କାହିଁକି ସୀତା ମାତାକୁ ଅପହରଣ କରି ନିଜ ମହଲରେ ରଖି ନଥିଲା ରାବଣ ? ଜାଣନ୍ତୁ ଏହା ପଛର ରହସ୍ୟ

423

ରାମାୟଣରେ ମାତା ସୀତାଙ୍କୁ ଯେତେବେଳେ ରାବଣ ଅପହରଣ କରି ନିଜ ସାଥୀରେ ଆଣି ଆସିଥିଲା ସେତେବେଳେ ସେ ତାଙ୍କୁ ନିଜ ବିଳାଷମୟ ରାଜ ପ୍ରାସାଦରେ ନ ରଖି ବରଂ ବନ ତଥା ଅଶୋକ ବାଟିକାରେ ବନ୍ଦୀ ବନାଇ ରଖିଥିଲା । ତେବେ ରାବଣ ଏପରି କାହିଁକି କରିଥିଲା ? ଏହା ପଛର ପ୍ରକୃତ କାରଣ କଣ ଥିଲା ? କେବେ ଚିନ୍ତା କରିଛନ୍ତି । ତେବେ ଆଜି ଆମେ ଏସଂପର୍କରେ ଆପଣଙ୍କୁ କିଛି ତଥ୍ୟ ଜଣାଇବାକୁ ଯାଉଛୁ ।

ଶାସ୍ତ୍ର ଅନୁସାରେ ଏଥିରେ ଦୁଇଟି କାରଣ ପ୍ରତୀୟ ହୋଇଛି । ପ୍ରଥମ କାରଣଟି ହେଲା, ରାବଣ ଜଣେ ମହାନ ଜ୍ଞାନୀ ତଥା ପଣ୍ଡିତ ଥିଲା । ସେ କୌଣସି ବି ମୁହୂର୍ତ୍ତରେ ମାତା ସୀତାଙ୍କ ମର୍ଯ୍ୟଦା କ୍ଷୁର୍ଣ୍ଣ କରି ନଥିଲା । ତାକୁ ଜଣା ଥିଲା କି ମାତା ସୀତା ଜଣେ ପତିବ୍ରତା ସତୀ ନାରୀ ଅଟନ୍ତି । ଏହି ସମୟରେ ମାତା ସୀତା ବନବାସ ଜୀବନ କାଟୁଥିଲେ ଯାହା ସଂପର୍କରେ ରାବଣଙ୍କୁ ଜ୍ଞାତ ଥିଲା, କାଳେ ସୀତାଙ୍କ ବନବାସ ଭଙ୍ଗ ହୋଇଯିବ ସେଥିପାଇଁ ସେ ତାଙ୍କୁ ନିଜ ମହଲରେ ନ ରଖି ଅଶୋକ ବାଟିକାରେ ରଖିଥିଲା ।

ମାତ୍ର ଅଷ୍ଟମ ଶ୍ରେଣୀ ପାସରେ କରନ୍ତୁ ସରକାରୀ ଚାକିରି ! ମାସିକ ଦରମା ୧୦ ହଜାର ଟଙ୍କା

ଦ୍ୱିତୀୟ କାରଣଟି ଥିଲା, ରାବଣ ଅଭିଶାପ ଭୟରେ ମାତା ସୀତାଙ୍କୁ ନିଜ ମହଲରେ ନ ରଖି ବନରେ ରଖିଥିଲା । ଏକଦା ସ୍ୱର୍ଗ ଅପସରା ରମ୍ଭା ରାବଣର ଭାଇ କୁବେରଙ୍କ ପୁତ୍ର ନଳକୁବେରଙ୍କୁ ଭେଟିବାକୁ ଆସିଥିଲେ । ରମ୍ଭାଙ୍କ ରୂପ ଯୌବନକୁ ଦେଖି ଅସୁର ରାବଣ ମୋହିତ ହୋଇ ତାଙ୍କୁ ଖରାପ ଉର୍ଦ୍ଦେଶ୍ୟରେ ବନ୍ଦୀ ରଖିଥିଲା । ଏହାପରେ ରମ୍ଭା ରାବଣକୁ କହିଥିଲେ କି , ‘ମୁଁ ଆପଣଙ୍କ ଭାଇର ପୁଅଙ୍କ ନିକଟକୁ ଆସିଛି ତଥା କହିବାକୁ ଗଲେ ମୁଁ ଆପଣଙ୍କ ପୁତ୍ରବଧୂ ଅଟେ । ମୋତେ ଆପଣ ମୁକ୍ତ କରନ୍ତୁ’ । ମାତ୍ର ରାବଣ ଦୁରାଚାରୀ ଥିଲା ଆଉ ସେ ରମ୍ଭାଙ୍କ କଥା ଶୁଣି ନଥିଲା ।

ଅନ୍ୟପଟେ ଏହି ସମ୍ବାଦ ନଳକୁବେର ଜାଣିବାକୁ ପାଇଥିଲେ ଏବଂ ରାବଣକୁ ଅଭିଶାପ ଦେଇ କହିଥିଲେ କି, ‘ଯଦି ତୁମେ କୌଣସି ନାରୀକୁ ତା’ର ବିନା ଇଚ୍ଛାରେ ତାଙ୍କୁ ନିଜ ମହଲରେ ରଖ କିମ୍ବା ତା’ ସହ ଅସଦାଚରଣ କର ତେବେ ତୁମର ମୃତ୍ୟୁ ସୁନିଶ୍ଚିତ’ । ଯେଉଁ ଭୟରେ ରାବଣ ସୀତାଙ୍କୁ ନିଜ ମହଲରେ ନରଖି ବନରେ ରଖିଥିଲା ।

ଅନ୍ଧାର ରାତିରେ କାହିଁକି କାନ୍ଦନ୍ତି କୁକୁର ! ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ