ସୌରମଣ୍ଡଳରେ ନଜର ଆସିଲା ରହସ୍ୟମୟୀ ବସ୍ତୁ ! ନାସା ବି ହେଲା ଚକିତ

74

ଇତିହାସରେ ପ୍ରଥମ ଥର ପାଇଁ ସୌରମଣ୍ଡଳରେ ତାରାମାନଙ୍କ ଗ୍ରହଣରେ ଏକ ରହସ୍ୟମୟୀ ବସ୍ତୁ ତଥା ଅବଜେକ୍ଟ ପଶି ଆସିଥିବା ଖବର ଜାଣିବାକୁ ପାଇଛି ନାସା । ତେବେ ଏହା ଏକ ବସ୍ତୁ ତଥା ଅବଜେକ୍ଟ ଯାହାକି ସେପ୍ଟେମ୍ବର ମାସରୁ ସୌରମଣ୍ଡଳରେ ପ୍ରବେଶ କରିଛି ଏବଂ ଏହା ସୌରମଣ୍ଡଳର କକ୍ଷ ପଥରେ ଘୂରି ବୁଲୁଛି ବୋଲି ସିଏନଇଓଏସ ଘୋଷଣା କରିଛି ।

ଖାଲି ସେତିକି ନୁହେଁ, ସୂଚନା ମିଳିଛି କି, ପୃଥିବୀର ପାଖାପାଖି ୧୫ ମିଲିୟନ ମାଇଲ ଦୂର ଯାଏଁ ଏହି ବସ୍ତୁଟି ଚାଲି ଆସିଥିବା ମଧ୍ୟ ସୂଚନା ମିଳିଛି । ନାସାର ସିଏନଇଓଏସ ରିସର୍ଚର୍ସଙ୍କ ଦାବି ରହିଛି କି, ସୌରମଣ୍ଡଳରେ ଏଭଳି କିଛି ରହସ୍ୟମୟ ଜିନିଷ ରହିଛି ଯାହା ସଂପର୍କରେ ସୂଚନା ମିଳିବା ବର୍ତ୍ତମାନ ପାଇଁ କଷ୍ଟକର ହୋଇପଡିଛି । ଯଦିଓ ଏକଥା ବି କୁହାଯାଇଛି କି, ଏହି ରହସ୍ୟମୟ ବସ୍ତୁ କୌଣସି ଗ୍ରହ କିମ୍ବା ନକ୍ଷତ୍ର ହୋଇପାରେ ଏବଂ ଏହାଦ୍ୱାରା ପୃଥିବୀକୁ କୌଣସି ବିପଦ ନାହିଁ । ଯାହାକି ଏବେ ସୌରମଣ୍ଡଳଠାରୁ ବାହାରେ ରହିଛି ।

ନାସା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ରିଲିଜରେ ସୂଚନା ମିଳିଛି କି, ନାସାର ଜଣେ ବୈଜ୍ଞାନିକ ସୂଚନା ଦେଇ କହିଛନ୍ତି କି ଏହା ଏକ ମୋଷ୍ଟ ଏକ୍ସଟ୍ରିମ କକ୍ଷ ଅଟେ, ଯାହାକୁ ସେ ନିଜ ଆଖିରେ ଦେଖିଛନ୍ତି । ଏହା ସୌରମଣ୍ଡଳ କକ୍ଷ ପଥରେ ଦ୍ରୁତ ଗତିରେ ଘୂରି ବୁଲୁଛି ହେଲେ ଏକଥା ଯୁକ୍ତ ଯୁକ୍ତ କି ଏହା କେବେ ଫେରିବ ନାହିଁ କି ଏହାଦ୍ୱାରା ପୃଥିବୀର କୌଣସି କ୍ଷତି ଘଟିବ ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ଏକ ଗ୍ରହ ସଂପର୍କରେ ୧୭ ଅକ୍ଟୋବରରେ ୟୁନିଭର୍ସିଟି ଅଫ ହଭାର୍ଡ ଜାଣିବାକୁ ପାଇଥିଲା ଏବଂ ଯାହାର ନାଁ ରଖାଯାଇଥିଲା ଏ/୨୦୧୭ ୟୁ୧ । ତେବେ ନିକଟରେ ଦେଖାଯାଇଥିବା ଏହି ରହସ୍ୟମୟ ବସ୍ତୁ ନେଇ କୁହାଯାଉଛି ଏହା ଅନ୍ୟ ସୌରମଣ୍ଡଳର ମଧ୍ୟ ହୋଇପାରେ ।

ସୌଜନ୍ୟ: ଆଜତକ୍