କାଲି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ! ପଢନ୍ତୁ ଘୋଷଯାତ୍ରା ସହ ଜଡିତ ରୋଚକ ତଥ୍ୟ

156

ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥିରେ ଓଡିଶାର ସମସ୍ତ ପୂରପଲ୍ଲୀରେ ପାଳିତ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହା ଓଡିଶାର ଏକ ବଡ ପର୍ବ । ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ବାହାରକୁ ଚାଲିଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ସେଥିପାଇଁ ରଥଯାତ୍ରାକୁ କେବଳ ଭାରତବର୍ଷରେ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ୱର ସବୁଠାରୁ ବିଶାଳ ଏବଂ ମହତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବମାନଙ୍କରେ ଗୋଟିଏ ବୋଲି ବିଚାର କରାଯାଇଛି ।

ତେବେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଚଳିତ ବର୍ଷ ରଥଯାତ୍ରା ଜୁଲାଇ ୧୪ ତଥା ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି । ଆର୍ଥାତ୍ ମହାପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଜୁଲାଇ ୧୪କୁ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଆସନ୍ତୁ ନଜର ପକାଇବା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସହ ଜଡିତ କିଛି ଖାସ୍ ଓ ରୋଚକ କଥା ଉପରେ ।

• ପୁରୀ ରଥଯାତ୍ରାରେ ବଳରାମ, ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ଅଲଗା ଅଲଗା ରଥ ନିର୍ମାଣ କରାଯାଇଥାଏ ।

• ରଥଯାତ୍ରାରେ ସବୁଠାରୁ ଆଗରେ ବଳରାମଙ୍କ ରଥ, ପରେ ତଥା ମଝିରେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ସର୍ବଶେଷରେ ପ୍ରଭୁ ଜଗନ୍ନାଥଙ୍କ ରଥ ରହିଥାଏ । ତେବେ ଏହି ରଥଗୁଡିକୁ ତାର ରଙ୍ଗ ଏବଂ ଉଚ୍ଚତା ପାଇଁ ଚିହ୍ନା ଯାଇଥାଏ ।

• ପୁରୀରେ ନିର୍ମିତ ମହାପ୍ରଭୁ ଜଗନ୍ନାଥଙ୍କ ବିଶାଳ ମନ୍ଦିର ସଂପୂର୍ଣ୍ଣ ଭାରତରେ ହିନ୍ଦୁମାନଙ୍କ ଚାରି ଧାମ ମଧ୍ୟରୁ ଗୋଟିଏ । ତେବେ ପୁରୀ ଜଗନ୍ନାଥ ଧାମକୁ ପାଖାପାଖି ୮୦୦ ବର୍ଷରୁ ଅଧିକ ପୁରୁଣାର ବୋଲି ବିଶ୍ୱାସ କରାଯାଏ ।

• ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ ହେଲା ନନ୍ଦିଘୋଷ, ସେହିପରି ପ୍ରଭୁ ବଳରାମଙ୍କ ରଥର ନାଁ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥର ନାଁ ଦେବଦଳନ । ତେବେ ଏହି ରଥମାନଙ୍କର ରଙ୍ଗ ଏବଂ ଉଚ୍ଚତା ଭିନ୍ନ ଭିନ୍ନ ରହିଛି ।

• ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷର ଉଚ୍ଚତା ୪୫.୬ ଫୁଟ୍ ରହିଥିବାବେଳେ ବଳରାମଙ୍କ ରଥର ଉଚ୍ଚତା ୪୫ ଫୁଟ୍ ଏବଂ ଦେବୀ ସୁଭଦ୍ରାଙ୍କ ରଥର ଉଚ୍ଚତା ୪୪.୬ ଫୁଟ୍ ରହିଥାଏ ।

• ସେହିପରି ବଳରାମଙ୍କ ରଥକୁ ତାଳଧ୍ୱଜ କୁହାଯାଏ । ଯାହାର ରଙ୍ଗ ଲାଲ୍ ଏବଂ ସବୁଜ ହୋଇଥାଏ । ଦେବୀ ସୁଭଦ୍ରାଙ୍କ ରଥର ନାଁ ଦେବଦଳନ ବା ଦର୍ପଦଳନ ବା ପଦ୍ମରଥ ବୋଲି କୁହାଯାଏ । ଯାହା କଳା ତଥା ନୀଳ ଏବଂ ଲାଲ୍ ରଙ୍ଗର ହୋଇଥାଏ । ଯେବେକି ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ତଥା ଗରୁଡଧ୍ୱଜ ଲାଲ୍ ଏବଂ ହଳଦୀ ରଙ୍ଗର ହୋଇଥାଏ ।

• ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ଭାରତର ଚାରୋଟି ପବିତ୍ର କ୍ଷେତ୍ର ମଧ୍ୟରୁ ଗୋଟିଏ । ବର୍ତ୍ତମାନ ଏହି ମନ୍ଦିର ୮୦୦ ବର୍ଷରୁ ଅଧିକ ପ୍ରାଚୀନ ଅଟେ । ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଜଗନ୍ନାଥଙ୍କ ରୂପରେ ବିରାଜମାନ ଅଟନ୍ତି । ଏଥିସହିତ ଜଗନ୍ନାଥ ବଡ ଭାଇ ବଳରାମ ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ପୂଜା କରାଯାଉଛି ।