ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଇସ୍ରାଏଲ ଗସ୍ତ: ଜାଣନ୍ତୁ ଇସ୍ରାଏଲ ସଂପର୍କରେ ୧୦ଟି ବିଶେଷ କଥା

90

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ରାଏଲ ଗସ୍ତରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଐତିହାସିକ ବୋଲି କୁହାଯାଉଛି । ଏହି ୩ ଦିନିଆ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ଆଶା ରହିଛି । ତେବେ ବିଗତ ୭୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଇସ୍ରାଏଲ ଗସ୍ତ । ଅନ୍ୟପଟେ କହିବାକୁ ଗଲେ ଚର୍ତୁଦିଗରେ ଶତ୍ରୁଙ୍କ ଘେରରେ ଥିବାସତ୍ୱେ ଇସ୍ରାଏଲର ଶକ୍ତି ହେଉଛି ଅନନ୍ୟ । ଏହାବ୍ୟତୀତ ଇସ୍ରାଏଲ୍ ସଂପର୍କରେ ଅନେକ ରୋଚକ ତଥ୍ୟ ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ପଢନ୍ତୁ ଏହି ରିପୋର୍ଟ ।

• ୧୯୪୭ରେ ସ୍ୱାଧିନତା ସମୟରେ ୟୁଏନ ଇସ୍ରାଏଲକୁ ୫,୫୦୦ ସ୍କୋୟାର ମାଇଲ ବିଶିଷ୍ଟ ଜମି ଦେଇଥିଲା । କିନ୍ତୁ ବର୍ତ୍ତମାନ ଏହା ୮,୦୦ ସ୍କୋୟାର ମାଇଲକୁ ବୃଦ୍ଧି ପାଇଛି । ଯାହାକୁ ଇସ୍ରାଏଲ୍ ତାର ପଡୋଶୀ ରାଜ୍ୟମାନଙ୍କୁ ଆକ୍ରମଣ କରି ହାତେଇଛି ।

• ୧୯୫୦ରେ ଇସ୍ରାଏଲକୁ ଭାରତ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଥିଲା । ତେବେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା ।

• ଇସ୍ରାଏଲ୍ ‘ହାଇ ଟେକ୍ ଷ୍ଟାର୍ଟ ଅପ’ର କେନ୍ଦ୍ର ବିନ୍ଦୁ ଅଟେ । ଯାହା ‘ସିଲିକନ ଭ୍ୟାଲି’ ନାମରେ ମଧ୍ୟ ପରିଚିତ ।

• ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ସୁମାର ବିଲ୍ ଗେଟ୍ସ ଏବଂ ବ୍ୟାରିନ ବଫେଟ୍ ଭଳି ଲୋକ ଇସ୍ରାଏଲର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି । ତେବେ ବ୍ୟାରିନ୍ ବଫେଟଙ୍କ ମତରେ ଇସ୍ରାଏଲ୍ ହେଉଛି ନିବେଶ ପାଇଁ ସବୁଠାରୁ ଉନ୍ନତମାନର କ୍ଷେତ୍ର ।

• ସାରା ଦୁନିଆରେ ହିରାର ସନ୍ଧ୍ୟାନ ଏବଂ ତାର ଆବିଷ୍କାରକୁ ନେଇ ସବୁଠାରୁ ବଡ ଇଣ୍ଡଷ୍ଟ୍ରିଜ୍ ମଧ୍ୟରୁ ଇସ୍ରାଏଲ୍ ହେଉଛି ଗୋଟିଏ ।

• ସେହିପରି ବିଶ୍ୱର ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ଉତ୍ପାଦକ ରାଷ୍ଟ୍ର ମଧ୍ୟରେ ମଧ୍ୟ ଇସ୍ରାଏଲର ସ୍ଥାନ ରହିଛି ସ୍ୱତନ୍ତ୍ର । ଯେପରିକି ୟୁଏସ୍ ଓ ୟୁରୋପିୟ ଦେଶ ହେଉଛନ୍ତି ଏହାର ବଡ କ୍ରେତା ।

• ସାରା ଦୁନିଆର ପାଖାପାଖି ୬୦ ପ୍ରତିଶତ ଡ୍ରୋନ୍ ଇସ୍ରାଏଲରେ ହିଁ ତିଆରି କରାଯାଇଥାଏ । ଖାଲି ସେତିକି ନୁହେଁ ୟୁଏସ୍ ମଧ୍ୟ ଅସ୍ତ୍ରଶସ୍ତ୍ର ନିିର୍ମାଣ ପାଇଁ ଇସ୍ରାଏଲର ସହାୟତା ନେଇଥାଏ ଆଉ ଏଥିପାଇଁ ସେ ପାଖାପାଖି ୩ ଆରବ ଡଲାରର ରାଶି ପ୍ରତିବର୍ଷ ଇସ୍ରାଏଲକୁ ଦେଇଥାଏ ।

• ଇସ୍ରାଏଲର ଖୁଫିଆ ଏଜେନ୍ସି ମୋସାଦ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଏଜେନ୍ସି । ଆଉ ଏହି ଏଜେନ୍ସିର କାମ କରିବାର ତରିକା ଆମେରିକାକୁ କରିଛି ଆକୃଷ୍ଠ ।

• ଇସ୍ରାଏଲକୁ ମଧ୍ୟ ପର୍ଯ୍ୟଟନ ସ୍ଥଳି ତାଲିକାରେ ସ୍ଥାନ ଦିଆଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ଷକୁ ପାଖାପାଖି ୩୦ ଲକ୍ଷରୁ ଅଧିକ ପର୍ଯ୍ୟଟନ ସେଠାରୁ ବୁଲିବାକୁ ଯାନ୍ତି । ଯାହା କି ଇସ୍ରାଏଲର ଆୟର ମୁଖ୍ୟ ସ୍ରୋତ ଅଟେ ।

• ଇସ୍ରାଏଲର ମାତ୍ର ୨୦ ପ୍ରତିଶତ ଭାଗ ଚାଷ ପାଇଁ ଉପଯୁକ୍ତ । ଏହାସତ୍ୱେ ମଧ୍ୟ ସେ ନିଜର ଆବଶ୍ୟକ କରୁଥିବା ପାଖାପାଖି ୯୬ ପ୍ରତିଶତ ଖାଦ୍ୟ ଏହି ଚାଷ ଜମିରୁ ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଛି ।

• ସେହିପରି ୱାଲ୍ଡ ବ୍ୟାଙ୍କ ଅନୁସାରେ, ଇସ୍ରାଏଲର ଜିଡିପି ପାଖାପାଖି ୩୨୦ ଡଲାରର ଅଟେ । ଯାହା ସାରା ବିଶ୍ୱରେ ୩୩ତମ ସ୍ଥାନରେ ରହିଛି ।

ସୌଜନ୍ୟ: ଆଜତକ୍

ଏହାସହ ମଧ୍ୟ ପଢନ୍ତୁ- ମୋଦିଙ୍କ ପାଇଁ କେତେ ଲାଭଦାୟୀ ଜିଏସଟି ! ୨୦୧୯ ପାଇଁ ମାଷ୍ଟରଷ୍ଟ୍ରୋକ୍ କି ?