ପ୍ରତିଟି ଲୋକଙ୍କ ପାଖରେ ପହଁଞ୍ଚିବ ସରକାରୀ ସୁବିଧା: ଏଣିକି ହ୍ୱାଟସଆପ ଜରିଆରେ ଜନତାଙ୍କୁ ଦିଆଯିବ ସମସ୍ତ ସୂଚନା, କେମିତି ଓ କିଭଳି ଉଠାଇବେ ଲାଭ ସେ ସଂପର୍କରେ ବି ମିଳିବ ତଥ୍ୟ

35

ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ଜଣେ । ସେ ୧୬ ତମ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିଥିଲେ । ଅଳ୍ପ ସମୟରେ ହିଁ ସେ ସେ କେବଳ ଭାରତର ନୁହଁ ଅନ୍ୟ ଦେଶର ଲୋକମାନଙ୍କ ହୃଦୟରେ ମଧ୍ୟ ସ୍ଥାନ ପାଇଛନ୍ତି । ଲୋକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା କାରଣରୁ ଆଜି ଭାରତର ପ୍ରତ୍ୟେକ ନାଗରିକ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ କରିବା ପାଇଁ ଚାହୁଁଛନ୍ତି ।

ଜନତାଙ୍କ ସହ ସିଧା ସମ୍ପର୍କ କରିବା ଏବଂ ସରକାରୀ ସୁବିଧା ସୁଯୋଗ ସଂପର୍କରେ ତଥ୍ୟ ପାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଅନେକ ଅନଲାଇନ ଓ ଅଫଲାଇନ ମାଧ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ଲୋକମାନେ ଏନେଇ ସମସ୍ତଙ୍କ ପାଖରେ ବିସ୍ତୃତ ସୂଚନା ନାହିଁ । ଯାହାକୁ ଦୃଷ୍ଟିରେ ରଖି ଏବେ ମୋଦି ଏଭଳି ଏକ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହାଦ୍ୱାରା ଏବେ ପ୍ରତ୍ୟେକଟି ବ୍ୟକ୍ତି ନିକଟରେ ସରକାରଙ୍କ ତରଫରୁ ଘୋଷଣା କରାଯାଉଥିବା ସମସ୍ତ ଖବର ପହଂଚିପାରିବ ।

ଆଜ୍ଞା ହଁ ! ସରକାରୀ ସେବାଗୁଡିକ ସଂପର୍କରେ ସମସ୍ତ ତଥ୍ୟ ହାସଲ କରିବାକୁ ସହିତ ତାକୁ ପରିଚାଳନା କରିବାର ପୂରା ପଦ୍ଧତି ଜାଣିବା ପାଇଁ ଜନତାଙ୍କୁ ଆଉ କେଉଁଆଡେ ଦୌଡିବାକୁ ପଡିବନାହିଁ । କାରଣ କେନ୍ଦ୍ର ସରକାର ଏଣିକି ହ୍ୱାଟସଆପ ଜରିଆରେ ଏବଂ ଉମଙ୍ଗ ଆପ ଜରିଆରେ ସମସ୍ତ ସରକାରୀ ସେବା ସଂପର୍କରେ ସୂଚନା ଆଦାନ ପ୍ରଦାନ କରିବା ଭଳି ସୁବିଧା ପାଇଁ ଏକ ସ୍ୱତନ୍ତ୍ର ଚାର୍ଟ ବିକଶିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯାହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ସଂପୂର୍ଣ୍ଣ ରୂପ ରେଖା ବର୍ତ୍ତମାନ ପ୍ରସ୍ତୁତ କରିସାରିଲାଣି ।ଖୁବ ଶୀଘ୍ର ହିଁ ଏହି ସୁବିଧାକୁ ସାଧାରଣ ଜନତାଙ୍କ ପାଇଁ ଲଂଚ କରିଦିଆଯିବ ।

ସୂଚନା ମୁତାବକ, ବିଶ୍ୱରେ ଆଂଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରାଯାଇ ସରକାରୀ ସେବାଗୁଡିକରେ ସୂଚନା କିମ୍ବା ପ୍ରକ୍ରିୟା ସଂପର୍କିତ ତଥ୍ୟ ପ୍ରଦାନ କରାଯିବ । ଖାଲି କେନ୍ଦ୍ରିୟ ଯୋଜନା ଓ ସରକାରୀ ସେବା ସଂପର୍କରେ ତଥ୍ୟ ନୁହେଁ ବରଂ ଏହା ଜରିଆରେ ଦେଶବାସୀଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତା ମୂଳକ ସୂଚନା ମଧ୍ୟ ପ୍ରଦାନ କରାଯିବ ।