ଚଳିତ ବର୍ଷର ସବୁଠୁ ବଡ ହେଟ୍ ଷ୍ଟୋରୀ ! ସ୍ତ୍ରୀକୁ ହତ୍ୟା କରିବା ପରେ ଶବ ଧରି ୨୮୦ କିଲୋମିଟର ଘୂରିବୁଲିଲା ଅଭିଯୁକ୍ତ ସ୍ୱାମୀ

44

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୌଣସି ଉପାନ୍ତ ଅଂଚଳରେ ନୁହେଁ ବରଂ ଦେଶର ରାଜଧାନୀ ତଥା ଦିଲ୍ଲୀର ଏନସିଆରେ । ଜଣେ ଯୁବକ ତାର ପତ୍ନୀଙ୍କୁ ହାତୁଡିରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ଆଉ ହତ୍ୟା ପରେ ପତ୍ନୀର ଶବକୁ ପାଖାପାଖି ୨୮୦ କିଲୋମିଟର ସାଥିରେ ନେଇ ଘୂରି ବୁଲିଥିଲା ଏବଂ ଶେଷରେ ଏକ ମଶୁରୀଠାରେ ଥିବା ଏକ ଘାଇରେ ଫିଙ୍ଗି ଦେଇ ଘରୁକୁ ଫେରି ଆସିଥିଲା ।

ସୂଚନା ମୁତାବକ, ମୃତକ ମହିଳା ଜଣକ ହେଉଛନ୍ତି ସିଲ୍କି ଜୈନ । ସେ ତାଙ୍କ ସ୍ୱାମୀ ଲଲିତ ଜୈନଙ୍କ ସହ ଦିଲ୍ଲୀର ହର୍ଷ ବିହାର ପିତମପୁରାରେ ରହୁଥିଲେ । ତେବେ ପାରିବାରିକ କଳହର ବଶବର୍ତ୍ତୀ ହୋଇ ଲଲିତ ସିଲ୍କିଙ୍କୁ ହାତୁଡିରେ ଛେଚି ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ଖାଲି ସେତିକି ନୁହେଁ ସିଲ୍ଲିଙ୍କର ମୃତଦେହକୁ ଲଲିତ ଏବଂ ତାଙ୍କ ଭାଇ କମଲ ଓ କମଲଙ୍କ ଶଳା ନୟନ ଏକ କାର ଯୋଗେ ରାତାରାତି ଫେରାର ହୋଇଯାଇଥିଲେ । ସେମାନେ ଶବଟିକୁ ଧରି ପ୍ରଥମେ ଦିଲ୍ଲୀ, ପରେ ୟୁପି ଏବଂ ଉତ୍ତରାଖଣ୍ଡରେ ଘୂରି ବୁଲିଥିଲା ଏବଂ ଶେଷରେ ମଶୁରୀଠାରେ ଥିବା ଏକ ୩୦୦ଫୁଟ୍ ଗଭୀର ବିଶିଷ୍ଟ ଘାଇରେ ଶବଟିକୁ ଫିଙ୍ଗି ଦେଇ ଚାଲି ଆସିଥିଲା । ଆଉ ଘରୁକୁ ଫେରି ଥାନାରେ ପତ୍ନୀଙ୍କର ନିଖୋଜ ହେବା ନେଇ ଏକ ମାମଲା ରୁଜୁ କରିଦେଇଥିଲେ ସ୍ୱାମୀ ଲଲିତ ଜୈନ ।

ଲଲିତଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ପୁଲିସର ସନ୍ଦେହ ଘେରରେ ଆସିଯାଇଥିଲେ ଖୋଦ୍ ଲଲିତ । ଏହାପରେ ସନ୍ଦେହରେ ଲଲିତଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା ଏବଂ ପଚରା ଉଚରା କରିଥିଲା । ଶେଷରେ ଲଲିତ ନିଜର ଦୋଷ ସ୍ୱୀକାର କରିଥିଲା ଏବଂ ବଖାଣି ଥିଲା ଏହି ମର୍ଡରମିଷ୍ଟ୍ରୀର କାହାଣୀ ।

ଘଟଣାଟି ଘଟିଥିଲା ୩ ଡିସେମ୍ବରରେ । ପତିମପୁରାରୁ ନିଖୋଜ ହୋଇଥିବା ବିବାହିତାଙ୍କ ଶବ ୧୫ ତାରିଖରେ ମଶୁରୀର କାର୍ଟମେକେଂଜି ରୋଡସ୍ଥଇତ ନାଗଦେବତା ମନ୍ଦିର ନିକଟରେ ଥିବା ଏକ ୩୦୦ଫୁଟ୍ ଗଭୀର ବିଶିଷ୍ଟ ଘାଇରୁ ଉଦ୍ଧାର କରିଥିଲା ପୁଲିସ । ପୁଲିସ ସୂଚନା ଅନୁସାରେ, ସିଲ୍କି ଜୈନଙ୍କର ହତ୍ୟା ଯେବେଠାରୁ ପତି ଲଲିତ, ତାଙ୍କର ନିଖୋଜ ହେବା ନେଇ କେସ ଥାନାରେ ରୁଜୁ କରିଥିଲେ । ଅର୍ଥାତ୍ ଏହି ହତ୍ୟା ସିଲ୍ଲିଙ୍କ ଦିଲ୍ଲୀସ୍ଥିତ ବାସଭବନରେ ୩ ଡିସେମ୍ବରକୁ ରାତିରେ ହିଁ କରାଯାଇଥିଲା । ହତ୍ୟାପରେ ଶବଟିକୁ ଏକ ଅଖାରେ ବାନ୍ଧି ଲଲିତ, ଲଲିତଙ୍କ ଭାଇ କମଲ ଏବଂ କମଲଙ୍କ ଶଳା ନୟନଏକ କାର ଯୋଗେ ୪ ଡିସେମ୍ବର ଭୋରୁ ଭୋରୁ ମଶୁରୀଠାରେ ପହଂଚିଥିଲେ ଏବଂ ଅଖାଟିକୁ ଘାଇରେ ଫିଙ୍ଗି ଦେଇ ଚାଲି ଆସିଥିଲେ ।

ତେବେ ଆଶ୍ଚର୍ଯ୍ୟକର କଥା ହେଲା, ଯେଉଁ କାରରେ ସିଲ୍କିଙ୍କର ଶବକୁ ସେମାନେ ମଶୁରୀ ଆଣିଥିଲେ ସେହି କାରଟି ୩ ଡିସେମ୍ବର ରାତିରେ ଦିଲ୍ଲୀ ବର୍ଡର କ୍ରସ କରି ୟୁପିରେ ପହଂଚିଥିଲା ଏବଂ ଏଠାରୁ ସେ ୪ ଡିସେମ୍ବର ସକାଳୁ ୟୁପି ବର୍ଡର କ୍ରସ କରି ଉତ୍ତରାଖଣ୍ଡରେ ପହଂଚିଥିଲା, କିନ୍ତୁ କେଉଁଠାରେ ବି କାରଟିକୁ ଚେକିଂ କରାଯାଇନଥିଲା ।