ପର ଘରେ କାମ କରୁଥିଲେ ମୋଦିଙ୍କ ମାଆ ! ଜାଣନ୍ତୁ ହିରାବେନଙ୍କର ସଂଘର୍ଷମୟ କାହାଣୀ

80

ଯେତେବେଳେ ମାଆ ପ୍ରସଂଗରେ କଥା ଉଠେ ସେତେବେଳେ ଲୋକଙ୍କ ହୃଦୟରେ ଚାଲିଆସିଥାଏ ମାଆଙ୍କ ପ୍ରତି ଏକ ସ୍ୱତନ୍ତ୍ର ଭଲପାଇବା । କାରଣ, ସେ ମାଆ ହିଁ ଅଟେ ଯାହାର ଲାଳନ ପାଳନ ଉପରେ ନିର୍ଭର କରିଥାଏ ଶିଶୁର ଭବିଷ୍ୟତ । ତେବେ ଆଜି ଆମେ ଜଣେ ଏଭଳି ମାଆଙ୍କ ସଂର୍ଘଷମୟ କାହାଣୀ ସଂପର୍କରେ ଆପଣଙ୍କୁ ଜଣାଇବୁ ଯାହାଙ୍କ ସୁଯୋଗ୍ୟ ସନ୍ତାନ ହେଲେ ଆମ ଦେଶର ପ୍ରଧାନମନ୍ତ୍ରୀ । ଯାହା ସଂପର୍କରେ ହିରାବେନଙ୍କ ସାନ ପୁଅ ତଥା ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପଙ୍କଜ ଦାମୋଦରଦାସ ବ୍ୟକ୍ତ କରିଛନ୍ତି ।

ପଙ୍କଜ କୁହନ୍ତି କି, ଗୋଟିଏ ଅକ୍ଷର ‘ବା’ । ଏହାର ଅର୍ଥ ହେଲା ମା’ କିନ୍ତୁ, ମୋ ପାଇଁ ଏହି ଶଦ୍ଦଟି ସବୁକିଛି ଅଟେ । ମୋର ଅସ୍ଥିତ୍ୱର ପ୍ରତିଟି ପର୍ଯ୍ୟାୟରେ ମୋର ମାଆଙ୍କର ଛାପ ରହିଛି । ଯେତେବେଳେ ଲୋକେ ମୋତେ ପ୍ରଶ୍ନ କରନ୍ତି କି ବା’ କଣ ମୋ ସହିତ ରହୁଛନ୍ତି, ସେତେବେଳେ ମୋର ଉତ୍ତର ଥାଏ କି ନା ସେ ନୁହେଁ ବରଂ ମୁଁ ତାଙ୍କ ସହିତ ରହୁଛି । ତେବେ ହିରାବେନଙ୍କ କାହାଣୀ କହିବାକୁ ଯାଇ ପଙ୍କଜ କହିଥିଲେ କି, ମୋର ମାଆ ଘରର ସମସ୍ତ ଖର୍ଚ୍ଚ ଉଠାଉଥିଲେ ଆଉ ଆମକୁ ମଣିଷ କରିଛନ୍ତି । ଏଥିପାଇଁ ସେ ଲୋକଙ୍କ ଘରେ ଝାଡୁ ପୋଛା ମାରିବା ସହ ପର ଘରେ ବାସନ ମଧ୍ୟ ମାଜୁଥିଲେ । ଏବଂ ଗହମ ମଧ୍ୟ ପେସୁଥିଲେ । ତେବେ ଗହମ ପେସିବା ସମୟରେ ସେ ଭଜନ ଗାଉଥିଲେ । ସେ ପଢାଲେଖା କରିନାହିଁନ୍ତି କିନ୍ତୁ ରାମାୟଣ,ମହାଭାରତ ଏବଂ ଗୀତା ସଂପର୍କରେ ତାଙ୍କୁ ସବୁକିଛି ଜଣାଥିଲା । କାରଣ ବାପା ଦାମୋଦରଦାସ ମୋଦି ତାଙ୍କୁ ଏସବୁକୁ ପଢି ଶୁଣାଉଥିଲେ ।

ପଙ୍କଜଙ୍କ କହିବା ଅନୁସାରେ, ତାଙ୍କ ମାଆ ତଥା ହିରାବେନ ଗାନ୍ଧିବାଦୀ ଅଟନ୍ତି । ସେ ଗାନ୍ଧିଙ୍କଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ଅଟନ୍ତି । ଖାଲି ସେତିିକି ନୁହେଁ ସେ ଗାନ୍ଧିଙ୍କ ଭଳି ଚରଖା ମଧ୍ୟ ଚଳାଇ ଜାଣିଛନ୍ତି । ଏହାଛଡା ସେ ପୁଣି ମଧ୍ୟ କହିଥିଲେ କି, ତାଙ୍କ ମାଆ ଜଣେ ବଇଦ ଅଟନ୍ତି । ଅର୍ଥାତ୍ ଘରୋଇ ପଦ୍ଧତିରେ ବିଭିନ୍ନ ରୋଗର ଉପଚାର କରିବାରେ ସେ ଏକ୍ସପର୍ଟ ଅଟନ୍ତି । ଯେଉଁଥିପାଇଁ ପ୍ରତିଦିନ ତାଙ୍କ ନିକଟକୁ ବିଭିନ୍ନ ସ୍ଥାନରୁ ଲୋକେ ଚିକିତ୍ସିତ ହେବା ପାଇଁ ଆସିଥାନ୍ତି ।

                                                             ସୌଜନ୍ୟ: ନବଭାରତ ଟାଇମ୍ସ