ହୁସିଆର୍ ! ଗାଡି ଚୋରି ହେବା କ୍ଷଣି ହିଁ ବୀମା କଂପାନୀକୁ ତୁରନ୍ତ ଦିଅନ୍ତୁ ଖବର, ନଚେତ ମିଳିବ ନାହିଁ ଟଙ୍କା

2

ଯଦି ଆପଣଙ୍କ ଗାଡି କିମ୍ବା ଅନ୍ୟ କୌଣସି ଦାମୀ ଜିନିଷ ହଜି ଯାଏ ତେବେ ଏନେଇ ଆପଣଙ୍କୁ ସର୍ବ ପ୍ରଥମେ ବୀମା କଂପାନୀକୁ ସୂଚିତ କରିବାକୁ ପଡିବ । ତେବେ ଏହି ଖବରକୁ ଆପଣ ଫୋନ କରି ବି ଜଣାଇପାରିବେ । କାହିଁକି ନା ଚୋରି ହେବାର ଖବର ବିଳମ୍ବରେ ଦେବା ଦ୍ୱାରା ବୀମାଧାରକଙ୍କୁ କ୍ଲେମ ପାଇବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । କାରଣ ନିକଟରେ ଏଭଳି ମାମଲା ସାମ୍ନାକୁ ଆସିଛି. ଯେଉଁଥିରେ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦର ସମାଧାନ କରିଥିବା ଆୟୋଗ ତଥା ଏନସିଡିଆରସି ଫୋନରେ ଦିଆଯାଇଥିବା ସୂଚନାକୁ ଆଧାର କରି ବୀମା କଂପାନୀକୁ କ୍ଲେମର ପେମେଂଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଦିଲ୍ଲୀର ଜଣେ ମହିଳା ବୀମା କଂପାନୀଠାରୁ ୧,୧୬,୦୦୦ଟଙ୍କାର ଗାଡି ବୀମା ପଲିସି ନେଇଥିଲେ । ଜୁନ, ୨୦୦୮ରେ ତାଙ୍କ ଗାଡିଟି ଚୋରି ହୋଇଯାଇଥିଲା । ତେବେ ମହିଳା ଜଣକ ଗାଡି ଚୋରି ଖବର ତୁରନ୍ତ ଫୋନ କରି ବୀମା କଂପାନୀକୁ ଜଣାଇଦେଇଥିଲେ । ହେଲେ କଂପାନୀ ମହିଳାଙ୍କୁ ଏହାର ଏକ ଏଫଆଇଆରର କପି ସହିତ ଲିଖିତ ସୂଚନା ଦେବାକୁ କହିଥିଲା । ମହିଳା ଜଣକଙ୍କୁ ୧୦ ଜୁଲାଇ , ୨୦୦୮କୁ ଏଫଆଇଆଇଆର କପି ମିଳିଥିଲା । ତେବେ କପି ପାଇବାର ଠିକ୍ ପରଦିନ ହିଁ ସେ କଂପାନୀକୁ ଲିଖିତ ସୂଚନା ଦେଇଥିଲେ । ମାତ୍ର କଂପାନୀର କହିବା କଥା ହେଲା କି, ଚୋରି ହେବା ଖବର ୧୪ ଦିନ ତଥା ନିର୍ଧାରିତ ଅବଧି ପରେ ଦିଆଯାଇଥିଲା । ଯାହାକି କଂପାନୀ ପଲିସିର ସର୍ତର ଉଲ୍ଲଂଘନ କରିଥିଲା । ଏଥିପାଇଁ କଂପାନୀ କ୍ଲେମ ଦେଇପାରିବ ନାହିଁ ।

ଏହାପରେ ମହିଳା ଜଣକ ଉପଭୋକ୍ତା ଅଦାଲତ ବା କନଜ୍ୟୁମର କୋର୍ଟର ଦ୍ୱାରସ୍ତ ହୋଇଥିଲେ । ଦୀର୍ଘ ୯ ବର୍ଷ କାଳ ମାମଲା ଚାଲିବା ପରେ ଚଳିତ ମାସ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦର ସମାଧାନ କରିଥିବା ଆୟୋଗ ସ୍ୱୀକାର କରିଥିଲେ କି, ଗାଡି ଚୋରି ହେବାର ଖବର ମହିଳା ଜଣକ ସୂଚନା ଠିକ୍ ସମୟରେ ହିଁ ଦେଇଥିଲେ । ଏହାପରେ ଆୟୋଗ ବୀମା କଂପାନୀକୁ କ୍ଲେମର ୫୦ ହଜାର ଟଙ୍କା ଏବଂ ୫ ହଜାର ଟଙ୍କା ମୋକଦ୍ଦମାରେ ଖର୍ଚ୍ଚ ହୋଇଥିବା ଟଙ୍କାର ୫ ପ୍ରତିଶତ ସୁଧ ସହିତ ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବୀମା କଂପାନୀକୁ ୩୦ ଦିନ ମଧ୍ୟରେ ହିଁ କରିବାକୁ ପଡିବ ।

କିଭଳି କରିବେ ଅଭିଯୋଗ?

ଉପଭୋକ୍ତା ଏକ ସାଧା କାଗଜରେ ନିଜର ଅଭିଯୋଗ ଲେଖି କନଜ୍ୟୁମର କୋର୍ଟରେ ମାମଲା ଦାଖଲ କରିପାରିବେ । ଅଭିଯୋଗ ପତ୍ରରେ ଘଟଣାର ସମସ୍ତ ସୂଚନା ଥିବା ଦରକାର କି ଘଟଣାଟି କେବେ ଆଉ କେଉଁଠି ଘଟିଥିଲା । ଏଥିସହିତ ହିଁ ଅଭିଯୋଗର ସମର୍ଥନରେ ଉପଭୋକ୍ତଙ୍କୁ ଉଭୟ ବିଲ୍ ଏବଂ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ଦେବାକୁ ପଡିଥାଏ । ଅଭିଯୋଗ ପତ୍ରରେ ଏହା ମଧ୍ୟ ଲେଖାଯାଇଥାଏ କି, ଆପଣ ସାମ୍ନା ବାଲା କଂପାନୀଠାରୁ କେତେ ଟଙ୍କା କ୍ଲେମ କରିବାକୁ ଚାହୁଁଛନ୍ତି ।

Comments are closed.