ରାମ ନିର୍ମାଣ କରି ନଥିଲେ ରାମ ସେତୁ ! ନାସା କଲା ପ୍ରମାଣିତ . . .

263

ରାମାୟଣକୁ ନେଇ ଅନେକ ପ୍ରକାରର ରୋଚକ ତଥ୍ୟମାନ ଶୁଣିବାକୁ ମିଳେ । ଏବଂ ବିଭିନ୍ନ ପ୍ରକାରର ଧାରଣା ମଧ୍ୟ ମନରେ ସୃଷ୍ଟି ହୋଇଥାଏ । ତେବେ ଅନେକ ବୁଦ୍ଧିଜୀବୀ ମଧ୍ୟ ରାମାୟଣର ସମସ୍ତ ଘଟଣାବଳୀକୁ ସତ୍ୟ ବୋଲି ସ୍ୱୀକାର କରିଛନ୍ତି ଏବଂ ଏହାକୁ ଆସ୍ଥାର ରୂପ ମଧ୍ୟ ଦେଇଛନ୍ତି । ମାତ୍ର ଏହାର କୌଣସି ଐତିହାସିକ ତଥ୍ୟ ନମିଳିବା କାରଣରୁ ଏହାକୁ ସଂପୂର୍ଣ୍ଣ ରୂପେ ମାନିବା ଅସମ୍ଭବ ହୋଇଥିଲା । କିନ୍ତୁ ଭାରତର ଦକ୍ଷିଣ ଭାଗରେ ତଥା ଶ୍ରୀଲଙ୍କାର ଉତ୍ତର ପଶ୍ଚିମର ତଥା ସମୁଦ୍ର ମଧ୍ୟ ଭାଗରେ ପାଖାପାଖି ୪୮ କିଲୋମିଟର ଚଉଡା ବିଶିଷ୍ଟ ଏକ ବଡ ଭୂଭାଗ ଯାହା ଉପଗ୍ରହରୁ ସଂଯୋଗ କରୁଥିବାର ପ୍ରତୀତ ହୋଇଥିବା ଚିତ୍ରକୁ ଯେତେବେଳେ ନାସା ୧୯୯୩ରେ ଜାରି କରିଥିଲା ସେତେବେଳେ ରାମାୟଣକୁ ନେଇ ସମସ୍ତ ଦ୍ୱନ୍ଦର ସମାପ୍ତି ଘଟିଥିଲା ।

ନାସାର ଯୁକ୍ତି

କୁହାଯାଏ, ଏକ ସମୟରେ ଏହି ସେତୁଟି ବ୍ୟବହାର ଯୋଗ୍ୟ ଥିଲା ମାତ୍ର ସମୟକ୍ରମେ କୌଣସି କାରଣ ବଶତଃ ଏହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୧୯୯୩ରେ ଶ୍ରୀଲଙ୍କାର ଧନୁଷକୋଟିରେ ଏହାକୁ ବୈଜ୍ଞାନିକମାନେ ଠାବ କରିଥିଲେ । ସେତେବେଳେ ଏହାର ନାଁ ରଖାଯାଇଥିଲା ‘ଆଦମ ବ୍ରିଜ୍’ । ତେବେ ଭୌଗୋଳିକ ପ୍ରମାଣରୁ ଏକଥା ସ୍ପଷ୍ଟ ହୋଇଥିଲା କି , କୌଣସି ଏକ ସମୟରେ ଏହି ସେତୁ ଭାରତ ତଥା ଶ୍ରୀଲଙ୍କାକୁ ଭୂମାର୍ଗ ଦ୍ୱାରା ପରସ୍ପରକୁ ସଂଯୋଗ କରୁଥିଲା । ଏହାର ଲମ୍ବ ପାଖାପାଖି ୩୦ କିଲୋମିଟର । ତେବେ ନାସାର ଅନ୍ୟ ଏକ ଦାବି ରହିଛି କି, ରାମେଶ୍ୱରରୁ ମାଳଦ୍ୱୀପ ଯାଏଁ ନିଶ୍ଚୟ ଅନ୍ୟ ଏକ ସେତୁ ନିର୍ମାଣ କରାଯାଇଥିଲା । ଯାହା ନଷ୍ଟ ହୋଇଯାଇଥାଇପାରେ କିନ୍ତୁ ଏହା ମଧ୍ୟ ହୋଇଥାଇପାରେ ତାହା ଆଜି ବି ଗଭୀର ସମୁଦ୍ର ମଧ୍ୟରେ ବୁଡି ରହିଛି । ବୈଜ୍ଞାନିକଙ୍କ ମତରେ ଏଥିରେ ବ୍ୟବହୃତ ପଥର କୌଣସି ସାଧାରଣ ପଥର ନୁହେଁ । କାରଣ ଏହା ଭାସମାନ ଅବସ୍ଥାରେ ରହିଛି । ତେବେ ଏହି ପଥର ଗୁଡିକ ଜ୍ୱଳାମୁଖୀର ଲାର୍ଭାରୁ ହିଁ ଉତ୍ପତି ହୋଇଛି । ଯେତେବେଳେ ଜ୍ୱଳାମୁଖୀରୁ ନିର୍ଗତ ଲାର୍ଭା ବାୟୁମଣ୍ଡଳରେ ମିଶିଥାଏ ସେତେବେଳେ ତାହା ଉଭୟ ଗରମ ଓ ଥଣ୍ଡାର ତାପମାନ ପାଇଁ ପଥରର ଆକାର ଧାରଣ କରିଥାଏ । ଯେଉଁଥି ପାଇଁ ଏହି ପଥର ଅଧିକ ଶକ୍ତ ହେବା ସହ ମଧ୍ୟ ଏହାର ଓଜନ ହାଲୁକା ହୋଇଥାଏ । ଅର୍ଥାତ୍ ଏହା ପାଣିରେ ନବୁଡି ଭାସମାନ ଅବସ୍ଥାରେ ରହିଥାଏ ।

ପୌରାଣିକ ତଥ୍ୟ

ପୌରାଣିକ ରହସ୍ୟ ହେଲା ,କୁହାଯାଏ, ସମୁଦ୍ର ମଧ୍ୟରେ ସେତୁ ନିର୍ମାଣ ହେଉଛି ରାମଙ୍କ ଯୁଦ୍ଧରେ ବିଜୟ କରିବାର ଅନ୍ୟ ଏକ କାରଣ । ତେବେ ସମୁଦ୍ର ମାର୍ଗରୁ ରାବଣକୁ କୌଣସି ବିପଦ ନଥିଲା । ରାବଣର ବିଶ୍ୱାସ ଥିଲା କି, ଏହି ବିଶାଳକାୟ ସମୁଦ୍ରକୁ ପାରି ହୋଇ କେହି ବି ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ । ମାତ୍ର ରାମ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଏହି ମାର୍ଗଟିକୁ ହିଁ ଚୟନ କରିଥିଲେ । ଏଥିପାଇଁ ଶ୍ରୀରାମ ବାନରଙ୍କ ସହାୟତାରେ ସମୁଦ୍ରର ଠିକ୍ ମଝିଆ ମଝି ଏକ ସେତୁ ନିର୍ମାଣ କରିଥିଲେ । କୁହାଯାଏ ଏହି ବିଶାଳକାୟ ସେତୁକୁ ପ୍ରଭୁ ରାମଚନ୍ଦ୍ର ବାନରଙ୍କ ସହାୟତାରେ ମାତ୍ର ୫ଦିନରେ ନିର୍ମାଣ କରିଦେଇଥିଲେ । କୁହାଯାଏ, ରାମଙ୍କ ତେଜ୍,ବଳ ଏବଂ ବୁଦ୍ଧି ସାମ୍ନାରେ ସମସ୍ତେ ନତମସ୍ତକ । ସେ ଚାହିଁଥିଲେ ତାଙ୍କର ଧନୁବାଣରେ ସଂପୂର୍ଣ୍ଣ ସମୁଦ୍ରକୁ ଶୁଖାଇ ପାରିଥାନ୍ତେ । ମାତ୍ର ସେ ଏଭଳି କରି ନଥିଲେ । ଆଉ ଏଥିପାଇଁ ସେ ସମୁଦ୍ରକୁ ନିବେଦନ କରିଥିଲେ ମାତ୍ର ତିନିଦିନ ବିତିଗଲା ପରେ ଯେତେବେଳେ ସମୁଦ୍ର ତାଙ୍କ କଥା ଶୁଣି ନଥିଲେ ସେତେବେଳେ ସେ ଧନୁବାଣ ବ୍ୟବହାର କରିଥିଲେ । ଏଠାରେ ଆମେ କହି ରଖୁଛୁ କି ଯେଉଁଠାରେ ରାମଙ୍କ ଧନୁବାଣଟି ନିକ୍ଷେପ ହୋଇଥିଲା ତାହା ଧନୁଷକୋଟି ନାମରେ ଏବେ ଜଣାଶୁଣା । ଏହାପରେ ସମୁଦ୍ର ନିଜ ଭୁଲ ବୁଝିପାରିଥିଲେ । ଆଉ ସେ କହିଥିଲେ କି ନଳ ଏବଂ ନୀଳ ଦୁଇ ବାନରଙ୍କ ଦ୍ୱାରା ଏହା ସମ୍ଭବ ଅଟେ । କାରଣ ଏହି ଦୁଇଭାଇଙ୍କୁ ବରଦାନ ମିଳିଛି କି ତାଙ୍କ ସ୍ପର୍ଶ ପାଇବାକ୍ଷଣୀ ଭାରି ବସ୍ତୁ ହାଲକା ହୋଇଯିବ । ଏହାପରେ ରାମ ସେତୁ ତିଆରି କରିବାରେ ସଫଳ ହୋଇଥିଲେ ।