ନାରୀ ପାଇଁ ହୋଇଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ! ଜାଣନ୍ତୁ କିପରି ହେଲା ଯଦୂବଂଶର ବିନାଶ

133

ଦୀର୍ଘ ୧୮ ଦିନ ଧରି ଚାଲି ରହିଥିବା ମହାଭାରତରେ ରକ୍ତପାତ ଛଡା ଅନ୍ୟ କିଛି ମିଳି ନଥିଲା । ତେବେ ଏହି ଯୁଦ୍ଧରେ କୌରବ ବଂଶର ବିନାଶ ହେବାସହ ପଂଚୁ ପାଣ୍ଡବଙ୍କ ବ୍ୟତୀତ ପାଣ୍ଡବ ବଂଶର ଅଧିକାଂଶ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଯୁଦ୍ଧ କାରଣରୁ ତଥା ଯୁଦ୍ଧ ପରେ ପରେ ପୁଣି ଏକ ବଂଶର ବିଲୟ ଘଟିଥିଲା ଆଉ ସେହି ବଂଶଟି ଥିଲା ଭଗବାନ ଶ୍ରୀକୃଷ୍ଣଙ୍କର ଯଦୂ ବଂଶ । ତେବେ ଏହା ଗାନ୍ଧାରୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ କାରଣରୁ ହିଁ ଘଟିଥିଲା ।

କାରଣ, ମହାଭାରତ ଯୁଦ୍ଧ ପାଇଁ କୌରବଙ୍କ ମା ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଦାୟୀ କରିଥିଲେ ଏବଂ ତାଙ୍କୁ ଅଭିଶାପ ଦେଇ କହିଥିଲେ କି, ଯେଉଁଭଳି ଭାବେ କୌରବ ବଂଶର ବିଲୟ ଘଟିଲା ଠିକ୍ ସେହିପରି ଯଦୂବଂଶର ମଧ୍ୟ ବିନାଶ ଘଟିବ । ତେବେ ସମୟକ୍ରମେ ଶ୍ରୀକୃଷ୍ଣ ନିଜ ବଂଶ ତଥା ଯଦୂବଂଶକୁ ସାଥିରେ ନେଇ ଅଲଗା ଏକ ସ୍ଥାନକୁ ଚାଲି ଯାଇଥିଲେ । ଏବଂ ସେମାନଙ୍କୁ ମୃତ୍ୟୁପାଇଁ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କିଛିଦିନ ପରେ ମହାଭାରତକୁ ନେଇ ଆଲୋଚନା କରୁଥିବାବେଳେ ଯଦୂବଂଶର ଦୁଇ ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏଥିରେ ଜଣେ ଉତକ୍ଷିପ୍ତ ହୋଇ ଅନ୍ୟ ଜଣଙ୍କର ହତ୍ୟା କରିଦେଇଥିଲା । ଯାହା ପରବର୍ତ୍ତୀ ସମୟରେ ଏକ ଉଗ୍ର ରୂପ ଧାରଣ କରିଥିଲା । ଯେଉଁଥିରେ ଶ୍ରୀକୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନଙ୍କ ସମେତ ଅନ୍ୟମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । କିଛିଦିନ ପରେ ବଳରାମ ମଧ୍ୟ ସ୍ୱଇଚ୍ଛାରେ ତାଙ୍କ ଦେହତ୍ୟାଗ କରିଥିଲେ । ଦିନେ ଶ୍ରୀକୃଷ୍ଣ ବନରେ ବିଶ୍ରାମ କରୁଥିବାବେଳେ ଜରା ନାମକ ଶିକାରୀ ତାଙ୍କ ଉପରକୁ ଧନୁତୀର ନିକ୍ଷେପ କରିଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମାତ୍ର ଶ୍ରୀକୃଷ୍ଣ ତାଙ୍କ ଶରୀର ତ୍ୟାଗ କରିବା ପୂର୍ବରୁ ସାରଥୀ ଦାରୁକଙ୍କୁ କହିଥିଲେ କି ତୁମେ ଦ୍ୱାରିକା ଯାଇ ସମସ୍ତଙ୍କୁ ସୂଚିତ କରିଦିଅକି ଯଦୂବଂଶର ବିଲୟ ହୋଇସାରିଛି । ଏବଂ ବଳରାମଙ୍କ ସହ ଶ୍ରୀକୃଷ୍ଣ ମଧ୍ୟ ସ୍ୱଧାମ ଫେରିଗଲେଣି ଅତଃ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ଦ୍ୱାରିକା ତ୍ୟାଗ କରିଦିଅନ୍ତୁ କାରଣ ଏହି ନଗରୀ ଏବେ ଜଳମଗ୍ନ ହୋଇଯିବ । ମାତ୍ର ଯେତେବେଳେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ସମ୍ବାଦ ତାଙ୍କ ପ୍ରିୟ ପରିଜନ ଶୁଣିବାକୁ ପାଇଥିଲେ ସେମାନେ ମଧ୍ୟ ନିଜ ଶରୀର ତ୍ୟାଗ କରିଦେଇଥିଲେ ।