୭ମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ ! ଚାକିରି ପାଇଁ ଏଠାରେ କରନ୍ତୁ ଆବେଦନ, ଦେବାକୁ ପଡିବନି କୌଣସି ଚାର୍ଜ

58

Northern Coalfields Limitedରେ ୬୬୪ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୭ମ ଶ୍ରେଣୀ ପାସ୍ କିମ୍ବା ୧୦ମ କିମ୍ବା ଆଇଡିଆଇ କିମ୍ବା ଡିପ୍ଲୋମା ନଚେତ୍ ସ୍ନାତକ ଡିଗ୍ରୀ ଆଶାୟୀପ୍ରାର୍ଥୀମାନେ ଆବେଦନ କରିପାରିବେ । ବଡ କଥା ହେଲା କି, ଏଥିରେ ସମସ୍ତ ବର୍ଗର ଆଶାୟୀପ୍ରାର୍ଥୀମାନେ ବିନା କୌଣସି ଶୁଳ୍କରେ ଆବେଦନ କରିପାରିବେ । ଅର୍ଥାତ୍ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଏହାବ୍ୟତୀତ ଇଚ୍ଛୁକ ପ୍ରାର୍ଥୀମାନେ ସଂପୂର୍ଣ୍ଣ ଭାବରେ ପୁରଣ ହୋଇଥିବା ଆବେଦନ ପତ୍ର ସହିତ ନିଜର ସମସ୍ତ ଦସ୍ତାବିଜକୁ ନିର୍ଦ୍ଧାରିତ ଠିକଣାରେ ପଠାଇବାକୁ ହେବ । ତେବେ ଏସଂପର୍କିତ ସମସ୍ତ ତଥ୍ୟ ଆମେ ନିମ୍ନରେ ଆଲୋଚନା କରିଛୁ ।

ୱେବସାଇଟ୍: www.ncrpb.nic.in

ପଦବୀ ସଂଖ୍ୟା: ୬୬୪

ପଦବୀର ସବିଶେଷ ବିବରଣୀ: କ୍ଲର୍କ, ସିକ୍ୟୁରିଟି ଗାର୍ଡ ଇତ୍ୟାଦି

ଶିକ୍ଷାଗତ ଯୋଗ୍ୟତା: ୭ମ/ ୧୦ମ/ଆଇଟିଆଇ/ ସ୍ନାତକ ଡିଗ୍ରୀ (ପଦାନୁସାରେ)

ବୟସ ସୀମା: ସର୍ବାଧିକ ୩୦ ବର୍ଷ

ଶେଷ ତାରିଖ: ୨୮ ମାଚ୍ଚ. ୨୦୧୮

ଆବେଦନ ଶୁଳ୍କ: ସମସ୍ତ ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ଏହା ସଂପୂର୍ଣ ରୂପେ ମାଗଣା ତଥା ନିଃଶୁଳ୍କ ଅଟେ ।

ଚୟନ ପ୍ରକ୍ରିୟା: ଆପ୍ଟିଚ୍ୟୁଡ ଟେଷ୍ଟ/ ଟ୍ରେଡ୍ ଟେଷ୍ଟ

କିପରି କରିବେ ଆବେଦନ: ପୂର୍ଣ୍ଣ ରୂପରେ ପୁରଣ ହୋଇଥିବା ଆବେଦନ ପତ୍ର ସହିତ ସମସ୍ତ ଦସ୍ତାବିଜକୁ Northern Coalfields Limited , Singrauli Koliari, ଜିଲ୍ଲା- Singrauli, ମଧ୍ୟପ୍ରଦେଶ ‘୨୬୬୮୦୮’ ଠିକଣାରେ ପଠାଇ ଦିଅନ୍ତୁ ।