ହଜାର ହଜାର ସୈନକ ପ୍ରାଣ ହାରିଥିଲେ ମହାଭାରତ ଯୁଦ୍ଧରେ, କିନ୍ତୁ ଜଣଙ୍କର ବି ମିଳି ନଥିଲା ମୃତଦେହ ! ଜାଣନ୍ତୁ କାହିଁକି

279

ମହାଭାରତ ଯୁଦ୍ଧରେ ଅନେକ ସୁରବୀର ନିଜ ପ୍ରାଣର ଆହୁତି ଦେଇଥିଲେ । ଏହା ଏକ ଏଭଳି ଯୁଦ୍ଧ ଥିଲା ଯାହା କୁରୁକ୍ଷେତ୍ରକୁ କରିଦେଇଥିଲା ରକ୍ତରଂଜିତ । ଖାଲି ସେତିକି ନୁହେଁ ରକ୍ତର ସୁଅ ଏଭଳି ଥିଲା କି ଆଜି ମଧ୍ୟ ସେଠାକାର ମାଟିର ରଙ୍ଗ ଲାଲ୍ ରହିଛି । ତେବେ ଏହା ଏକ ଏଭଳି ତଥ୍ୟ ଯାହା ସହିତ ପ୍ରତ୍ୟେକ ବ୍ୟକ୍ତି ପରିଚିତି । କିନ୍ତୁ ଏନେଇ ଏକ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି କି ଯାହା ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

ଯଦି ବାସ୍ତବରେ ମହାଭାରତ ଯୁଦ୍ଧ ସତ୍ୟ ଅଟେ ତେବେ ଯୁଦ୍ଧରେ ପ୍ରାଣ ହରାଇଥିବା ସୁରବୀରଙ୍କ ମୃତ ଶରୀରଗୁଡିକର କଣ ହୋଇ ଥିଲା ? ସେମାନଙ୍କ ଅନ୍ତିମ ସଂସ୍କାର କିପରି ଓ କିଏ କରିଥିଲେ ? ତେବେ ଏହି ପ୍ରଶ୍ନକୁ ଆଧରା କରି ଏକ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି ଯାହା ଉପରେ ହୁଏତ ବିଚାର କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ।

କୁରୁକ୍ଷେତ୍ର ଯୁଦ୍ଧରେ ପ୍ରାଣ ହରାଇଥିବା ସମସ୍ତ ସୈନିକ ଏବଂ ଯୋଦ୍ଧାଙ୍କ ମୃତ ଶରୀର ବା ଅସ୍ତିଗୁଡିକର କୌଣସି ସନ୍ଧ୍ୟାନ ମିଳିପାରି ନଥିଲା । କାରଣ ଆଜିକା ଦିନରେ ଯଦି କୌଣସି ଶତ୍ରୁ ନିହତ ହେଉଛି ତେବେ ତାର ମୃତଦେହକୁ ଦୁର୍ବ୍ୟବହାର କରାଯାଇଥାଏ । କିନ୍ତୁ ପୂର୍ବରୁ ଏଭଳି ଚିନ୍ତାଧାରା ଲୋକଙ୍କ ମନରେ ନଥିଲା । ସେହିପରି ମହାଭାରତ ଯୁଦ୍ଧ ସୂର୍ଯ୍ୟାସ୍ତ ପରେ ସ୍ତଗିତ ରଖାଯାଉଥିଲା ଆଉ ଏହିସମୟରେ ହିଁ ଯୁଦ୍ଧରେ ଜୀବନ ହାରିଥିବା ଯୋଦ୍ଧାଙ୍କ ମୃତଦେହଗୁଡିକୁ ଅନ୍ମ ସଂସ୍କାର କରାଯାଉଥିଲା କିମ୍ବା ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଉଥିଲା ।

ଅମଲ ନନ୍ଦନ, ଯିଏ କି କୁରୁକ୍ଷେତ୍ରର ପୌରାଣିକ ଇତିହାସକୁ ବିସ୍ତୃତ ଭାବରେ ଅଧ୍ୟୟନ କରିଛନ୍ତି ,ତାଙ୍କ କହିବା କଥା ହେଲା, ଯେଉଁଦିନ ପିତାମହ ଭୀଷ୍ମ ନିଜର ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ ସେହିଦିନ ଅର୍ଥାତ୍ ଯୁଦ୍ଧ ସମାପ୍ତ ପରେ କୁରୁକ୍ଷେତ୍ର ଭୂମିକୁ ସଂପୂର୍ଣ୍ଣ ରୂପେ ଜଳାଇ ଦିଆଯାଇଥିଲା । ଏହା ଏଥିପାଇଁ କରାଯାଇଥିଲା କି ପ୍ରତ୍ୟେକ ମୃତ ଯୋଦ୍ଧାଙ୍କୁ ସ୍ୱର୍ଗରେ ସ୍ଥାନ ମିଳୁ ଏବଂ ସେମାନଙ୍କ ମୃତଶରୀରର ଶୁଦ୍ଧିକରଣ ହୋଇପାରୁ ।