ଭାରତରେ ସବୁଠାରୁ ଧନୀ ମୁକେଶ ଅମ୍ବାନୀ । ହେଲେ ପାକିସ୍ତାନର ଅମ୍ବାନୀ କିଏ ? ଜାଣନ୍ତୁ

47

ବିଶ୍ୱର ଧନୀ ତାଲିକାରେ ସର୍ବପ୍ରଥମେ ବିଲ୍ ଗେଟସ୍ ଏବଂ ମୁକେଶ ଅମ୍ବାନୀଙ୍କ ନାଁ ଶୁଣାଯାଏଁ । ସେହିପରି ପାକିସ୍ତାନ ମାମଲାରେ ଶାହିଦ ଖାନ ମଧ୍ୟ ଫୋବର୍ସ ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ୮.୯ ବିଲିୟନ ଡଲାରର ନେଟ୍ ୱର୍ଥ ସହ ଶାହିଦ ଖାନ ଚଳିତ ବର୍ଷ ବି ଫୋବର୍ସର ତାଲିକାର ‘ପାକିସ୍ତାନର ଅମ୍ବାନୀ’ ସାଜିଛନ୍ତି ।

କିନ୍ତୁ ଭାରତ ଏବଂ ପାକିସ୍ତାନର ଏହି ଅମ୍ବାନୀମାନଙ୍କର ଯଦି ତୁଳନା କରାଯାଏଁ ତେବେ ଶାହିଦ ଖାନ, ମୁକେଶ ଅମ୍ବାନୀଙ୍କ ଠାରୁ ତିନି ଗୁଣା ଦୁର୍ବଳ ଥିବା ପ୍ରମାଣିତ ହେବେ । କାରଣ ପାକିସ୍ତାନର ଅମ୍ବାନୀ ସାହିଦ ଖାନଙ୍କର ସଂପର୍ତ୍ତି ୮.୯ ବିଲିୟନ ଡଲାର ରହିଥିବାବେଳେ ମୁକେଶ ଅମ୍ବୀନୀଙ୍କ ସଂପତ୍ତି ରହିଛି ୨୩ ବିଲିୟନ ଡଲାର ଆଉ ଏହି ଆକଳନକୁ ଯଦି ହିସାବ କରାଯାଏ ତେବେ ଶାହିଦ ଖାନ ଭାରତର ନବମ ସ୍ଥାନ ଅଳଙ୍କୃତ କରିଥିବା ଅମୀର କୁମାର ମଙ୍ଗଲମ ବିଡଲାଙ୍କ ସହ ସମାନ ଅଟନ୍ତି । ଯାହାଙ୍କର ସଂପତ୍ତି ରହିଛି ୮.୯ ବିଲିୟନ ଡଲାର ।

ଏହାବ୍ୟତୀତ ଯଦି ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ପ୍ରସଙ୍ଗ ଉଠେ ତେବେ ଏକ୍ଷେତ୍ରରେ ଶାହିଦ ଖାନ ଭାରତର ଅନେକ ହସ୍ତୀଙ୍କୁ ଟକ୍କର ଦେଇସାରିଛନ୍ତି । ପ୍ରାଇଭେଟ୍ ପ୍ଲେନଠାରୁ ଆରମ୍ଭ କରି ଦୁନିଆର ମହଙ୍ଗା କ୍ରୀଡାନୌକା ପର୍ଯ୍ୟନ୍ତ, ଶାହିଦ ଖାନଙ୍କ ସଉକ ଠିକ୍ ମୁକେଶ ଅମ୍ବାନୀଙ୍କ ଭଳି ହିଁ ରହିଛି । ଆସନ୍ତୁ ନଜର ପକାଇବା ଏହି ଦୁଇ ଅମ୍ବାନୀଙ୍କ ଲାଇଫଷ୍ଟାଇଲ ଉପରେ ।
ମୁକେଶ ଅମ୍ବାନୀ ବନାମ ଶାହିଦ ଖାନ

• ଯଦି ଉଭୟଙ୍କ କାର ଉପରେ ନଜର ପକାଯାଏଁ ତେବେ ଏକ୍ଷେତ୍ରରେ ମୁକେଶ ଅମ୍ବାନୀଙ୍କ ନିକଟରେ ବହୁ ନାମୀଦାମୀ କାରମାନ ରହିଥିବାବେଳେ ଶାହିଦଙ୍କ ନିକଟରେ ରହିଛି ଦୁନିଆର ସବୁଠାରୁ ମହଙ୍ଗା କାର । ଯାହାର ଦାମ ରହିଛି ପାଖାପାଖି ୨୯ କୋଟି ଟଙ୍କା ଏବଂ ଯାହାକି ବିଶ୍ୱର ଦ୍ୱିତୀୟତମ ସବୁଠାରୁ ମହଙ୍ଗା କାର୍ ।

• ସେହିପରି ଉଡାଜାହାଜ କ୍ଷେତ୍ରରେ ମୁକେଶ ଅମ୍ବାନୀଙ୍କ ଫାଲକନ ଜେଟ୍ ବହୁତ ପସନ୍ଦ । ଅନ୍ୟପଟେ, ଶାହିଦ ମଧ୍ୟ ନିଜ ସଉକ ପାଇଁ ତିନି ତିନୋଟି ବ୍ୟକ୍ତିଗତ ଜେଟ୍ ତଥା ଲାୟରଜେଟ୍ ରଖିସାରିଛନ୍ତି । ଏହାବ୍ୟତୀତ ଉଭୟଙ୍କ ନିକଟରେ କର୍ପୋରେଟ୍ ଜେଟ୍ ମଧ୍ୟ ରହିଛି ଯେଉଁଥିରେ ସେମାନେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥାନ୍ତି ।

• ବଙ୍ଗଳା ମାମଲାରେ ଶାହିଦଙ୍କ ଆଗରେ ଅଛନ୍ତି ମୁକେଶ ଅମ୍ବାନୀ । ଆଂଟିଲିଆ ସ୍ଥିତ ୨୭ ତାଲା ବିଶିଷ୍ଠ ଶାନଦାର ପେଂଟହାଉସ ଆଗରେ ଶାହିଦଙ୍କ ସମସ୍ତ ଦାମୀ କୋଠା ଫେଲ ମାରିଛି । ଏଠାରେ ଆମେ କହି ରଖୁଛୁ କି, ମୁକେଶ ଅମ୍ବାନୀଙ୍କ ବିଲ୍ଡିଂ ବିଶ୍ୱର ସବୁଠାରୁ ଦାମୀ ବ୍ୟକ୍ତିଗତ ଆବାସ ଭାବେ ସ୍ଥାନ ପାଇଛି । ଏହି ବିଲ୍ଡିଂ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୧୩,୦୦୦ କୋଟି ଟଙ୍କା । ଯାହାକି ୨୭ ତାଲା ବିଶିଷ୍ଠ । ଆଉ ଏହି ବିଲ୍ଡିଂରେ ପାଖାପାଖି ୬୦୦ ଜଣ କର୍ମଚାରୀଙ୍କ ସହ ମୁକେଶ ଅମ୍ବାନୀ ନିଜ ପରିବାର ଲୋକଙ୍କ ସହିତ ୨୦୧୦ରୁ ରହିଆସୁଛନ୍ତି ।

• ବିଳାସମୟ କ୍ରୀଡାନୌକା ମାମଲାରେ କିନ୍ତୁ ଶାହିଦ, ମୁକେଶ ଅମ୍ବାନୀଙ୍କଠାରୁ ବାଜି ମାରିଛନ୍ତି ବିଶ୍ୱର ସବୁଠାରୁ ଭଲ ଏବଂ ଦାମୀ କ୍ରୀଡାନୌକାରେ ସାମିଲ ହୋଇଥିବା କିସ୍ମତ କ୍ରୀଡାନୌକା ରହିଛି ଶାହିଦଙ୍କ ନିକଟରେ । ତେବେ ଏହାର ସଫଳତା ଏବଂ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆହୁରି ତିନୋଟି କ୍ରୀଡାନୌକା ନିର୍ମାଣ କରିସାରିଛନ୍ତି ଶାହିଦ । ଅନ୍ୟପଟେ, ମୁକେଶ ନିଜ ପାଇଁ ଏକ୍ସକ୍ୟୁସିଭ୍ କ୍ରୀଡାନୌକା ପ୍ରସ୍ତୁତ କରୁଛନ୍ତି । ଯାହା ଶୁଣିବାକୁ ମିଳିଛି ଏହା ମଧ୍ୟ ଅମ୍ବାନୀଙ୍କ ଭଳି ସଫଳତା ହାସଲ କରିବ ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ମୁକେଶଙ୍କ ସମ୍ପତିରେ ୧୨.୫ ଅରବ ଡଲାରର ବୃଦ୍ଧି ହୋଇଛି । ଫଳରେ ମୁକେଶଙ୍କ ବର୍ତ୍ତମାନ ସମ୍ପତିର ପରିମାଣ ୩୫.୨ ଅରବ ଡଲାର୍ ହୋଇଯାଇଛି । ଧନୀ ବ୍ୟକ୍ତିଙ୍କ ତାଲିକାର ପ୍ରଥମ ସ୍ଥାନରେ ଥିବା ଆଲିବାବା ଗ୍ରୁପର ମାଲିକ ଜେକ୍ ମାଙ୍କ ସମ୍ପତି ହେଉଛି ୪୩.୭ ଅରବ ଡଲାର୍ । ୨୦୧୭ରେ ଜେକ୍ ମାଙ୍କ ସମ୍ପତିରେ ୧୦.୪ ଅରବ ଡଲାର୍ ବୃଦ୍ଧି ହୋଇଛି ।

ଗତ ବର୍ଷ ସେପ୍ଟେମ୍ବରରେ ମୁକେଶ୍ ଅମ୍ବାନୀ ଜିଓ ଲଂଚ୍ କରିଥିଲେ । ଶସ୍ତା ଅଫର୍ ଏବଂ ଲୋଭନୀୟ ପ୍ଲାନ୍ ଯୋଗୁଁ ବର୍ତ୍ତବାନ ଜିଓ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧୦ କୋଟି ଟପି ସାରିଲାଣି । ଏଥିସହିତ ଶସ୍ତା ଜିଓ ଫୋନ୍ ଲଂଚ୍ କରିଛନ୍ତି ମୁକେଶ୍ । ତେଣୁ ଅନୁମାନ କରାଯାଉଛି ଏହି ଫୋନ୍ ବଜାରକୁ ଆସିବା ପରେ ତାଙ୍କ ସମ୍ପତିର ପରିମାଣ ଆହୁରି ବଢିପାରେ ।

ସେହିପରି ଯଦି ଅମ୍ବାନୀ ପରିବାରର ଲାଇଫଷ୍ଟାଇଲକୁ ଦେଖାଯାଏଁ ତେବେ ମୁକେଶ ଅମ୍ବାନୀଙ୍କ ସଂପୂର୍ଣ୍ଣ ପରିବାର ହିଁ ରୟାଲ୍ ଲାଇଫ୍ ବିତାଉଛନ୍ତି ଏବଂ ପରିବାରର ଅଧିକାଂଶ ସଦସ୍ୟ ବ୍ଲାକବେରୀ କଂପାନୀର ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି । କିନ୍ତୁ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଯେଉଁ ମୋବାଇଲ୍ ବ୍ୟବହାର କରୁଛନ୍ତି ତାହା ଦୁନିଆର ସବୁଠାରୁ ମହଙ୍ଗା ଫୋନ୍ ଅଟେ । ଯାହାର ନାଁ ହେଉଛି ଫାଲକନ୍ ସୁପରନୋଭା ଆଇଫୋନ-୬ ପିଙ୍କ୍ ଡାଏମଣ୍ଡ ଏବଂ ଏହାର ମୂଲ୍ୟ ରହିଛି ପାଖାପାଖି ୩୧୫ କୋଟି ତଥା ୪୮.୫ ମିଲିୟନ୍ ଡଲାର ।

ଏହି ମୋବାଇଲକୁ ସାଧାରଣତଃ ଅର୍ଡର ଦିଆଯିବା ପରେ ହିଁ ତିଆରି କରାଯାଇଥାଏ । ଆପଣ ଜାଣିଲେ ଚକିତ ହେବେ କି ଏହି ଫୋନଟି ସଂପୂର୍ଣ୍ଣ ରୂପେ ସୁନାରେ ତିଆରି ହୋଇଥାଏ ଏବଂ ଏଥିରେ ଯେଉଁ ସୁନା ବ୍ୟବହାର କରାଯାଇଥାଏ ତାହା ପିଙ୍କ୍ ତଥା ଗୋଲାପୀ ରଙ୍ଗର ଅଟେ । ଖାଲି ସେତିକି ନୁହେଁ ଏହି ଫୋନର ପଛ ପଟରେ ଏକ ଗୋଲାପୀ ରଙ୍ଗର ଡାଏମଣ୍ଡ ମଧ୍ୟ ଲଗାଯାଇଥାଏ ।

ସୌଜନ୍ୟ: ଦୈନିକ ଭାସ୍କର