ବଜାରକୁ ଆସିଲା ‘ନାନୋଫୋନ୍’ ! ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

83

ଇ-କମର୍ସ ସାଇଟ୍ ‘ୟେରହା ଡଟ୍ କମ୍’ ଗୁରୁବାର ଦିନ କଥିତ ରୂପରେ ବିଶ୍ୱର ସବୁଠାରୁ ଛୋଟ ଫୋନ ଲଂଚ କରିଛି । ଏହି ଶାନଦାର ଫୋନର ନାମ ‘ନାନୋଫୋନ୍ ସି’ ରଖାଯାଇଛି । ସବୁଠାରୁ ବଡ କଥା ହେଲା କଂପାନୀ ମୁତାବକ, ଏହି ଇଲାରି ନାନୋଫୋନ୍ ବିଶ୍ୱର କ୍ଷୁଦ୍ରତମ ଜିଏସଏମ୍ ଫୋନ ଅଟେ । ଯାହାକି କ୍ରେଡିଟ୍ କାର୍ଡ ଆକାରର ରହିଛି ।

ଏହା ଅଲ୍ଟ୍ରା କମ୍ପାକ୍ଟ୍ ଷ୍ଟାଇଲିସ୍ ଏବଂ ଆଂଟି-ସ୍ମାର୍ଟ ମୋବାଇଲ୍ ଫୋନ୍ ବା ଅନ୍ୟ ଭାଷାରେ ସ୍ମାର୍ଟଫୋନର କେତେକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ରଖିଥିବା ସ୍ମାର୍ଟଫୋନ୍ ବୋଲି ଦାବି କରାଯାଉଛି । କିନ୍ତୁ, ଏହା ବ୍ୟବହାରକାରୀଙ୍କୁ ସ୍ମାର୍ଟଫୋନଠାରୁ ଅସଂଯୁକ୍ତ କରାଇ ଚଳଚଞ୍ଚଳନ ଜୀବନଯାପନ ପାଇଁ ନିଶ୍ଚୟ ସୁଯୋଗ ଦେବ । ତେବେ ଭାରତରେ ଏହାର ଦାମ ରହିଛି ମାତ୍ର ୩,୯୪୦ ଟଙ୍କା ଏବଂ ଏହା ବ୍ଲାକ୍, ରୋଜ୍ ଗୋଲ୍ଡ ଏବଂ ସିଲଭର କଲରରେ ବଜାରରେ ଉପଲବ୍ଧ ହେବ ।

ଏହି ଫୋନର ଓଜନ ରହିଛି ମାତ୍ର ୩୦ ଗ୍ରାମ ଏବଂ ଏହାର ଦୈର୍ଘ୍ୟ, ପ୍ରସ୍ଥ ଓ ମୋଟେଇ: ୯୪. ୪ ଙ୍ଘ ୩୫. ୮ ଙ୍ଘ ୭. ୬ ମିଲିମିଟର୍ ରହିଥିବାବେଳେ ଏହାର ଡିସ୍ ପ୍ଲେ ୧ଇଞ୍ଚ ୧୨୮ ଙ୍ଘ ୯୬ ପିକସେଲସ୍ ରହିଛି । ଏହାର ଅପରେଟିଂ ସିଷ୍ଟମ ଆରଟିଓଏସ୍ ମିଡିଆଟେକ୍ ଓ ଏମଟି୬୨୬୧ଡି ଚିପସେଟର ବ୍ୟବହାର କରାଯାଇଛି । ୩୨ ଏମବି ଯୁକ୍ତ ରାମ ମିଳିବା ସହ ଏହାର ଷ୍ଟୋରେଜ ରହିଛି ୩୨ ଏମବି । ଆବଶ୍ୟକ ପଡିଲେ ୩୨ ଜିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ବ୍ୟବହାର ମଧ୍ୟ କରିପାରିବେ ।

ଏହାଛଡ଼ା ଏଥିରେ ରହିଛି ଏକ ଏମପିଥ୍ରି ପ୍ଲେୟାର୍, ଏଫଏମ୍ ରେଡିଓ, ଭଏସ୍ ରେକର୍ଡିଂ ଏବଂ ସ୍ମାର୍ଟଫୋନ୍ ରେକର୍ଡିଂ ଫଙ୍କସନ୍ । ଖାଲି ସେତିକି ନୁହେଁ ଏଥିରେ ୩. ୫ ଏମଏମ୍ ହେଡ୍ ଫୋନ୍ ଜ୍ୟାକ୍ ଏବଂ ଏକ ମାଇକ୍ରୋ-ୟୁଏସବି ପୋର୍ଟ ମଧ୍ୟ ଉପଲବ୍ଧ । ଏଥିରେ ଥିବା ବ୍ଲୁଟୁଥ୍ ଏହାକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡଭାଇସ୍ ସହ ସଂଯୁକ୍ତ କରି ସ୍ମାର୍ଟଫୋନରୁ କଲ୍ ଗ୍ରହଣ କରିବା ସହ ପ୍ରେରଣ କରିପାରେ । ଏହା ମେଜିକ୍ ଭଏସ୍ ଫଙ୍କସନକୁ ସପୋର୍ଟ କରୁଥିବାରୁ ବ୍ୟବହାରକାରୀମାନେ ସେମାନଙ୍କ ବନ୍ଧୁମାନଙ୍କ ପାଖକୁ ପ୍ରାଙ୍କ୍ କଲ୍ କରିପାରିବେ ।

ସୌଜନ୍ୟ –ଗ୍ୟାଜେଟସ୍୩୬୦