ରାଜନୀତିରେ କେହି ନୁହେଁ କାହାର ! ପୁଅ ବାହାରିଲା ମୋଦି ପ୍ରଶଂସକ, ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିବାରୁ ବାପ ନାଁରେ କେସ୍ କରିଦେଲା ପୁଅ

98

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ ତାଙ୍କୁ କେତେ ଭଲ ପାଉଛନ୍ତି ତାହା ଆପଣମାନଙ୍କୁ ବୋଧହୁଏ କିଛି କହିବାକୁ ପଡିବ ନାହିଁ । ସେହିପରି ମୋଦି ବିରୋଧୀ କିଛି ଲୋକ ମଧ୍ୟ ରହିଛନ୍ତି । ତେବେ ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି , ଯାହାକୁ ଜାଣି ଆପଣ ଏକପ୍ରକାରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।କାରଣ ଘଟଣାଟି ହିଁ ସେମିତି ଘଟିଛି ।

ଦିଲ୍ଲୀ ନୋଇଡାରେ ଦେଖିବାକୁ ମିଳିଛି ଏକ ଫ୍ୟାମିଲି ଡ୍ରାମା ଆଉ ଏହି ଡ୍ରାମାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ନେଇ ଏକ ଘରେ ବାପ-ପୁଅ ମୁହାଁମୁହିଁ ହୋଇଯାଇଥିଲେ । ସୂଚନା ମୁତାବକ, ଏଠାରେ ଜଣେ ବାପା ଦେଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ ରେ ରାଗି ଯାଇ ପୁଅ ନିଜ ଜନ୍ମଦାତା ବିରୋଧରେ ହିଁ ଥାନାରେ ଅଭିଯୋଗ କରିଦେଇଥିଲା । ଏପରିକି ଏକ ମାମଲା ମଧ୍ୟ ରୁଜୁ କରିଛି । ଆଉ ପୁଲିସ ମଧ୍ୟ ପୁଅର ଅଭିଯୋଗକୁ ଭିର୍ତ୍ତି କରି ବାପାକୁ ଗିରଫ କରି ତଦନ୍ତ ଚଳାଇଛି ।

ମୋଦିଙ୍କ ସହିତ ରାମ ଓ ଯୋଗୀଙ୍କ ଉପରେ ବି ଦେଇଥିଲେ ଟିପ୍ପଣୀ

ଖାଲି ଏତିକି ନୁହେଁ ପୁଅର ଅଭିଯୋଗ ପରେ ପୁଲିସ ଫେସବୁକରେ ଭଗବାନ ରାମ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉପରେ ଅଭଦ୍ର ଟିପ୍ପଣୀ କରିବା ଉପରେ ଜଣେ ବ୍ୟକ୍ତିକୁ ଗିରଫ କରିଛି । କୁହାଯାଉଛି କି, ପୁଅ ନିଜ ବାପା ବିରୋଧରେ ମକଦ୍ଦମା ଦାଏର କରିଛି । ଗିରଫ ବ୍ୟକ୍ତିକୁ ବର୍ତ୍ତମାନ ପୁଲିସ ହେପାଜତରେ ରଖିଛି । ତେବେ ଜଣାପଡିଛି କି, ଗିରଫ ହୋଇଥିବା ବ୍ୟକ୍ତି ତଥା ଅଭିଯୋଗ ଆଣିଥିବା ଯୁବକ ଜଣକ ହେଉଛି ଉକ୍ତ ବ୍ୟକ୍ତିବିଶେଷଙ୍କୁ ନିଜ ସନ୍ତାନ । ଯିଏକି ଜଣେ ମୋଦି ପ୍ରଶଂସକ ।

ମିଳିଥିବା ସୂଚନାରୁ ଯାହା ଜଣାପଡିଛି କି, ଅଭିଯୁକ୍ତ ବଦରୁଦ୍ଦିନ ନିଜ ପୁଅ ଫିରୋଜର ଫେସବୁକ୍ ଆକାଉଂଟ ବ୍ୟବହାର କରୁଥିଲେ । ଫିରୋଜ ରମଜାନ ଆରମ୍ଭ ହେବା ପରଠାରୁ ଆଉ ଫେସବୁକ ଚଲାଇ ନଥିଲା । ତେବେ ପୁଲିସ ପଚରା ଉଚରାରେ ବଦରୁଦ୍ଦିନ ସ୍ୱିକାର କରିଥିଲେ କି, ସେ ରାଗରେ ଆସି ନିଜ ପୁଅ ଫେସବୁକ୍ ଆକାଉଂଟରୁ ଭଗବାନ ଶ୍ରୀରାମଚନ୍ଦ୍ର, ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ ।