ଜିଓର ସାଂଘାତିକ ସତ୍ୟ ! ଜାଣନ୍ତୁ ରିଲାଏନ୍ସ ଜିଓର ବାସ୍ତବ କାହାଣୀ ଆଉ କେଉଁଠୁ ଆସିଲା ଜିଓ

18

ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଏବେ ବାକି କଂପାନୀମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । କାରଣ ଶସ୍ତା ଡାଟା ଏବଂ ଫିଚର ଫୋନ ପାଇଁ ଜିଓ ଏବେ ନିଜର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ତିଆରି କରିଛି । ତେବେ କେବେ ଆପଣ ଚିନ୍ତା କରିଛନ୍ତି କି, ଶସ୍ତା ଡାଟା, ମାଗଣା କଲିଂ ଭଳି ଐତିହାସିକ ଘୋଷଣାର ଆଇଡିଆ ମୁକେଶ ଅମ୍ବାନୀଙ୍କ ମୁଣ୍ଡକୁ କେମିତି ଆସିଥାଇପାରେ । ତେଣୁ ଆଜି ଆମେ ଆପଣଙ୍କୁ ଦେଶର ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବା ମୁକେଶ ଆମ୍ବାନି ଟେଲିକମ ଜିଓ ସହ ଜଡ଼ିତ ଏକ ରୋଚକ ତଥ୍ୟ ସଂପର୍କରେ ଜଣାଇବାକୁ ଯାଉଛୁ ।

‘ଜିଓ’ ଅତି ବହୁତ କମ ସମୟରେ ଭାରତରେ ନିଜର ପ୍ରଭାବ ବିସ୍ତାରରେ ସଫଳତା ହାସଲ କରିଛି । ଆମ୍ବାନିଙ୍କ କହିବାନୁସାରେ, ଜିଓର ଆଇଡିଆ ତାଙ୍କର ନଥିଲା । ଗତ ଗୁରୁବାର ରାତିରେ ଲଣ୍ଡନର ଏକ ସମାରୋହରେ ଭାଷଣ ସମୟରେ ସେ କହିଛନ୍ତି କି, ‘ଜିଓ’ କନସେପ୍ଟ ତାଙ୍କ ଝିଅ ଈଶାଙ୍କର ଥିଲା । ଇଶା ତାଙ୍କୁ ଏହି ଆଇଡିଆ ୨୦୧୧ରେ ଦେଇଥିଲା । ଆଶ୍ଚର୍ଯ୍ୟର କଥା ଏହା କି, ଜିଓର ଶୁଭାରମ୍ଭ ବର୍ଷ ୨୦୧୬ରେ ହୋଇଥିଲା । ତେବେ ଲଂଚି ପରେ ହିଁ ଜିଓ ଅନ୍ୟ ଟେଲିକମ କମ୍ପାନୀଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦିତା ହୋଇଛି ।

କିପରି ହେଲା ଜିଓର ପ୍ରତିଷ୍ଠା

ନିଜର ଏକରୁ ବଡ଼ ଏକ ଅଫର୍ସରେ ଚାଲୁଥିବା ଜିଓ ଖୁବଶୀଘ୍ର ବଜାରରେ ମୁଣ୍ଡ ଟେକି ପାରିଛି । ମୁକେଶ ଆମ୍ବାନୀ କହିଛନ୍ତି କି, ‘ଜିଓର ପ୍ଲାନ ପ୍ରଥମେ ନିଜ ଝିଅ ଈଶା ୨୦୧୧ରେ ଦେଇଥିଲେ । ସେହି ସମୟରେ ସେ ଆମେରିକାରେ ପାଠପଢୁ ଥିଲେ, ଛୁଟକାଳୀନ ସମୟ ବିତାଇବା ପାଇଁ ଘରକୁ ଆସିଥିଲେ । ସେ କିଛି କୋର୍ସୱାର୍କ ସଂମ୍ବିଟ କରିବାକୁ ଚାହୁଁଥିଲେ । କିନ୍ତୁ ଇଂଟନେଟ ସ୍ପିଡ ବହୁତ ଧୀରେ ରହୁଛି ବୋଲି ସେ ବାପା ମୁକେଶଙ୍କୁ କହିଥିଲେ । ଏହାପରେ ତାଙ୍କ ଭାଇ ତଥା ଆକାଶ କହିଥିଲେ କି, ପ୍ରଥମେ ଟେଲିକମ ସେକ୍ଟରରେ ଭଏସ କଲିଂର କାମ କରିବାର ରହିଛି ଆଉ କିଭଳି ଇଂଟରନେଟ ସ୍ପିଡ ଗତି କରିବ ସେ ନେଇ ମଧ୍ୟ କାମ କରିବାକୁ ଚାହୁଁଛନ୍ତି ।

ତେବେ ଟେଲିକମ ଜଗତରେ ୪ଜି ସେବା ଯୋଗାଉଥିବା ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଆସିବା ପରେ ବାକି ସମସ୍ତ କଂପାନୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଇଛି । ତେବେ କମ ଆୟରେ ଠିଆ ହୋଇଥିବା କମ୍ପାନୀର ଏହି ଲଢେଇରେ ସବୁଠାରୁ ଅଧିକ ଫାଇଦା ଗ୍ରାହାକଙ୍କୁ ମିଳିଛି ଆଉ ଏହାର କ୍ଷତି ସହିବାକୁ ପଡିଛି ଅନ୍ୟ ଟେଲିକମ କମ୍ପାନୀ ।