ପ୍ରଭୁ ଶ୍ରୀକୃଷ୍ଣ ରକ୍ଷା କରି ନଥିଲେ ଦ୍ରୌପଦୀଙ୍କ ସମ୍ମାନ ! ଜାଣନ୍ତୁ ମହାଭାରତର ଏହି କାହାଣୀ ପଛର ସତ

304

ଦ୍ରୌପଦୀଙ୍କ ବସ୍ତ୍ର କୃଷ୍ଣ ନୁହେଁ ବରଂ ଅନ୍ୟ କେହି ବଂଚାଇଥିଲେ । ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚିତ ପବିତ୍ର ‘ମହାଭାରତ’ ଭଳି ଅନ୍ୟ କୌଣସି ଗ୍ରନ୍ଥ ନାହିଁ । ତେବେ ବିଦ୍ୱାନମାନେ ମଧ୍ୟ ଏହାକୁ ପଂଚମ ବେଦର ଆଖ୍ୟା ଦେଇଛନ୍ତି । ‘ମହାଭାରତ’ରେ ଅନେକ ଚରିତ୍ର ରହିଛି ମାତ୍ର ସେଥି ମଧ୍ୟରୁ ଦ୍ରୌପଦୀଙ୍କର ଚରିତ୍ର ହେଉଛି ସଂପୂର୍ଣ୍ଣ ଭିନ୍ନ ।

ମହାଭାରତରେ ଉଲ୍ଲେଖ ରହିଛି କି, ଯେତେବେଳେ ସଭାରେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ର ହରଣ କରିଥିଲା । ଠିକ୍ ସେହି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ସେଠାରେ ପ୍ରକଟ ହୋଇଥିଲେ ଏବଂ ଦ୍ରୌପଦୀଙ୍କର ସମ୍ମାନ ରକ୍ଷା କରିଥିଲେ । ମାତ୍ର ଆପଣ ଜାଣିଲେ ଚକିତ ହେବେ କି ଏହା ସତ୍ୟ ନୁହେଁ । ସତ୍ୟଟିଥିଲା ଅଲଗା । ଶିବ ପୁରାଣ ଅନୁସାରେ, ଋଷି ଦୁର୍ବାସାଙ୍କ ଦ୍ୱାରା ଦ୍ରୌପଦୀଙ୍କୁ ମିଳିଥିବା ବରଦାନ କାରଣରୁ ହିଁ ତାଙ୍କର ସମ୍ମାନ ରକ୍ଷା ପାଇଥିଲ । ଏଥିରେ ଉଲ୍ଲେଖ ରହିଛି କି, ଭଗବାନ ଶିବଙ୍କ ଅବତାର ରୂପେ କୁହାଯାଉଥିବା ଋଷି ଦୁର୍ବାସା ଏକଦା ନଦୀରେ ସ୍ନାନ କରୁଥିଲେ ତେବେ ଏହି ସମୟରେ ନଦୀର ପ୍ରଖର ସୁଅରେ ସେ ପିନ୍ଧିଥିବା ବସ୍ତ୍ରଟି ଭାସି ଯାଇଥିଲା । ଋଷିଙ୍କୁ ବିପଦରେ ଦେଖି ସେହି ନଦୀ କୂଳରେ ବସିଥିବା ଦ୍ରୌପଦୀ ନିଜ ପିନ୍ଧା ବସ୍ତ୍ରଟିକୁ ଚିରି ତାଙ୍କୁ ପ୍ରଦାନ କରିଥିଲେ ।

ତେବେ ଦ୍ରୌପଦୀଙ୍କ ଏଭଳି ବ୍ୟବହାରରେ ଋଷି ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଥିଲେ । ଏବଂ ତାଙ୍କୁ ବରଦାନ ସ୍ୱରୂପ ଦେଇ କହିଥିଲେ କି,ଯେତେବେଳେ ବି ତାଙ୍କୁ ତଥା ଦ୍ରୌପଦୀଙ୍କୁ ବସ୍ତ୍ରର ଆବଶ୍ୟକତା ପଡିବ କିମ୍ବା ସେ କୌଣସି ବିପଦରେ ପଡି ତାଙ୍କୁ ବସ୍ତ୍ରର ଆବଶ୍ୟକତା ପଡେ ତେବେ ସେତେବେଳେ ସେ ପିନ୍ଧିଥିବା ବସ୍ତ୍ର ଅନନ୍ତ ହୋଇଯିବ । ତେବେ ଋଷି ପ୍ରଦାନ କରିଥିବା ଏହି ବରଦାନ କାରଣରୁ ହିଁ ଯେତେବେଳେ ଲୋକାରଣ୍ୟ ସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିଲା ସେତେବେଳେ ସେ ପିନ୍ଧିଥିବା ବସ୍ତ୍ରଟି ଅନନ୍ତ ହୋଇଯାଇଥିଲା । କୁହାଯାଏ, ୫ଟି ସ୍ୱାମୀ ଥିଲେ ମଧ୍ୟ ଦ୍ରୌପଦୀ ଆଜୀବନ କୁମାରୀ ଥିଲେ । ସେଥିପାଇଁ ତାଙ୍କୁ ନାରୀ ନୁହେଁ ବରଂ କନ୍ୟା କୁହାଯାଏ ।