ଜିଓ ମାଲିକଙ୍କ ବଡ ଘୋଷଣା ! କମ୍ ମୂଲ୍ୟରେ ମୋବାଇଲ ଡାଟା ଓ ଇଂଟରନେଟ୍ ସେବା ଜାରି ରଖିବ ରିଲାଏନ୍ସ ଜିଓ

94

ଭାରତୀୟ ମୋବାଇଲ କଂଗ୍ରେସରେ ରିଲାଏନ୍ସ ଜିଓର ମୁଖ୍ୟ ମୁକେଶ ଅମ୍ବାନିଙ୍କ ଘୋଷଣା କମ୍ ମୂଲ୍ୟରେ ମୋବାଇଲ ଡାଟା ଓ ଇଂଟରନେଟ୍ ସେବା ଯୋଗାଇବା ଜାରି ରଖିବ କମ୍ପାନି । ଯାହା ଅନ୍ୟ ପ୍ରତିପକ୍ଷଙ୍କୁ ଛାନିଆ କରିଛି । ଭାରତୀୟ ଟେଲିକମ୍ ବଜାରରେ ରିଲାଏନ୍ସ ଜିଓର ପ୍ରବେଶ ପରେ ଅନ୍ୟ ଟେଲିକମ୍ କମ୍ପାନି ବିଶେଷ କ୍ଷତି ସହୁଛନ୍ତି । ଜିଓ-ଫୋର ଜିର ଟାରିଫ ଅପେକ୍ଷାକୃତ କମ୍ ହୋଇଥିବାରୁ ପ୍ରତିଯୋଗିତାରେ ପଛରେ ପଡିଯାଇଛନ୍ତି ଏୟାରଟେଲ ଓ ଭୋଡାଫୋନ୍ ଭଳି ପ୍ରତିଦ୍ୱନ୍ଦ୍ୱି ।

ମୁକେଶ ଅମ୍ବାନି କହିଛନ୍ତି ଭାରତର କୋଣ ଅନୁକୋଣରେ ମୋବାଇଲ ସେବା ପହଂଚାଇବାକୁ ଯୋଜନା ରଖିଛି ରିଲାଏନ୍ସ ଜିଓ । ମାସକୁ ମାତ୍ର ୧୦୦ ଟଙ୍କା ବ୍ୟୟରେ ଭାରତର ସବୁ ଉପଭୋକ୍ତା ଫାଇବ୍- ଇନ୍-ୱାନ ସେବା ପାଉଛନ୍ତି । ଏହାକୁ ସିକ୍ସ-ଇନ୍- ୱାନ୍ କରିବା ଲକ୍ଷ୍ୟରେ କାମ କରୁଛି ରିଲାଏନ୍ସ ଜିଓ । ଗ୍ରାମାଂଚଳରେ ରିଲାଏନ୍ସ ଜିଓ ଉପଭୋକ୍ତାଙ୍କ ସଂଖ୍ୟା ବଢୁଥିବା ସୂଚନା ଦେଇଛନ୍ତି ମୁକେଶ ଅମ୍ବାନି । ସେପଟେ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନିଙ୍କ ଉପରେ କେନ୍ଦ୍ରୀୟ ଟିକସକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏୟାରଟେଲ ମୁଖ୍ୟ ସୁନୀଲ ମିତଲ । ଦେଶରେ ତମାଖୁ ଟିକସ ସମାନ ଟିଲିକମ୍ ଟିକସ ।

Image courtesy -Times Now

ସେହିପରି ସ୍ପେକ୍ଟଟ୍ରମ୍ ମୂଲ୍ୟ ମଧ୍ୟ ଉଚ୍ଚା ରହୁଥିବାରୁ କାରବାର କରିବା ମୁସ୍କିଲ ହୋଇପଡିଥିବା ସେ କହିଛନ୍ତି । ଟିକସ ଓ ସ୍ପେକଟ୍ରମ ଦର କମନକଲେ ଟେଲିକମ୍ କମ୍ପାନି କ୍ଷତି ସହିଚାଲିଥିବେ ଓ କାରବାର କରିପାରିବେ ନାହିଁ ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି । ଭୋଡାଫୋନ୍ ସିଇଓ ବାଲେଶ ଶର୍ମା ମଧ୍ୟ ଉଚ୍ଚ ଟିକସ ଓ ସ୍ପେକଟ୍ରମ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଜିଓ ଦେଉଥିବା ଦରରେ ଟେଲିକମ୍ ସେବା ଯୋଗାଇବା ସମ୍ଭବ ନୁହେଁ ବୋଲି ଭାରତୀୟ ମୋବାଇଲ କଂଗ୍ରେସରେ କହିଛନ୍ତି ଶର୍ମା ।