ଦେବଦୂତ ହୋଇ ଆସିଲେ ଯବାନ: ବନ୍ୟା ପୀଡିତଙ୍କ ଉଦ୍ଧାର ପାଇଁ ସିଡି ବନିଲେ ଯବାନ, ଯବାନଙ୍କ ପିଠିରେ ଚଢି ବୋଟକୁ ଆସିଲେ ବନ୍ୟା ବିପନ୍ନ

86

କେରଳ ବନ୍ୟାର ହିରୋଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଦେବଦୂତ ସାଜିଛନ୍ତି ଯବାନ । କେରଳରେ ବନ୍ୟା ସ୍ଥିତି ଯେମିତି ସଂଗୀନ୍ ହୋଇଛି, ତାଠୁ ଅଧିକ ସଂଘର୍ଷପୂର୍ଣ୍ଣ ରହିଛି-ଉଦ୍ଧାର କାର୍ଯ୍ୟ । ଚାରିଆଡେ ପାଣି ଓ ତା ଭିତରେ ବଂଚିବାର ରାହା ଖୋଜୁଥିବା ମଣିଷ । ଏଭଳି ସ୍ଥିତିରେ ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ସିଡି ବନିଛନ୍ତି ଯବାନ । ପାଣି ଘେରରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଯବାନମାନେ ସିଡି ସାଜିଛନ୍ତି । ଆଉ ତାଙ୍କରି ପିଠି ଉପରେ ଚଢି ଲୋକମାନେ ଡଙ୍ଗା ଭିତରକୁ ଆସିଥିଲେ । ଜଣଙ୍କ ପରେ ଜଣେ ଲୋକ ଯବାନଙ୍କ ପିଠି ଉପରେ ଚଢି ପାଣି ଭିତରୁ ଉଦ୍ଧାର ହୋଇଥିଲେ । କ୍ୟାମେରାରେ କଏଦ୍ ହୋଇଛି ଏମିତି  ଚିତ୍ର, ଯାହା ଭାରତୀୟ ଯବାନଙ୍କ ସାହାସିକତାର ପ୍ରମାଣ ଦେଉଛି । ନିଜ ଜୀବନକୁ ବାଜିରେ ଲଗାଇ ଯିବାନମାନେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି । ତେବେ ଯବାନଙ୍କ ଉଦ୍ଧାର କରିବାର ଏକ ଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସବୁଆଡେ ପାଣି ମାଡି ଯାଇଥିବା ଯୋଗୁଁ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଯବାନମାନେ । କେରଳରେ ଲୋକଙ୍କ ପାଇଁ ଏବେ ଦେବଦୂତ ହୋଇ ପହଂଚିଥିଲେ ଏନଡିଆରଏଫର ଯବାନମାନେ । ଏନଡିାରଏପ ର ଯବାନ ମାନେ ନିଜ ପିଠିକୁ ସିଡି ବନାଇ ଲୋକଙ୍କୁ ଡଙ୍ଗାରେ ଚଢାଉଛନ୍ତି । ଏବଂ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି ।

 

ସେ ଯାହା ହେଉନା କାହିଁକ ଏଭଳି ପରିସ୍ଥିତିରେ ଯବାନଙ୍କ ଏହି କାର୍ଯ୍ୟ କୌଣସି ମହତ କାର୍ଯ୍ୟରୁ କମ୍ ନଥିଲା । ଚାରିଆଡେ ବନ୍ୟା ପାଣି । ଆଉ ଏଭଳି ପରିସ୍ଥିତିରେ ବେକେ ଲେଖାଏଁ ପାଣିରେ ଆଣଣ୍ଠୁମାଡି ଲୋକଙ୍କୁ ଡଙ୍ଗାରେ ବସାଇବା କୌଣସି ସାମାନ୍ୟ କଥା ନୁହେଁ । ଜଳବନ୍ଦୀରୁ ମକ୍ତିର ବାଟକୁ ଚାହିଁ ରହି ଥିବା ବେଳେ ଦେବଦୂତ ସାଜି ଆସିଛନ୍ତି ଯବାନମାନେ ।