ମା’ର ଋଣ ଅଧାରେ ଅଛି : ୯ ଥର ଗୁଳିର ଶିକାର ହେବାପରେ ମରଣମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

52

“ମୋ ପରିବାର ଚିନ୍ତାରେ ଥିଲେ , ଧର୍ମପତ୍ନୀଙ୍କ ଆଖିରୁ ଲୁହ ଶୁଖୁନଥିଲା ଡାକ୍ତର କହୁଥିଲେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିବ କିନ୍ତୁ ହସପିଟାଲ ବେଡରେ ମୋତେ ଭାରତମାତାର ଚିତ୍କାର ଶୁଭୁଥିଲା । ଏମିତି ପ୍ରତୀତ ହେଉଥିଲା ଆହୁରି ଅନେକ କିଛି କରିବାର ଅଛି ।” ଏହିଭଳି କିଛି କହିଥିଲେ ସାହାସୀ ସିଆରପିଏଫ ଯବାନ ଚେତନ ଚିତାହ ।

ଉତ୍ତର ଜାମ୍ମୁ-କାଶ୍ମୀର ବାନ୍ଦିପୋରାର ହେଇଜାନ ଅଂଚଳରେ ଗତବର୍ଷ ଫେବୃୟାରୀ ୧୪ ତାରିଖରେ ହୋଇଥିବା ଯୁଦ୍ଧରେ ଆତଙ୍କବାଦୀଙ୍କଠାରୁ ୯ ରାଉଣ୍ଡ ଗୁଳି ଖାଇବା ପରେ ମଧ୍ୟ ଯୁଦ୍ଧକ୍ଷେତ୍ରରୁ ନ ଫେରି ଚିତାହ ସାହାସର ସହ ମୁକାବିଲା କରିଥିଲେ ।

ଇଣ୍ଡିଆନ ଆର୍ମିରେ ୪୫ ବାର୍ଟାଲିୟାନରେ ରହି ଦେଶ ପାଇଁ କାମ କରୁଥିବା ଚିତାହଙ୍କୁ ଉକ୍ତ ଦିନ ହେଇଜାନ ଅଂଚଳରେ ସର୍ଚ୍ଚ ଅପରେସନ ପାଇଁ ଅର୍ଡର ମିଳିଥିଲା । ଚିତାହ ଏବଂ ତାଙ୍କ ଯବାନ ସାଥି ଅପରେସନ କରୁଥିବା ସମୟରେ ଲୁକ୍କାୟିତ ଅବସ୍ଥାରେ ଥିବା ଆତଙ୍କବାଦୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳିବର୍ଷଣ କରିଥିଲେ । ଚିତାହ କିଛି ଭାବିବା ପୁର୍ବରୁ ତାଙ୍କ ଶରୀରର ଅର୍ଦ୍ଧେକ ଭାଗରେ ୫ ଟି ଗୁଳି ବାଜି ସାରିଥିଲା । ବାହାଦୁର ଯବାନ ରଣକ୍ଷେତ୍ରରୁ ପଛଘୁଂଚା ନଦେଇ ଆତଙ୍କବାଦୀ ଗୁଳିର ଯବାବ ଦେଇଥିଲେ । କିନ୍ତୁ ଅବସ୍ଥା ସେତେବେଳେ ଶୋଚନୀୟ ହେଲା ଯେତେବେଳେ ତାଙ୍କ ଦେହରେ ଆଉ ୪ଟି ଗୁଳି ଫୁଟିଲା । ଡାହାଣ ଆଖି, ଦୁଇ ବାହୁ. ପିଠି,ମୁଣ୍ଡ ଭଳି ଶରୀରର ଅତି ସମ୍ବେଦନଶୀଳ ସ୍ଥାନରେ ବାଜିଥିଲା ଗୁଳି ।

ଦିଲ୍ଲୀର ଏମସ ହସପିଟାଲରେ ଦେଢମାସ ପର୍ଯ୍ୟନ୍ତ କୋମାରେ ରହିବା ପରେ ଚିତାହଙ୍କ ହୋସ ଫେରିଥିଲା । କିଛି ସମୟ ବେଡ ରେଷ୍ଟ ନେବା ପରେ ସେ ପୁନଶ୍ଚ ଡ୍ୟୁଟିରେ ଜଏନ କରିବା ପାଇଁ ପରିବାରକୁ କହିଥିଲେ । ଏକ ସାକ୍ଷାତକାରରେ ଚିତାହ କହିଥିଲେ “ଏହା ଏକ ଚମତ୍କାର ବ୍ୟତୀତ ଆଉ କିଛି ନୁହଁ ” । ୪୫ ବର୍ଷୀୟ ଏହି ବୀର ଯବାନଙ୍କୁ ରାଷ୍ଟ୍ରପତୀଙ୍କ ଠାରୁ କିର୍ତ୍ତୀ ଚକ୍ର ଆୱାର୍ଡ ମିଳିବା ସହ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଆର୍ମୀ ଜେନେରାଲ ବିପିନ ରାୱତଙ୍କ ଠାରୁ ସେକେଣ୍ଡ ହାଇଏଷ୍ଟ ପିସ ଟାଇମ ଆୱାର୍ଡ ପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ତାଙ୍କ ଦେହ ସମ୍ପୁର୍ଣ୍ଣ ରୁପେ ସୁସ୍ଥ ନ ହେବା ପର୍ଯ୍ୟନ୍ତ ସେ ଅଫିସିଆଲ କାର୍ଯ୍ୟରେ ରହିବେ । ସୁସ୍ଥ ହେବା ପରେ ସେ କୋବ୍ରା ବାଟାର୍ଲିୟାନରେ ଯୋଗ ଦେବା ପାଇଁ ଆଶା ରଖିଛନ୍ତି । ଧର୍ମପତ୍ନୀ ଉମା ସିଂହ ପ୍ରତି କ୍ଷେତ୍ରରେ ତାଙ୍କ ସହାୟତା କରୁଛନ୍ତି ।