ମାଗଣାରେ ବିଦ୍ୟୁତ୍ ବ୍ୟବହାର କରନ୍ତୁ, ଟଙ୍କା ବି ରୋଜଗାର କରନ୍ତୁ ! ହେଲେ ଆପଣଙ୍କୁ କରିବାକୁ ହେବ ଏହି ଗୋଟିଏ କାମ

45

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କ ଘରେ ଯେତିକି ବିଜୁଳୀ ଖର୍ଚ୍ଚ କରୁଛନ୍ତି ତା’ଠାରୁ ଅଧିକ ବିଲ ଆପଣଙ୍କୁ ଭରିବାକୁ ପଡୁଛି, ହେଲେ ଏଣିକି ସରକାର ଏକ ଏଭଳି ଯୋଜନା ଆଣିବାକୁ ଯାଉଛନ୍ତି , ଯେଉଁଥିରେ ନା କି ଆପଣ ସଂପୂର୍ଣ୍ଣ ମାଗଣାରେ ଆଉ ମନ ଇଚ୍ଛା ବିଜୁଳି ବ୍ୟବହାର କରିପାରିବେ ବରଂ ଏଥିସହିତ ଅନେକ ସାରା ଟଙ୍କା ମଧ୍ୟ ରୋଜଗାର କରିପାରିବେ ।

ଗ୍ଲୋବାଲ ୱାର୍ମିଂ ଯୁଗରେ ନବୀକରଣ ଶକ୍ତିର ଉପଯୋଗ ହିଁ ଏକମାତ୍ର ସମାଧାନ ଭାବେ ନଜର ଆସୁଛି । ତେଣୁ ଏଭଳି ପରିସ୍ଥିତିରେ ସୌର ଶକ୍ତିର ମହତ୍ୱ ଆହୁରୀ ବୃଦ୍ଧି ପାଇଛି । ଯେଉଁଥିପାଇଁ କେନ୍ଦ୍ର ସରକାର ସୌର ଶକ୍ତି ବୃଦ୍ଧି କରିବା ପାଇଁ ନୂଆ ନୂଆ ଯୋଜନା ତଥା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ।ଏଥିପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଆପଣ ଆପଣଙ୍କ ଘରର ଛାତକୁ ଭଡାରେ ଦେଇ ମାଗଣାରେ ସୌର ଶକ୍ତି ପାଇପାରିବେ । ଏହି ଯୋଜନାର ପାୟଲଟ ପ୍ରୋଜେକ୍ଟର ଶୁଭାରମ୍ଭ ନବୀନ ଏବଂ ନବୀକରଣୀୟ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରୁ ହିଁ ପ୍ରଥମେ ଆରମ୍ଭ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରର ଦୁଇଟି ଜିଲ୍ଲାରେ ଆଗାମୀ ମାସ ଭିତରେ ଏହି ଯୋଜନାର ଶୁଭାରମ୍ଭ ହୋଇପାରେ ।

ତେବେ ଏହି ଯୋଜନା ପରିସରରେ ସାଧାରଣ ଜନତା ନିଜ ଘରର ଛାତକୁ ଭଡାରେ ଦେଇପାରିବେ । ଆଉ ଏହା ବଦଳରେ ଛାତ ମାଲିକଙ୍କୁ ମାଗଣା ବିଜୁଳୀ ଏବଂ ଭଡା ମଧ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ । ଯଦି ଆପଣଙ୍କ ଘରର ଛାତ ଶହେ ମିଟର ରହିଛି ତେବେ ଏଥିପାଇଁ ଆପଣଙ୍କୁ ସରକାର ୩ ହଜାର ଟଙ୍କା ପର୍ଯ୍ୟନ୍ତ ଭଡା ବାବଦକୁ ଦେଇପାରନ୍ତି । ସୋଲାର ପ୍ୟାନେଲ ସରକାରଙ୍କ ସଂପତି ଏବଂ ସୋସାଇଟିର ଛାତ ଉପରେ ଲଗାଯିବ ଏବଂ ଏହାର ପାୱାର ଗ୍ରେଡରୁ ଯୋଡା ଯିବ । ୧୦ ବର୍ଗ ମିଟରର କ୍ଷେତ୍ରରେ ଲଗାଯାଉଥିବା ସୋଲାର ପ୍ୟାନେଲରୁ ପ୍ରତି ଦିନ ଚାରି ୟୁନିଟ ବିଜୁଳିର ଉତ୍ପାଦନ ହେବ । ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ସହିତ ଅନେକ ରାଜ୍ୟରେ ଏହି ଯୋଜନାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ବିଦ୍ୟୁତ୍ ବିଲରୁ ଆଶ୍ୱସ୍ତି ଦେବା ।