ମହଙ୍ଗା ଭିତରେ ବି ଶସ୍ତା ! ଜାଣନ୍ତୁ କେଉଁଠି ଆଉ କେତେ ଦରରେ ମିଳୁଛି ପେଟ୍ରୋଲ୍

20

ପେଟ୍ରୋଲ ଦର ଯଦିଓ ତୈଳ କଂପାନୀମାନେ ସ୍ଥିର କରିଥାନ୍ତି ହେଲେ ଏହା ଉପରେ ଟ୍ୟାକ୍ସ ଲାଗୁ କରିବାର ଅଧିକାର କେବଳ ସରକାରଙ୍କ ପାଖରେ ରହିିଛି । ସେହିପରି ପେଟ୍ରୋଲ ଉପରେ ଭାଟ୍ ଲଗାଇବା ଦ୍ୱାରା ଅଲଗା ଅଲଗା ରାଜ୍ୟରେ ପେଟ୍ରୋଲ ଦରରେ ଗଭୀର ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ଯଦି ଆପଣ ଶସ୍ତା ପେଟ୍ରୋଲ କିଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଆଣ୍ଡାମାନ ଗସ୍ତ କରିବାକୁ ପଡିବ । ଯେଉଁଠାରେ କି ଆପଣ ଖୁବ୍ କମ ମୂଲ୍ୟରେ ପେଟ୍ରୋଲ କିଣି ପାରିବେ ।

ସୂଚନା ମୁତାବକ, ପେଟ୍ରୋଲ ଦର ସୁବୁଠାରୁ ଅଧିକ ରହିଛି ମୁମ୍ବାଇରେ । ଯେଉଁଠି ପେଟ୍ରୋଲର ମୂଲ୍ୟ ରହିଛି ପାଖାପାଖି ୮୦ ଟଙ୍କା । ସେହିପରି ଆଣ୍ଡାମାନରେ ଏହାର ଦାମ ରହିଛି ସବୁଠାରୁ କମ୍ । ଆଣ୍ଡାମାନ ନିକୋବରରେ ପେଟ୍ରୋଲ ଦର ରହିଛି ୬୦ ଟଙ୍କା ୮୦ ପଇସା ମଧ୍ୟରେ । ସାରା ଦେଶରେ ପେଟ୍ରୋଲ ଦରରେ ଏହି ରାଜ୍ୟଗୁଡିକ ମଧ୍ୟରେ ହିଁ ୨୦ ଟଙ୍କା ପ୍ରତିଲିଟରରେ ଅନ୍ତର ରହିଛି । ଗାଁରେ ମଧ୍ୟ ପେଟ୍ରୋଲର ଦର ୬୫ ଟଙ୍କା ରହିଛି ।

ଅନ୍ୟ ରାଜ୍ୟ ତୁଳନାରେ ନର୍ଥ ଇଷ୍ଟର ବିଭିନ୍ନ ରାଜ୍ୟମାନଙ୍କରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ କମ ଥାଏ । ଅରୁଣାଚଳ ପ୍ରଦେଶ ପେଟ୍ରୋଲ ଉପରେ ୨୦ ପ୍ରତିଶତ ଏବଂ ଡିଜେଲ ଉପରେ ୧୨.୫ ପ୍ରତିଶତ ଭାଟ୍ ରହିଛି । ସେହିପରି ତ୍ରିପୁରାରେ ପେଟ୍ରୋଲ ଉପରେ ଭାଟର ମୂଲ୍ୟ ୨୦ ରଖାଯାଇଥିବା ବେଳେ ଡିଜେଲ ଉପରେ ୧୩.୫ ପ୍ରତିଶତ ଭାଟ ରହିଛି । ମେଘାଳୟ, ନାଗାଲାଣ୍ଡ ଏବଂ ମିଜୋରାମରେ ମଧ୍ୟ ଭାଟର ମୂଲ୍ୟ ବହୁତ କମ୍ ହୋଇଥାଏ । ଯେଉଁଥିପାଇଁ କି ଏହି ସବୁ ରାଜ୍ୟମାନଙ୍କରେ ପେଟ୍ରୋଲ ଏବଂ ଡିଜେଲ ଦର ଅନ୍ୟ ରାଜ୍ୟମାନଙ୍କ ତୁଳନା ଖୁବ୍ କମ୍ ରହିଥାଏ ।

ସାଧାରଣତଃ ପେଟ୍ରୋଲ ଏବଂ ଡିଜେଲ ଉପରେ ଲଗାଯାଉଥିବା ଏକ୍ସାଇଜ ଡ୍ୟୁଟି ସ୍ଥିର ରହିଥାଏ । ଯେଉଁଠି ପେଟ୍ରୋଲ ଉପରେ ଏହା ୨୧ଟଙ୍କା ୪୮ ପଇସା ରହିଥିବାବେଳେ ଡିଜେଲ ଉପରେ ରହିଥାଏ ୧୭ଟଙ୍କା ୩୩ ପଇସା । ତେବେ ମୋଦି ସରକାରରେ ନଭେମ୍ବର ୨୦୧୪ରୁ ଏଯାବତ ପେଟ୍ରୋଲର ଏହି ଏକ୍ସାଇଜ ଡ୍ୟୁଟିରେ ୧୨୬ ପ୍ରତିଶତ ଏବଂ ଡିଜେଲର ଏକ୍ସାଇଜ ଡ୍ୟୁଟିରେ ୩୭୪ ପ୍ରତିଶତ ବୃଦ୍ଧି ପାଇଛି । ଏହାସତ୍ୱେ ବି ପେଟ୍ରୋଲ-ଡିଜେଲ ଦର ନିର୍ଦ୍ଧାରଣ ମାମଲାରେ ବାସ୍ତବିକ ଭୂମିକା ରାଜ୍ୟମାନଙ୍କର ହିଁ ହୋଇଥାଏ । ତେଣୁ ଯେଉଁ ରାଜ୍ୟରେ ପେଟ୍ରୋଲ ଉପରେ ଲଗାଯାଉଥିବା ଭାଟ୍ ଅଧିକ ହୋଇଥାଏ ସେଠାରେ ପେଟ୍ରୋଲର ଦର ସବୁଠାରୁ ଅଧିକ ହୋଇଥାଏ ।

ଏହାଛଡା ଗତକିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ଅହେତୁକ ଅଭିବୃଦ୍ଧିକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଛି । ପରିସ୍ଥିତି ଏଭଳି ରହିଛି କି, ୨ ଜୁଲାଇରୁ ଆରମ୍ଭ କରି ୧୪ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ପ୍ରତି ଲିଟର ପିଛା ପେଟ୍ରୋଲ ଦର ୬୩ ଟଙ୍କା ୯ ପଇସାରୁ ବୃଦ୍ଧି ପାଇ ୭୦ ଟଙ୍କା ୩୯ ପଇସାରେ ପହଂଚିଛି । ଅର୍ଥାତ୍ ୭ଦିଲ୍ଲୀରେ ପେଟ୍ରୋଲ ଦର ପୂର୍ବପେକ୍ଷା ଅଧିକ ୭ଟଙ୍କା ୩୯ ପଇସା ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ମଧ୍ୟ ଲିଟର ପିଛା ପେଟ୍ରୋଲ ଦର ରହିଛି ୭୯ ଟଙ୍କା ୫୦ ପଇସା । ପୂର୍ବରୁ ଏହା ୭୪ ଟଙ୍କା ୩୦ ପଇସା ରହିଥିଲା । ତେବେ ଆସନ୍ତୁ ନଜର ପକାଇବା ଭାରତ ଭଳି କଣ ଅନ୍ୟ ଦେଶମାନଙ୍କରେ ତଥା ପଡୋଶୀ ଦେଶମାନଙ୍କରେ ପେଟ୍ରୋଲର ମୂଲ୍ୟ ସମାନ ରହିଛି ନା ଅଲଗା ।

• ଭାରତ ଭଳି ପାକିସ୍ତାନରେ କିନ୍ତୁ ଏଭଳି ସମସ୍ୟା ଦେଖିବାକୁ ମିଳିନାହିଁ । କାରଣ ପାକିସ୍ତାନରେ ତେଲ ସଂରକ୍ଷଣର ଅବସ୍ଥା ଗୁରୁତର ଥିବାସତ୍ୱେ ବି ପେଟ୍ରୋଲ ମିଳୁଛି ମାତ୍ର ୪୨ଟଙ୍କାରେ ।

• ଭାରତର ପଡୋଶୀ ଦେଶ ଆଫଗାନୀସ୍ତାନରେ ମଧ୍ୟ ପଟ୍ରୋଲର ଦାମ ରହିଛି ମାତ୍ର ୪୧.୧୫ ଟଙ୍କା ।

• ଭାରତର ଅନ୍ୟ ଏକ ପଡୋଶୀ ଦେଶ ଶ୍ରୀଲଙ୍କାରେ ବି ଏହାର ମୂଲ୍ୟ ମାତ୍ର ୫୩ଟଙ୍କା ୭୨ ପଇସା ରହିଛି ।

• ନେପାଳରେ ପେଟ୍ରୋଲର ମୂଲ୍ୟ ରହିଛି ୬୧ଟଙ୍କା ୩୫ ପଇସା ।

• ଭୂଟାନରେ ବି ଏହାର ମୂଲ୍ୟ ୬୨ଟଙ୍କା ୨୦ ପଇସା ରହିଛି ।

• ପଡୋଶୀ ଦେଶ ଚୀନରେ ପେଟ୍ରୋଲର ଦାମ ରହିଛି ୬୪ ଟଙ୍କା ୪୨ ପଇସା ।

• ତେବେ ଏହି ସୂଚନାରୁ ଯାହା ଅନୁମାନ କରାଯାଉଛି ଦରଦାମ କ୍ଷେତ୍ରରେ ଭାରତକୁ ଟକ୍କର ଦେଉଛି ପଡୋଶୀ ଦେଶ ବାଙ୍ଗଲାଦେଶ ।