ଏମିତି ଜଣେ ଭିକ୍ଷୁକୀ ! ଯେଉଁ ମନ୍ଦିର ସାମ୍ନାରେ ବସି ଭିକ୍ଷାବୃତ୍ତି କରୁଥିଲେ ସେହି ମନ୍ଦିରକୁ ଦାନ କରିଦେଲେ ଅଢେଇ ଲକ୍ଷ ଟଙ୍କା

67

ସାଧାରଣତଃ ଆପଣ ଯେତେବେଳେ ବି କୌଣସି ମନ୍ଦିରକୁ ଯାଉଥିବେ ପ୍ରଥମେ ଆପଣଙ୍କର ନଜର ସେଠାରେ ବସିଥିବା ଭିକାରୀମାନଙ୍କ ଉପରେ ହିଁ ପଡିଥାଏ ଆଉ ସେମାନଙ୍କୁ ଦେଖିବା ପରେ ଆପଣଙ୍କ ମନରେ ଦୟା ଭାବ ଯାତ ହେବା ପୂର୍ବରୁ ବିରକ୍ତି ଭାବ ବି ସୃଷ୍ଟି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଭିକ୍ଷାରୀ ସଂପର୍କରେ ଅବଗତ କରାଇବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିବା ପରେ ଆପଣଙ୍କ ମନରେ ବି ତାଙ୍କୁ ଦାନ କରିବାକୁ ଆଗ୍ରହ ବଢିଯାଇପାରେ ।ଆମେ ଆପଣଙ୍କୁ ଆଜି ଯାହାଙ୍କ ବିଷୟରେ ଜଣାଇବାକୁ ଯାଉଛି ସେ ହେଉଛନ୍ତି ସୀତାଲକ୍ଷ୍ମୀ । ଯିଏ କି ମହିଶୂରରେ ଥିବା ଏକ ମନ୍ଦିର ବାହାରେ ବସି ଭିକ୍ଷାବୃତ୍ତି କରନ୍ତି । ଏପରିକି ସେ ଜଣେ ଭିନ୍ନକ୍ଷମ ବି ଅଟନ୍ତି । ହେଲେ ଏହାସତ୍ୱେ ବି ଭିକ୍ଷ ମାଗିବା ସହିତ ଘର ଘର ବୁଲି କାମଧନ୍ଦା କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭିକ୍ଷ ମାଗି ସୀତାଲକ୍ଷ୍ମୀ ପାଖାପାଖି ଅଢେଇ ଲକ୍ଷ ଟଙ୍କା ମନ୍ଦିରକୁ ଦାନ କରିସାରିଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ସୂସୀତାଲକ୍ଷ୍ମୀ ମହିଶୂରର ଏକ ଛୋଟିଆ ଅଂଚଳରେ ନିଜ ଭାଇ ଏବଂ ଭାଉଜଙ୍କ ସହିତ ବାସ କରନ୍ତି । ହେଲେ ତାଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପସନ୍ଦ ନଥିଲା, ତେଣୁ ସେ ପର ଘରେ କାମ କରିବା ସହିତ ଏକ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରିଥିଲେ । ସବୁଠାରୁ ଭଲ କଥା ହେଲା ଉକ୍ତ ମନ୍ଦିରର କର୍ମଚାରୀମାନେ ସୀତାଲକ୍ଷ୍ମୀଙ୍କର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖୁଥିଲେ । ଏହାପୂର୍ବରୁ ସେ ଗଣେଷ ମହୋତ୍ସବ ସମୟରେ ବି ପାଖାପାଖି ୩୦,୦୦୦ଟଙ୍କା ଦାନ କରିସାରିଛନ୍ତି ।

ଖାଲି ସେତିକି ନୁହେଁ, ନିକଟରେ ସୀତାଲକ୍ଷ୍ମୀ ମନ୍ଦିର ଟ୍ରଷ୍ଟର ଚେୟାରମ୍ୟାନ ସହିତ ବ୍ୟାଙ୍କ ଯାଇ ୨ ଲକ୍ଷ ଟଙ୍କା ଦାନ ଉଠାଇ ଦାନ କରିଥିଲେ । ଏଭଳି ଭାବେ ସେ ମନ୍ଦିରରେ ଏଯାବତ୍ ଅଢେଇ ଲକ୍ଷରୁ ଅଧିକ ଟଙ୍କା ସମର୍ପିତ କରିସାରିଛନ୍ତି । ସୀତାଲକ୍ଷ୍ମୀଙ୍କ କହିବା ମୁତାବକ, ‘ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ଯାହାବି ମୋତେ ଦାନ କରନ୍ତୁ ମୁଁ ତାକୁ ମନ୍ଦିର ପାଇଁ ଜମା କରିଥାଏ । ମୋ ପାଇଁ ମୋର ଭଗବାନ ହିଁ ସବୁକିଛି । ଏଥିପାଇଁ ମୁଁ ମନ୍ଦିରକୁ ସବୁକିଛି ଦାନ କରିଦେବାକୁ ସ୍ଥିର କରିଛି ଯେଉଁଠି ମୋର ସଠିକ୍ ଦେଖାରଖା ବି କରାଯାଉଛି’ । ତେବେ ସୀତାଲକ୍ଷ୍ମୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ପ୍ରଂଶସା କରିବା ସହିତ ସେଠାକାର ବିଧାୟକଙ୍କ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଛି । ସେହିପରି ମନ୍ଦିର ପ୍ରତି ସୀତାଲକ୍ଷ୍ମୀଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଲୋକେ ବି ତାଙ୍କୁ ଅଧିକରୁ ଅଧିକ ଟଙ୍କା ଦାନ କରିବାକୁ କୁଣ୍ଠାବୋଧ କରୁନାହାଁନ୍ତି ।