ଭବିଷ୍ୟ ପୁରାଣ ଅଧା କାହିଁକି ? କିଏ ପୋଡିଥିଲା ଏହି ପୁରାଣ, ଜାଣନ୍ତୁ ଏହା ପଛର ରହସ୍ୟ

557

ଭବିଷ୍ୟତ ପୁରାଣ ବା ଭବିଷ୍ୟ ପୁରାଣ ହେଉଛି ବିଶ୍ୱର ୧୮ଟି ପୁରାଣ ମଧ୍ୟରେ ଗୋଟିଏ । ଆଉ ଏହି ଭବିଷ୍ୟତ ପୁରାଣ ହେଉଛି ଏକ ରହସ୍ୟମୟ ପୁରାଣ । ତେବେ କିଛି ଲୋକ ଏହି ପୁରାଣକୁ ମଧ୍ୟ ଆଧୁନିକ ପୁରାଣ ବୋଲି କୁହନ୍ତି । କିନ୍ତୁ ଏହା ଆଧୁନିକ ପୁରାଣ ନୁହେଁ । ଏହାକୁ ସାଧାରଣତଃ ୪ଟି ପର୍ବରେ ବିଭକ୍ତ କରାଯାଇଛି । ଯଥା ବ୍ରହ୍ମ ,ମଧ୍ୟମ, ପ୍ରତିସର୍ଗ ଏବଂ ଉତ୍ତରା ପର୍ବ । ଭବିଷ୍ୟତ ପୁରାଣରେ ଉଲ୍ଲେଖ ରହିଛି କି ଏଥିରେ ମୋଟ ୫୦ ହଜାର ଶ୍ଲୋକ ରହିଛି ମାତ୍ର ଏବେ ମାତ୍ର ୨୮ ହଜାର ଶ୍ଲୋକ ରହିଛି । ଏହାର ଅର୍ଥ ହେଲା ଏଥିରୁ ୨୨ ହଜାର ଶ୍ଲୋକ ସଂପୂର୍ଣ୍ଣ ଗାଏବ ହୋଇଯାଇଛି ।

ତେବେ ଏହି ପୁରାଣରେ ଥିବା ବ୍ରହ୍ମ ପର୍ବଟି ମହର୍ଷି ବେଦବ୍ୟାସ ଶିଷ୍ୟ ସୁମନ୍ତୁ ଏବଂ ରାଜା ସତାନୀଙ୍କ ବାର୍ତ୍ତାଳାପ ଉପରେ ପର୍ଯ୍ୟବେଶିତ । ଏବଂ ଏଥିରେ କାଳର ଗଣନା. କଳି ଯୁଗ ସୃଷ୍ଟିର ବର୍ଣ୍ଣନା, ସଦାଚାର ଏବଂ ଦୁରାଚାର ସଂପର୍କରେ ଆଲୋଚନା କରାଯାଇଛି । ଏଥିସହ ୫ ପ୍ରକାରର ତୀର୍ଥ ଓ ଯଜ୍ଞ ସଂପର୍କରେ ମଧ୍ୟ ଉଲ୍ଲେଖ ରହଛି ଏହି ପୁରାଣ ମଧ୍ୟରେ ।
ସେହିପରି ମଧ୍ୟମ ପର୍ବରେ ନକ୍ଷେତ୍ର ଓ ଗ୍ରହମାନଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି । ଏଥିସହ ଏଥିରେ ସମୁଦ୍ର ଶାସ୍ତ୍ର ଓ ସ୍ତ୍ରୀ-ପୁରୁଷଙ୍କ ଶାରୀରିକ ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି । ଏହାର ପ୍ରତିସର୍ଗ ପର୍ବ ହେଉଛି ଏକ ରହସ୍ୟମୟୀ ପର୍ବ ତଥା ଅଧ୍ୟାୟ । ଏଥିରେ ସତ୍ୟ ଯୁଗର ରାଜାଙ୍କ ସଂପର୍କରେ ଉଲ୍ଲେଖ ରହିଛି ଏବଂ ଏଥିସହ ସୂର୍ଯ୍ୟବଂଶୀ ରାଜାମାନଙ୍କ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।

କିପରି ନଷ୍ଟ ହେଲା ଭବିଷ୍ୟତ ପୁରାଣ

ଯେତେବେଳେ ବାବର ଭାରତ ଆସିଥିଲା ସେତେବେଳେ ସେ ଏହି ଭବିଷ୍ୟତ ପୁରାଣ ସଂପର୍କରେ ଜାଣିବାକୁ ପାଇଥିଲା । ଆଉ ସେ ଏହାକୁ ଲାଭ ମଧ୍ୟ କରିଥିଲା । ଏହାପରେ ସେ ଏଥିରେ ଥିବା ଶ୍ଲୋକଗୁଡିକର ଅନୁବାଦ କରାଇଥିଲା ଓ ସେଗୁଡିକୁ ବୁଝିଥିଲା । ବୁଝିବାପରେ ବାବର ସ୍ତବ୍ଧ ହୋଇପଡିଥିଲା କାରଣ ଏଥିରେ ବାବରର ଭାରତ ପ୍ରବେଶ କରିବା ସଂପର୍କରେ ବର୍ଣ୍ଣନା କରାଯାଇଥିଲା । ଏଥିସହ ବାବରଙ୍କୁ ନେଇ ଏଭଳି ତଥ୍ୟ ରହିଥିଲା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇ ଥିଲା । ଏଥିରେ ବାବର ଅବନତି ସଂପର୍କରେ ମଧ୍ୟ ଉଲ୍ଲେଖ ରହିଥିଲା ଯେଉଁଥିରେ ବାବର କ୍ଷୋଭ ପ୍ରକାଶ କରିଥିଲା ଏବଂ କ୍ରୋଧିତ ହୋଇ ପୁରାଣଟିକୁ ପୋଡି ଦେଇଥିଲା । ତେବେ ଏହାକୁ କୌଣସି ମତେ ଉଦ୍ଧାର କରାଯାଇ, ମାତ୍ର ଏହା ପୂର୍ବରୁ ପୁରାଣର କିଛି ଭାଗ ସଂପୂର୍ଣ୍ଣ ଜଳି ଯାଇଥିଲା ।