ଧନୀ ନୁହେଁ ବରଂ ଗରୀବ ହେଲେ ଅମ୍ବାନୀ ! କରଜ ବୋଝରେ ବୁଡି ରହିଛନ୍ତି ଜିଓ ମାଲିକ । କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ କଂପାନୀ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ତଥା ମୁକେଶ ଅମ୍ବାନୀଙ୍କ ମୋଟ ସଂପତି ୩୮ ବିଲିୟନ ଡଲାର ଅର୍ଥାତ୍ ପାଖାପାଖି ୨୪.୭୦ ଅରବ । ଏସିଆର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ପ୍ରସିଦ୍ଧ ମୁକେଶ ଅମ୍ବାନୀଙ୍କର ବ୍ୟବସାୟ ସଂପର୍କରେ ତ ଆପଣଙ୍କୁ ନିଶ୍ଚୟ ଜଣାଥିବ ହେଲେ ଅମ୍ବାନୀ ନେଇଥିବା ଋଣ ବିଷୟ ଯଦି ଆପଣ ଜାଣିବେ ତେବେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଇକୋନମିକ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, କୋଟି କୋଟି ଟଙ୍କାର ସଂପତିର ମାଲିକ ମୁକେଶ ଅମ୍ବାନୀଙ୍କ କଂପାନୀ ରିଲାଏନ୍ସ ଏବେ ପାଖାପାଖି ୧୨ ବିଲିୟନ ଡଲାର ତଥା ୭ ଅରବ କରଜରେ ବୁଡି ରହିଛି । ଗତ ୧୫ ବର୍ଷ ମଧ୍ୟରେ ଟେଲିମକମ ଜଗତରେ ରିଲାଏନ୍ସ ଜିଓ ଜରିଆରେ ହଇଚଇ ସୃଷ୍ଟି କରିଥିବା ମୁକେଶ ଅମ୍ବାନୀଙ୍କ ଉପରେ ଏଯାବତ୍ ଏହା ସବୁଠୁ ବଡ ଋଣ ଅଟେ ।
୭ ଅରବର କରଜରେ ବୁଡି ରହିଥିବା ସତ୍ୱେ ବି ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୯ତମ ସ୍ଥାନରେ ରହିଛନ୍ତି । ୨ ଏପ୍ରିଲରେ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଅମ୍ବାନୀଙ୍କର ଚଳିତ ବର୍ଷ ବ୍ୟବସାୟ ଗତବର୍ଷ ତୁଳନାରେ ୨.୩୦ ବିଲିୟନ ଡଲାର ତଥା ଦେଢ ଅରବ ହ୍ରାସ ପାଇଛି । ସେହିପରି ଗତ ବର୍ଷ ତାଙ୍କୁ ୯.୩ ବିଲିୟନ ଚଲାର ତଥା ପାଖାପାଖି ୬ ଅରବ ଲାଭ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ବିଶ୍ୱର ୫୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ୨୩ ଜଣ ଭାରତୀୟ । ଏହି ତାଲିକାରେ ଅମ୍ବାନୀ ୧୯ତମ ନମ୍ବରରେ ରହିଥିବା ବେଳେ ଲକ୍ଷ୍ମୀ ମିତଲ ୫୪ତମ ସ୍ଥାନ ଅଧିକାର କରିଛନ୍ତି । ତେବେ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଆମାଜନର ମୁଖ୍ୟ ତଥା ଜୈଫ ବେଜୋସ । ସେହିପରି ବିଲଗ୍ରେଟସ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ଆମେରିକାର ବାରେନ ବଫେଟ ।
ଏଠାରେ ଆମେ କହି ରଖୁଛୁ କି, ମୁକେଶ ଅମ୍ବାନୀ ଗତ ଦେଢ ବର୍ଷ ହେଲା ଟେଲିକମ ବଜାରରେ ନିଜର ଦବଦବା ଜାରି ରଖିଛନ୍ତି । ରିଲାଏନ୍ସ ଜିଓ ଆସିବା ପରେ ପରେ ବାକି ଟେଲିକମ କଂପାନୀମାନଙ୍କର ଚିନ୍ତା ଏକ ପ୍ରକାରେ ବଢିଯାଇଛି । ନିକଟରେ ଜିଓର ପ୍ରାଇମ ମେମ୍ବରସିପର ବୈଧତା ପୁଣି ଗୋଟିଏ ବର୍ଷ ଯାଏଁ ବଢାଇ ଦିଆଯାଇଅଛି । ଏବେ ପ୍ରାଇମ ମେମ୍ବର ବିନା କୌଣସି ଅତିରିକ୍ତ ଶୁଳ୍କ ଦେଇ ଆହୁରୀ ଗୋଟିଏ ବର୍ଷ ଯାଏଁ ଏହାର ସେବାର ଲାଭ ଉଠାଇ ପାରିବେ ।