ରାମାୟଣର ରହସ୍ୟ ! କାହିଁକି ୧୪ ବର୍ଷ ଧରି ଶୋଇ ରହିିଥିଲେ ଲକ୍ଷ୍ମଣଙ୍କ ଧର୍ମପତ୍ନୀ ଉର୍ମିଲା

168

ଯେତେବେଳେ ଭଗବାନ ରାମଚନ୍ଦ୍ର ନିଜ ପତ୍ନୀ ଏବଂ ଭାଇଙ୍କ ସହ ୧୪ ବର୍ଷ ବନବାସରେ ଯାଇଥିଲେ ସେତେବେଳେ ଏହି ସମୟରେ ଭାଇ ଶ୍ରୀ ଲକ୍ଷ୍ମଣ କେବେ ଶୋଇ ନଥିଲେ । ମାତ୍ର ଅନ୍ୟପଟେ ତାଙ୍କ ପତ୍ନୀ ଉର୍ମିଲା ଦୀର୍ଘ ୧୪ ବର୍ଷ ଧରି ହୋଇରହିଥିଲେ । ତେବେ ଆଜି ଆମେ ଏହା ପଛରେ ଥିବା ରହସ୍ୟ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

ଯେତେବେଳେ ରାମ ,ଲକ୍ଷ୍ମଣ, ଭରତ ଏବଂ ଶତୃଘ୍ନଙ୍କ ଜନ୍ମ ହୋଇଥିଲେ ତେବେ ଜନ୍ମ ହେବାର କିଛି ସମୟ ଯାଏଁ ରାମ , ଭରତ ଏବଂ ଶତୃଘ୍ନଙ୍କ କାନ୍ଦ ବନ୍ଦ ହୋଇଯାଇଥିଲା ମାତ୍ର ଲକ୍ଷ୍ମଣଙ୍କ କାନ୍ଦ କିନ୍ତୁ ବନ୍ଦ ହୋଇଥିଲା ଆଉ ସେ ଲଗାତର ଭାବେ କାନ୍ଦିବାକୁ ଲାଗିଥିଲେ । ଏହାପରେ ଯେତେବେଳେ ତାଙ୍କୁ ବଡ ଭାଇ ରାମଙ୍କ ନିକଟରେ ଶୁଆଇ ଦିଆଯାଇଥିଲା ସେତେବେଳେ ଯାଇ ତାଙ୍କ କାନ୍ଦ ବନ୍ଦ ହୋଇଥିଲା ।

ସେବେଠାରୁ ଅର୍ଥାତ୍ ଜନ୍ମଠାରୁ ଲକ୍ଷ୍ମଣ ରାମଙ୍କ ଛାଇ ଭଳି ରହିଥିଲେ । ଏବଂ ସାରା ଜୀବନ ମଧ୍ୟ ତାଙ୍କ ନୀତି ଅନୁସରଣ କରିଥିଲେ । ଖାଲି ସେତିକି ନୁହେଁ ସେ ରାମଙ୍କ ସହ ବନବାସ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ । ତେବେ ଲକ୍ଷ୍ମଣଙ୍କ ବନବାସ କଥା ଶୁଣି ତାଙ୍କ ପତ୍ନୀ ଉର୍ମିଲା ମଧ୍ୟ ତାଙ୍କ ସହ ଯିବାକୁ ବାହାରି ଥିଲେ । କିନ୍ତୁ ଲକ୍ଷ୍ମଣ ତାଙ୍କୁ ସାଥିରେ ନେବାକୁ ବାରଣ କରିଥିଲେ । ଆଉ ବୁଝାଇ ଥିଲେ କି, ‘ମୁଁ ବନରେ ମୋର ଭଗବାନ ତଥା ବଡଭାଇ ଏବଂ ଭାଉଜଙ୍କ ସେବା କରିବାକୁ ଚାହେଁ । ଯଦି ତୁମେ ମୋ ସହ ରୁହ ତେବେ ମୋ ସେବାରେ ବିଘ୍ନ ସୃଷ୍ଟି ହେବ । ମୁଁ ଠିକ୍ ଭାବରେ ମୋ କର୍ତ୍ତବ୍ୟ ପାଳନ କରିପାରିବି ନାହିଁ ।’ ତେବେ ଲକ୍ଷ୍ମଣଙ୍କର ଏଭଳି ସେବା ଭାବ ଦେଖି ପତ୍ନୀ ଉର୍ମିଲା ହୃଦୟକୁ କଠୋର କରି ତାଙ୍କ କଥାରେ ରାଜି ହୋଇ ତାଙ୍କୁ ବିଦାୟ ଦେଇଥିଲେ ।

ବନବାସ ସମୟରେ ଜେଷ୍ଠ୍ୟ ଭ୍ରାତା ଏବଂ ଭାଉଜଙ୍କ ବିଶ୍ରାମ ପାଇଁ ଲକ୍ଷ୍ମଣ ନିଜ ହାତରେ ଏକ ସୁନ୍ଦର କୁଟୀର ବନ ମଧ୍ୟରେ ନିର୍ମାଣ କରିଥିଲେ । ଯେତେବେଳେ ବଡ ଭାଇ ଓ ଭାଉଜ ସେହି କୁଟୀରରେ ବିଶ୍ରାମ ନେଉଥିଲେ ସେତେବେଳେ ଲକ୍ଷ୍ମଣ ସେହି କୁଟୀର ଚାରିପାଖେ ପ୍ରହରା ଦେଉଥିଲେ । କୁହାଯାଏ,ବନବାସର ପ୍ରଥମ ରାତ୍ରୀରେ ଯେତେବେଳେ ଶ୍ରୀରାମ ଏବଂ ମାତା ସୀତା ବିଶ୍ରାମ ପାଇଁ ଉକ୍ତ କୁଟୀର ମଧ୍ୟକୁ ଚାଲିଯାଇଥିଲେ ସେତେବେଳେ ଲ କ୍ଷ୍ମଣ ସେଠାରେ ପ୍ରହରା ଦେଉଥିଲେ । ଠିକ୍ ଏହି ସମୟରେ ତାଙ୍କ ସମ୍ମୁଖରେ ନିଦ୍ରା ଦେବୀ ପ୍ରକଟ ହୋଇଥିଲେ । ସେତେବେଳେ ଲକ୍ଷ୍ମଣ ତାଙ୍କୁ ଏକ ବର ଭିକ୍ଷା କରି କହିଥିଲେ କି ତାଙ୍କୁ ୧୪ ବର୍ଷ ଯାଏଁ ନିଦ୍ରାରୁ ମୁକ୍ତି ଦିଅନ୍ତୁ ବୋଲି ।

ତେବେ ଲକ୍ଷ୍ମଣଙ୍କ କଥା ଶୁଣି ନିଦ୍ରାଦେବୀ ଏହି ବର ଦେବାକୁ ସ୍ୱୀକାର କରିଥିଲେ ମାତ୍ର ସେ କହିଥିଲେ କି ତାଙ୍କ ଭାଗର ନିଦ୍ରାକୁ କାହାକୁ ନା କାହାକୁ ଦେବାକୁ ପଡିବ ବୋଲି । ନିଦ୍ରା ଦେବୀଙ୍କ ବାକ୍ୟ ଶୁଣି ଲକ୍ଷ୍ମଣ ତାଙ୍କ ପତ୍ନୀ ଉର୍ମିଲାଙ୍କ ନାଁ ନେଇଥିଲେ । ଆଉ ଅନୁରୋଧ କରିଥିଲେ କି ତାଙ୍କ ଭାଗର ସମସ୍ତ ନିଦ୍ରା ଉର୍ମିଲାଙ୍କୁ ଦେବା ପାଇଁ । ଏହାପରେ ନିଦ୍ରା ଦେବୀ ତାଙ୍କୁ ତଥାସ୍ତୁ କହି ଚାଲିଯାଇଥିଲେ । ତେବେ ଯେଉଁଥିପାଇଁ ଦୀର୍ଘ ୧୪ ବର୍ଷ ଧରି ଉର୍ମିଲାଙ୍କ ସମୟ ଲଗାତର ଭାବେ ନିଦ୍ରାରେ କଟିଥିବାବେଳେ ଲକ୍ଷ୍ମଣଙ୍କ ସମୟ ଅନିଦ୍ରାରେ କଟିଥିଲା ।