ସାମ୍ନାକୁ ଆସିଲା ମୋଦି ସରକାରଙ୍କ ସତ୍ୟତା ! ମୋଦି ନୁହଁନ୍ତି ବରଂ ଜଣେ ମହିଳା ଥିଲେ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ

94

ଏକଥା ଆମେ କହୁନାହୁଁ ବରଂ ଦେଶର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ନିଜ ମନ୍ତବ୍ୟରେ ଏହା ସ୍ପଷ୍ଟ କରଛନ୍ତି । ସେ କହିଛନ୍ତି କି ମୋଦି ନୁହଁନ୍ତି ବରଂ ଇନ୍ଦିରା ଗାନ୍ଧି ହେଉଛନ୍ତି ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ ସେ ପୁଣି ମଧ୍ୟ କହିଥିଲେ, ଗଣତାନ୍ତ୍ରିକ ଦେଶର ଏପର୍ଯ୍ୟନ୍ତର ସବୁଠାରୁ ସ୍ୱୀକାର୍ଯ୍ୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ସ୍ୱର୍ଗତଇନ୍ଦିରା ଗାନ୍ଧି ।

ତେବେ ମୁଖାର୍ଜି ଏକଥା ‘ଇଣ୍ଡିଆଜ୍ ଇନ୍ଦିରା-ଏ ସେଂଟେନିୟଲ ଟ୍ରିବ୍ୟୁଟ’ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । ସେ ଇନ୍ଦିରା ଗାନ୍ଧିଙ୍କୁ ସଂପୂର୍ଣ୍ଣ ବିଶ୍ୱ ଏବଂ ଭାରତୀୟଙ୍କ ପାଇଁ ସବୁଠାରୁ ପ୍ରଭାବଶାଳୀ ହସ୍ତି ବୋଲି କହିଛନ୍ତି । ତେବେ ପଢନ୍ତୁ ଇନ୍ଦିରା ଗାନ୍ଧିଙ୍କ ସଂପର୍କରେ କଣ କହିଥିଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ।

• ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ମଧ୍ୟ ସେ ଗଣତାନ୍ତ୍ରିକ ଦେଶର ସବୁଠାରୁ ଭଲ ଏବଂ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଅଟନ୍ତି ।

• ୧୯୭୭ରେ କଂଗ୍ରେସର ପରାଜୟ ସମୟରେ ମୁଁ ମନ୍ତ୍ରୀ ଥିଲି । ସେତେବେଳେ ଇନ୍ଦିରା ଗାନ୍ଧି ମୋତେ କହିଥିଲେ କି ‘ହାର ବା ପରାଜୟରେ ନିରାଶ ହୁଅନ୍ତୁ ନାହିଁ ,ବରଂ ଏବେ କାମ କରିବାର ସମୟ ଅଟେ’ ।

• ରାଜନୀତିର ସବୁଠାରୁ ଖରାପ ସମୟରେ ଇନ୍ଦିରା ନିଜକୁ କାମରେ ବ୍ୟସ୍ତ ରଖୁଥିଲେ ।

ତେବେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜିଙ୍କ ସମେତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପ ରାଷ୍ଟ୍ରପତି ହମିଦ୍ ଅଂସାରି ମଧ୍ୟ ଉପସ୍ଥିତ ଥିଲେ ।

ଏହାବ୍ୟତୀତ ଯଦି ଆପଣ ମୋଦି ଏବଂ ଇନ୍ଦିରା ଗାନ୍ଧିଙ୍କ ଶାସନକୁ ଧ୍ୟାନଦେବେ ତେବେ ଆପଣ ଏହାର ଫରକକୁ ଭଲଭାବେ ବୁଝିପାରିବେ ।

ନରେନ୍ଦ୍ର ମୋଦି ଏବଂ ଇନ୍ଦିରା ଗାନ୍ଧିଙ୍କ ଶାସନରେ କଣ ରହିଛି ଫରକ

• ଇନ୍ଦିରା ଗାନ୍ଧିଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କଂଗ୍ରେସରେ ଦେଖାଦେଇଥିବା ଫାଟକକୁ ଦମନ କରିଥିଲା । ତେଣୁ ସେ କ୍ଷମତାକୁ ଅଧିକ କରାୟତ କରିବାରେ ସକ୍ଷମ ହୋଇଥିଲେ । ମୋଦି କିନ୍ତୁ ଦୁର୍ନିତୀ ଗ୍ରସ୍ତ ତଥା ଦୁଇ ଦୁଇଟି ଉପସରକାର ବିପକ୍ଷରେ ଏକ ଅଘୋଷିତ ଅସ୍ତ୍ର ସଦୃଶ୍ୟ ।

• ଇନ୍ଦିରା ଗାନ୍ଧି ନିଜ ଦଳ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିବାରେ ସକ୍ଷମ ଥିଲେ କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । କାରଣ ବିଜେପିର ଆଧାର ହେଉଛି ସଂଘ ପରିବାର ।

• ଇନ୍ଦିରା ଗାନ୍ଧି ପ୍ରାୟତଃ ଅଧିକାଂଶ ନିଷ୍ପତି ନିଜେ ତଥା ଏକଛତ୍ରବାଦ ଭାବରେ ନେଉପାରୁଥିଲେ କିନ୍ତୁ ମୋଦିଙ୍କ ନିଷ୍ପତି ତଥା ବିଜେପିର ରାଜନୈତିକ ବିଚାରଧାରା ହେଉଛି ସଂଘ ପରିବାରର ଦଳୀୟ ନୀତି ଓ ଏଠାରେ ଦଳ ସର୍ବୋପରି ବ୍ୟକ୍ତିତ୍ୱ ନୁହେଁ ।

• ଇନ୍ଦିରା ଗାନ୍ଧିଙ୍କ କ୍ଷେତ୍ରରେ କଂଗ୍ରେସ ସଂସଦରେ ଦୁଇଟି ସଭାରେ ସଂପୂର୍ଣ୍ଣ ବହୁମତ ନେଇ ଶାସନ କରୁଥିଲେ ମାତ୍ର ବିଜେପିର ରାଜ୍ୟ ସଭାରେ ସଂଖ୍ୟା ଗରିଷ୍ଠତା କମ ଥିବାରୁ ମୋଦି ସରକାରଙ୍କ ଅନେକ ନୀତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

• ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତ ଏକ ପଛୁଆ ବିକଶିତ ରାଷ୍ଟ୍ର ଥିିଲା ତେଣୁ ବିକାଶ ପାଇଁ ଯେଉଁ କଠୋର ଓ ବୈପ୍ଳବିକ ନିଷ୍ପତି ନେବାର ଥିଲା ତାହା ଇନ୍ଦିରାଙ୍କ ଭଳି ଜଣେ ନିର୍ଭିକ ନେତ୍ରୀ ହିଁ ନେଇପାରିଥିଲେ । ମାତ୍ର ଆଜି ଦିନରେ ମୋଦି ସରକାର ବିକାଶର ଅନେକ ପାଦ ଆଗେଇଛି ସତ କିନ୍ତୁ ମୋଦିଙ୍କ ଭୂମିକା ଜଣେ ଉତପ୍ରେରକ ଭାବରେ କାମ ଦେଉଛି, ଜଣେ ଉଦ୍ଭାବକ ଭଳି ନୁହେଁ । ଯାହା ପାଇଁ ଦରକାର କେବଳ ନିୟନ୍ତ୍ରଣ ।
                                                                    ସୌଜନ୍ୟ: ବିବିସି