ଆପଣ ଜାଣନ୍ତି କି , କାହିଁକି ନବରାତ୍ରିରେ ଗରବା ଓ ଦାଣ୍ଡିଆର ଆୟୋଜନ କରାଯାଏ ?

159

ଏବେ ନବରାତ୍ରିର ମାହୋଲ । ପୂଜା ମଣ୍ଡପରେ ଧୁମଧାମରେ ପାଳନ ହେଉଛି ମା’ଙ୍କର ନବରାତ୍ରିର ପୂଜା । ଚାରିଆଡେ ଭକ୍ତିମୟ । ଆଉ ଏହାରି ଭିତରେ ମଧ୍ୟ ଗରବା ଓ ଦାଣ୍ଡିଆର ଝଲକ ଦେଖିବାକୁ ମିଳୁଛି garba-15। ସମସ୍ତେ ଦାଣ୍ଡିଆର ମଜା ନେଉଛନ୍ତି । ହେଲେ କାହିଁକି ନବରାତ୍ରିରେ ଗରବା ଓ ଦାଣ୍ଡିଆ କରାଯାଏ । ଏହାର ମହତ୍ୱ କଣ । ଆସନ୍ତୁ ଜଣିବା ।

ନବରାତ୍ରି ପୁରା ଭାରତରେ ପାଳନ କରାଯାଉଥିବା ଏକ ପର୍ବ ଅଟେ । ଏହି ଉତ୍ସବକୁ ଦେଶର ସବୁ ସ୍ଥାନରେ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଏ । ସମସ୍ତେ ନବରାତ୍ରିର ପୂଜା ନିଜର ତରିକାରେ ପାଳନ କରୁଛନ୍ତି । କିନ୍ତୁ ମା’ଦୁର୍ଗାଙ୍କୁ ଭକ୍ତି କରିବା ହିଁ ହେଉଛି ସସମସ୍ତଙ୍କର ଆରାଧନାର କାରଣ । ଗୁଜୁରାଟରେ ନବରାତ୍ରିର ଉତ୍ସବକୁ ଦାଣ୍ଡିଆ ଓ ଗରବାର ପର୍ବ ମଧ୍ୟ କୁହାଯାଇଥାଏ । ଏମିତି ବି ଗରବା ଗୁଜୁରାଟର ପାରମ୍ପରିକ ନୃତ୍ୟ ଅଟେ । କିନ୍ତୁ ଏବେ ଏହା ପୁରା ଦେଶରେ ନବରାତ୍ରିର ସମୟରେ କରାଯାଉଛି । ଦାଣ୍ଡିଆ ଓ ଗରବା ଦୁର୍ଗା ମା’ଙ୍କ ପସନ୍ଦ ବୋଲି ବିଶ୍ୱାସ କରାଯାଏ । ଏଥିପାଇଁ ପ୍ରତି ନବରାତ୍ରିରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଗରବା କରାଯାଏ । ଦୁର୍ଗା ମା’ଙ୍କ ସମ୍ମାନରେ ଭକ୍ତି ପ୍ରଦର୍ଶନ ସ୍ୱରୂପ ଗରବା କରାଯାଏ । ଏବଂ ଏହାପରେ ମା’ଙ୍କର ଆରତି ହୁଏ । ଆରତୀ ପରେ ଦାଣ୍ଡିଆ ସମାରୋହ ର ଆୟୋଜନ କରାଯାଏ । ଗରବାରେ ସବୁ ଲୋକ ବହୁତ ଆନନ୍ଦ ଓ ଉଲ୍ଲାସର ସହ ଏକାଠି ହୋଇଥାନ୍ତି । ମା’ଙ୍କ ଭକ୍ତିରେ ନୃତ୍ୟ ରସରେ ମାତି ଯାଇଥାନ୍ତି ।

navratri_garbaଗରବାର ମହତ୍ୱ –
ଗରବାର ଆକ୍ଷରିକ ଅର୍ଥ ଅଟେ ଗର୍ଭ ଦୀପ । ନବରାତ୍ରିର ପ୍ରଥମ ଦିନ ଛିଦ୍ର ନଥିବା ଏକ ମାଟି ଘଡିକୁ ସ୍ଥାପିତ କରାଯାଏ । ଯାହା ଭିତରେ ଦୀପ ପ୍ରଜ୍ୱଳିତ କରାଯାଏ । ଏବଂ ଏହା ସହ ରୂପାର ଏକ ମୁଦ୍ରା ରଖାଯାଏ । ଏହି ଦୀପକକୁ ଦୀପଗର୍ଭ କୁହାଯାଏ । ଦୀପ ଗର୍ଭରେ ସ୍ଥାପିତ ହେବା ପରେ ମହିଳାମାନେ ଓ ଯୁବତୀମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ମା’ ଶକ୍ତିଙ୍କ ସମ୍ମୁଖରେ ନୃତ୍ୟ କରି ତାଙ୍କୁ ପ୍ରସନ୍ନ କରିଥାନ୍ତି । ଗର୍ଭ ସୀପ ସ୍ତ୍ରୀଙ୍କର ସୃଜନଶକ୍ତି ର ପ୍ରତୀକ ଅଟେ । ଏବଂ ଗରବା ଏହି ଦୀପ ଗର୍ଭର ଅପଭ୍ରଂଶ ରୂପ ଅଟେ । ଗରବା ନୃତ୍ୟ ରେ ମହିଳାମାନେ ତାଳି ଚୁଟକି , ଦାଣ୍ଡିଆ ଓ ମଂଜୋରିର ପ୍ରୟୋଗ ମଧ୍ୟ କରିଥାନ୍ତି । ଦୁଇ ବା ଚାରିଜଣଙ୍କ ସମ୍ମୁଖରେ ମହିଳାମାନେ ବିଭିନ୍ନ ପ୍ରକାର ତାଳି ପ୍ରଦର୍ଶନ କରାଯାଏ । ଏହି ସମୟରେ ଦେବୀ ଶକ୍ତି ଓ କୃଷ୍ଣଙ୍କର ରାସଲୀଳା ସମ୍ବନ୍ଧିତ ଗୀତ ବୋଲା ଯାଏ ।

garba-raas-of-gujaratଗୁଜୁରାଟର ଲୋକଙ୍କ ବିଶ୍ୱାସ ଯେ , ଏହି ନୃତ୍ୟ ମା’ ଅମ୍ବା ଙ୍କର ପ୍ରିୟ ଅଟେ । ଏଥିପାଇଁ ତାଙ୍କୁ ପ୍ରସନ୍ନ କରିବା ପାଇଁ ଗରବା ର ଆୟୋଜନ କରାଯାଏ । ଏହି ପୂଜା ତାଙ୍କର ଜ୍ୟୋତି ଓ ଶକ୍ତିର କରାଯାଏ । ପ୍ରତ୍ୟେକ ଦିନ ଦୁର୍ଗାଙ୍କର ଅଲଗା ଅଲଗା ରୂପକୁ ସମର୍ପିତ କରାଯାଏ । ପର୍ବର ପ୍ରଥମ ଦିନ ବାଳିକାମାନଙ୍କୁ ପୂଜା କରାଯାଏ । ଦ୍ୱିତୀୟ ଦିନରେ ଯୁବତୀଙ୍କ ପୂଜା କରାଯାଏ । ୩ୟ ଦିନରେ ମହିଳାଙ୍କର (ପରିପକ୍ୱତା ଅବସ୍ଥା )ପୂଜା କରାଯାଏ । ଦେବୀ ଦୁର୍ଗାଙ୍କର ବିନାଶକାରୀ ରୂପରେ ସବୁ ଖରାପ ଶକ୍ତିଗୁଡିକର ଅନ୍ତ ହୋଇଯାଏ । ମହିଳାମାନେ ଏକାଠି ହୋଇ ଗରବା ଖେଳନ୍ତି ଏବଂ ତିନି ତାଳିର ପ୍ରୟୋଗ କରିଥାନ୍ତି । ଏହାର ପଛରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ କରାଣ ରହିଛି । ବ୍ରହ୍ମା , ବିଷ୍ଣୁ ,ମହେଶ୍ୱର ଆଦି ତ୍ରିଦେବଙ୍କର ପାଖରେ ପୁରା ବ୍ରହ୍ମାଣ୍ଡ ଘୁରୁଅଛି । ଏହି ତିନି ଦେବଙ୍କର କଳାକୁ ଏକାଠି କରି ଶକ୍ତିଙ୍କର ଆବାହନ କରାଯାଏ ।