ ଜେଲ ଯିବାକୁ ପଡିବ । ତେବେ ଏଭଳି ଏକ ନିଆରା ଆଇନ୍ ପ୍ରସ୍ତୁତ କରିଛି ହାଇଦ୍ରାବାଦ ପୁଲିସ ।

ସୂଚନା ମୁତାବକ, ହାଇଦ୍ରାବାଦ ପୁଲିସ ଏମିତି ୨୬ଜଣ ପିତା ମାତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଛି ଯେଉଁମାନେ ତାଙ୍କର ନାବାଳକ ପିଲାମାନଙ୍କୁ ଗାଡି ଚଲାଇବା ପାଇଁ ଦେଉଛନ୍ତି । ତେବେ ନାବାଳକ ପିଲାମାନେ ଗାଡି ଚଲାଉଥିବାରୁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ହାଇଦ୍ରାବାଦ ପୋଲିସ ଏପରି ଏକ ବିଶେଷ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ପୋଲିସ ଯେଉଁ ନାବାଳକ ପିଲାମାନେ ଗାଡି ଚଲାଉଛନ୍ତି ସେମାନଙ୍କୁ ଧରି ତାଙ୍କର ମାତା ପିତାଙ୍କୁ ହେଫାଜତରେ ନେଉଛି ।

୨୬ ଜଣ ମାତା ପିତାଙ୍କୁ ଜେଲ 

ହାଇଦ୍ରାବାଦ ଟ୍ରାଫିକ ପୋଲିସର ଜଏଣ୍ଟ କମିଶନର ଅନିଲ କୁମାର କହିଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ଅଦାଲତ ୨୦ଜଣ ଅଭିଭାବକଙ୍କୁ ଜେଲ ପଠାଇଥିଲେ । ଚଳିତ ମାସରେ ଏପର୍ଯ୍ୟନ୍ତ ୬ ଜଣ ଅଭିଭାବକଙ୍କୁ କୋର୍ଟ ଜେଲ ପଠାଇ ସାରିଲାଣି । ନାବାଳକ ପିଲା ଏବଂ ମାତା ପିତାଙ୍କୁ ସଚେତନ କରିବା ପାଇଁ ହାଇଦ୍ରାବାଦ ପୋଲିସ ଏପରି ଏକ ଅଭିଯାନ ଆରମ୍ଭ କରିଛି । ନାବାଳକ ମାନଙ୍କ ଗାଡି ଚଲାଇବା ଯୋଗୁଁ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ହାଇଦ୍ରାବାଦ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏପର୍ୟ୍ୟନ୍ତ ପାଖାପାଖି ୧,୦୭୯ ମାମଲା ଦାୟର ହୋଇ ସାରିଲାଣି ।

ଜଣେ ନାବାଳକଙ୍କୁ ମଧ୍ୟ ଜେଲ 

ହାଇଦ୍ରାବାଦ ଟ୍ରାଫିକ ପୋଲିସର ଜଏଣ୍ଟ କମିଶନର ଅନିଲ କୁମାର କହିଛନ୍ତି ଯେ, ଏକ ମାସ ପାଇଁ ଜଣେ ନାବାଳକଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି । ତେବେ ସମାଜକୁ ସଚେତନ କରିବା ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ଏଭଳି ବିଶେଷ ଅଭିଯାନ ଜାରି ରହିଛି । ଯେମିତିକି ନାବାଳକ ଏବଂ ନାବାଳିକା ପିଲାମାନଙ୍କୁ ସେମାନଙ୍କର ଅଭିଭାବକ ଗାଡି ଚଲାଇବାରୁ ନିବୃତ୍ତ ରଖିବେ । କାରଣ ଏହା ଦ୍ୱାରା ନାବାଳକ ମାନେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କର ମଧ୍ୟ ଅନେକ କ୍ଷତି କରାଉଛନ୍ତି ।

ତେବେ ହାଇଦ୍ରାବାଦ ପୋଲିସର ଏହି ଅଭିଯାନରେ କେବଳ ନାବାଳକ ପିଲା କିମ୍ବା ସେମାନଙ୍କର ଅଭିଭାବକ ନୁହେଁ ବରଂ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ ସେମାନଙ୍କୁ ମଧ୍ୟ ପୋଲିସ ନିଜ ଶିକାର ବନାଉଛି । ପୋଲିସର କହିବା କଥା, ନାବାଳକ ପିଲାମାନଙ୍କୁ ଗାଡି ହସ୍ତାନ୍ତର କରିବା ଅଭିଭାବକ ମାନଙ୍କର ଏକ ବଡ ଭୁଲ ଅଟେ । କୌଣସି ମଧ୍ୟ ନାବାଳକ ପିଲା କିମ୍ବା ବିନା ଡ୍ରାଇଭିଂ ଲାଇସେନରେ ଗାଡି ଚଲାଇବା ଏକ ଅପରାଧ ଅଟେ ।