୮ମ ପାସଙ୍କ ପାଇଁ ଖୁସି ଖବର । ଏଠାରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେବାକୁ ପଡିବନି କୌଣସି ପରୀକ୍ଷା, ଆବେଦନ ଶୁଳ୍କ ବି ପୂରା ମାଗଣା

830

NCL Recruitment 2018ରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ପାଖାପାଖି ୪୪୧ଟି ପଦବୀରେ ନିଯୁକ୍ତି ନେଇ ଜାରି ହୋଇଛି ଏହି ବିଜ୍ଞପ୍ତି । ଆବେଦନ କରିବାର ଶେଷ ତାରିଖ ରହିଛି ୧୨ ଜାନୁଆରୀ ୨୦୧୯ । ଚାକିରି ସମ୍ବନ୍ଧିତ ସମସ୍ତ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା ।

ପଦବୀ ସଂପର୍କିତ ଖବର

ପଦବୀ ନାଁ- ୱେଲ୍ଡର (ଗ୍ୟାସ ଏବଂ ଇଲେକ୍ଟ୍ରକ): ୮୮

ଇଲେକ୍ଟ୍ରିସିଆଲ: ୧୭୯

ଫିଟର:୧୭୪

ଶିକ୍ଷାଗତ ଯୋଗ୍ୟତା: ଏନସିବିଟି/ ଏସସିବିଟିରୁ ୱେଲ୍ଡର, ଇଲେକ୍ଟ୍ରିସିଆନ କିମ୍ବା ଫିଟର ଟ୍ରେଡରେ କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡ ଅଫ ସେକେଣ୍ଡାରୀ ଏବଂ ଆଇଟିଆଇରୁ ୮ମ କିମ୍ବା ୧୦ ମ କିମ୍ବା ସମକକ୍ଷରେ ଉତୀଣ୍ଣ ହୋଇଥିବା ଦରକାର ।

ବୟସ ସୀମା: ସର୍ବନିମ୍ନ ବୟସ ସୀମା ୧୬ ବର୍ଷ ରଖାଯାଇଥିବା ବେଳେ ସର୍ବବାଧିକ ବୟସ ସୀମା ରହିଛି ୨୪ ବର୍ଷ ।

ଆବେଦନ ଶୁଳ୍କ: ଆଶାୟୀ ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ବି ଚାର୍ଜ ଦେବାକୁ ପଡିବ ନାହିଁ । ଅର୍ଥାତ୍ ଏହା ପୂରାପୂରି ନିଃଶୁଳ୍କ ଅଟେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

୧୦ ଡିସେମ୍ବର ୨୦୧୮ରୁ ଅନଲାଇନ ଆବେଦନ କରିପାରିବେ

୧୨ ଜାନୁଆରୀ ୨୦୧୯ ଅନଲାଇନ ଆବେଦନ କରିବାର ଶେଷ ତାରିଖ ।

କିଭଳି କରିବେ ଆବେଦନ: ଇଚ୍ଛୁକ ଆଶାୟୀପ୍ରାର୍ଥୀ େଓବସାଇଟ୍ http://nclcil.in ଜରିଆରେ ଅନଲାଇନ ଆବେଦନ କରିପାରିବେ ଏବଂ ଅଭ୍ୟର୍ଥି ଅପରେଟିଂ ପୋଟାଲରେ ବି ନିଜ ନାଁ ପଂଜିକୃତ କରିପାରିବେ ।

ଚାକିରି କରିବାର ସ୍ଥାନ : ମଧ୍ୟ ପ୍ରଦେଶ

ଚୟନ ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀଙ୍କର ଚୟନ ମେରିଟ ଆଧାରିତ ହେବ ।