ନଭେମ୍ବରରୁ ବଢିଲା ଟ୍ରେନର ବେଗ ! ୫୦୦ଟି ଟ୍ରେନର ଯାତ୍ରା ସମୟ ୨ଘଂଟା ହେଲା ହ୍ରାସ, ପ୍ରକାଶ ପାଇଲା ନୂଆ ସମୟସାରଣୀ

89

ଭାରତୀୟ ରେଳ ମନ୍ତ୍ରାଳୟ ଲମ୍ବା ଦୂରତା ଯାତ୍ରା କରୁଥିବା ୫୦୦ରୁ ଅଧିକ ଟ୍ରେନର ଯାତ୍ରାର ସମୟରେ ୨ଘଂଟା ପର୍ଯ୍ୟନ୍ତ ହ୍ରାସ କରିଛି । ଯାହାକି ଆସନ୍ତା କାଲି (ନଭେମ୍ବର ୧)ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ନିଦ୍ଦେଶ ପରେ ଦୂରଗାମୀ ଟ୍ରେନଗୁଡିକର ସମୟକୁ ୨ଘଂଟାକୁ ହ୍ରାସ କରିଦିଆଯାଇଛି ଏବଂ ଇନଭେଟିଭ ଟାଇମଟେଲିଂ ଉଦ୍ୟମରେ ଟ୍ରେନ ଯାତ୍ରାର ସମୟ ୧୫ ମିନିଟରୁ ୨ଘଂଟା ପର୍ଯ୍ୟନ୍ତ ହ୍ରାସ କରି ଦିଆଯାଇଛି ।

ସୂଚନା ମୁତାବକ, ନୂଆ ସମୟ ସାରଣୀରେ ପ୍ରତ୍ୟେକ ରେଳ ମଣ୍ଡଳକୁ ତଦାରଖ ପାଇଁ ୨ରୁ ୪ ଘଂଟାର ସମୟ ଦିଆଯିବ । ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଆମର ଯୋଜନା ବର୍ତ୍ତମାନ ରୋଲିଂ ଷ୍ଟକର ସର୍ବାଧିକ ବ୍ୟବହାର କରିବା ଉପରେ ପର୍ଯ୍ୟବେଶିତ । ଯାହାକି ୨ ପ୍ରକାରର ରହିଛି । ଯଦି ଆମ ନିକଟରେ ଗୋଟିଏ ଟ୍ରେନ ରହିଛି ଯାହାକି ନିଜର ଗନ୍ତବ୍ୟ ସ୍ଥଳରେ ପହଂଚିବାରେ ଫେରିବା ଅପେକ୍ଷାରେ ଥିବ ସେହି ଟ୍ରେନରେ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ ।

ନଭେମ୍ବର ପହିଲାରୁ ଏହି ନୂତନ ଟ୍ରେନ୍ ସମୟ ସାରଣୀ ଲାଗୁ ହେବ । ପୂର୍ବତଟ ରେଳପଥ ଦେଇ ଯାତ୍ରା କରୁଥିବା ୩୭ଟି ଏକ୍ସପ୍ରେସ୍, ୧୯ଟି ପାସେଞ୍ଜର୍ ଟ୍ରେନ୍ ସମେତ ୫୬ଟି ଟ୍ରେନର ସମୟ ବଦଳିବ । ୨୪ଟି ଟ୍ରେନର ସମୟ ବଦଳିବା ସହିତ ୩୬ଟି ଟ୍ରେନକୁ ଉନ୍ନତିକରଣ କରାଯାଇଛି । ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ୍ ସମେତ ୩ଟି ନୂଆ ଟ୍ରେନକୁ ଏହି ସୂଚୀରେ ସାମିଲ କରାଯାଇଛି । ଏହାସହିତ ଏକ ଯୋଡ଼ା ଟ୍ରେନ୍ ବୃଦ୍ଧି କରାଯିବା ସହିତ ୪ଯୋଡ଼ା ଟ୍ରେନ୍ ସମ୍ପ୍ରସାରିତ କରାଯାଇଛି।

ପରିବର୍ତ୍ତିତ ଟ୍ରେନ୍ ସମୟ ଅନୁସାରେ ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ୍ ଜଗଦଲପୁରରୁ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅଧଘଣ୍ଟା ବିଳମ୍ବରେ ଛାଡ଼ିବ। ସେହିପର ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡଏକ୍ସପ୍ରେସ୍, ଜୁନାଗଡ଼ ରୋଡ୍– ଭୁବନେଶ୍ୱର ଏକ୍ସପ୍ରେସ୍ , ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ, ବିଶାଖାପାଟଣା-ସାଇନଗର, ବିଶାଖାପାଟଣା-ଏଲ୍ଟିଟି, ବିଶାଖାପାଟଣା-କୋରବା, ଜଗଦଲପୁର-ହାଓ୍ଵାଡ଼ା, ସମଲେଶ୍ୱରୀ, ଅମ୍ରିତସର-ବିଶାଖାପାଟଣା, ହୀରାକୁଦ, ସୁରତ-ପୁରୀ, ଗାନ୍ଧୀଧାମ-ପୁରୀ, ଆଜମେର-ପୁରୀ, ଏର୍ଣ୍ଣାକୁଲମ୍-ହାତିଆ, ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ପ୍ରମୁଖ ନିର୍ଦ୍ଧାରିତ ସମୟ ପୂର୍ବରୁ ଛାଡ଼ିବା ନେଇ ସୂଚନା ମିଳିଛି ।

ସେହିପରି କେତେକ ଲୋକାଲ୍ ପାସେଞ୍ଜର୍ ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିଶାଖାପାଟଣା-ରାୟପୁର, ବିଶାଖାପାଟଣା-କିରାନ୍ଦୁଲ୍, ବିଶାଖାପାଟଣା-ଦୁର୍ଗ, କିରାନ୍ଦୁଲ୍-ବିଶାଖାପାଟଣା, ରାୟଗଡ଼ା-ବିଜୟଓ୍ଵାଡ଼ା, ବିଶାଖାପାଟଣା-ମଛଲିପଟନମ୍/ନରସପୁର, ପଲାସା-ବିଶାଖାପାଟଣା, ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନଗୁଡ଼ିକ ପୂର୍ବନିର୍ଦ୍ଧାରିତ ସମୟ ତୁଳନାରେ ଶୀଘ୍ର ଛାଡ଼ିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ରେଳଯାତ୍ରା ପୂର୍ବରୁ ଯାତ୍ରୀମାନେ ୧୩୯କୁ ଯୋଗାଯୋଗ କରି ପରିବର୍ତ୍ତିତ ସମୟ ବୁଝିନେବାକୁ ପୂର୍ବତଟ ରେଳ ପକ୍ଷରୁ ଅନୁରୋଧ କରାଯାଇଛି ।

ତେବେ, ରେଳ ମନ୍ତ୍ରାଳୟ ଏଥିପାଇଁ ଏକ ଅତିରିକ୍ତ ଅଡିଟି ମଧ୍ୟ ଆରମ୍ଭ କରିଛି । ଯେଉଁଥିରେ ୫୦ଟି ମେଲ ଏବଂ ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ସେବାରେ ଅବଗ୍ରେଡ୍ କରାଯିବ ।