ସାଇବାବାଙ୍କ ମୂର୍ତ୍ତିର ରହସ୍ୟ ! କାହିଁକି ଗୋଡ ଉପରେ ଗୋଡ ରଖି ବସିଥାନ୍ତି ବାବା ?

196

ଆଜି ଆମେ ଜଣାଇବାକୁ ଯାଉଛୁ ବାବା ସାଇଙ୍କ ମୂର୍ତ୍ତିର ରହସ୍ୟ ସଂପର୍କରେ । ତେବେ ଆପଣ ବାବା ସାଇଙ୍କ ଫଟୋ ଏବଂ ମୂର୍ତ୍ତି ତ ନିଶ୍ଚୟ ଦେଖିଥବେ । ସେ ଶିରିଡି ହେଉ କିମ୍ବା ନିଜ ଆଖାପାଖରେ ଥିବା ସାଇବାବାଙ୍କ ମନ୍ଦିରରେ ହେଉ । କେବେ ଆପଣ ଏକଥା ନୋଟିସ୍ କରିଛନ୍ତି କି ସାଇବାବାଙ୍କ ମୁର୍ତ୍ତି ସବୁଠାରେ ଦେଖିବାକୁ ପ୍ରାୟତଃ ସମାନ ଥାଏ । ମୂର୍ତ୍ତିରେ ସାଇବାବା ଗୋଡ ଉପରେ ଗୋଡ ରଖି ବସିଥିବାର ଆପଣ ଦେଖିଥିବେ । ତେବେ କେବେ ଚିନ୍ତା କରିଛନ୍ତି କି ସାଇବାବାଙ୍କ ଏଭଳି ମୂର୍ତ୍ତିପଛରେ ରହସ୍ୟ କଣ? ତେବେ ଆସନ୍ତୁ ଜାଣିବା ।

ଏକଥା ସମସ୍ତଙ୍କୁ ଜଣାଥିବ କି ବାବାଙ୍କ ଅଧା ଜୀବନ ଶିରିଡିରେ ହିଁ ବିତିଥିଲା । ଆଉ ସେହିଠାରେ ହିଁ ସେ ନିଜ ଶରୀର ତ୍ୟାଗ କରିଥିଲେ । ଆଉ ଏଥପାଇଁ ଶିରିଡି ଏକ ତୀର୍ଥ ସ୍ଥାନ ପାଲଟିଛି । ତେବେ ବାବାଙ୍କ ଚମତ୍କାର ସଂପର୍କ ଆପଣ ଜାଣିଥିବେ ନିଶ୍ଚୟ । ତେବେ ଏହି ଚମତ୍କାର ମଧ୍ୟରେ ଗୋଟିଏ ଚମତ୍କାର ହେଲା ଯେତେବେଳେ ବାବାଙ୍କ ମୂର୍ତ୍ତିର ନିର୍ମାଣ କରାଯାଇଥିଲା । କୁହାଯାଏ, ବାବାଙ୍କ ମହାସମାଧୀ ପରେ ୧୯୫୪ ପର୍ଯ୍ୟନ୍ତ ବୁଟିୱାର୍ଡାରେ ତାଙ୍କ ଫଟୋ ରଖି ପୂଜା କରା ଯାଉଥିଲା । ମାତ୍ର ଏକଦିନ ଏକ ମାର୍ବଲ ବୋଝେଇ ଜାହଜ ସେଠାରେ ଥିବା ବନ୍ଦରେ ଆସି ଲାଗିଥିଲା । ତେବେ ଏହାକୁ କିଏ ପଠାଇଥିଲା ଆଉ କାହିଁକି ପଠାଇଥିଲା ଏନେଇ କୌଣସି ବି ସୂଚନା ମିଳିନଥିଲା । ଏହାପରେ ଶିରିଡି ସଂସ୍ଥା ଏହାକୁ ବାବାଙ୍କ କୃପା ଭାବି ତାକୁ ସାଇବାବାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନେଇଯାଇଥିଲା ।

ବସନ୍ତ ତାଲିନ୍ ନାମକ ଜଣେ ମୂର୍ତ୍ତିକାରଙ୍କୁ ବାବାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଡକାଯାଇଥିଲା । କୁହାଯାଏ , ସେ ସାଇବାବଙ୍କୁ ପ୍ରାର୍ଥନା କରିଥିଲେ, ‘ମୋତେ ଦର୍ଶନ ଦେବାକୁ କୃପା କରନ୍ତୁ , ଯାହା କାରଣରୁ ମୁଁ ମୂର୍ତ୍ତଟିକୁ ଆପଣଙ୍କ ଭଳି ତିଆରି କରିପାରିବି ।’ ଲୋକେ ମାନନ୍ତି କି ସାଇବାବା ମୂର୍ତ୍ତିକାରଙ୍କୁ ଦର୍ଶନ ଦେଇଥିଲେ । ଆଉ ତାଙ୍କୁ ଦେଖି ସେ ମୂର୍ତ୍ତି ତିଆରି କରିଥିଲେ । ଏହି ମୂର୍ତ୍ତି ଆଜି ଶିରିଡିରେ ପୂଜା କରାଯାଉଛି । ଏହି ୪ଫୁଟ୍ ୫ଇଂଚ ବିଶିଷ୍ଟ ମୂର୍ତ୍ତିବିଜୟା ଦଶମୀ ଦିନ ମନ୍ଦିରରେ ସ୍ଥାପିତ କରାଯାଇଥିଲା ।