ରିଲାଏନ୍ସ ୪୦ ବର୍ଷର ଯାତ୍ରା । ବ୍ୟବସାୟ କେଉଁଠୁ ଆସି କେଉଁଠି ପହଂଚିଛି, ନଜର ପକାନ୍ତୁ

25

୧୯୭୭ରେ ଆରମ୍ଭ ହୋଇଥିବା ରିଲାଏନ୍ସ କଂପାନୀ । ବିଗତ ୪ ଦଶକର ଉତଥାନ ପତନ ଭରା ଯାତ୍ରା ପରେ ଆଜି ବିଶ୍ୱର ଅନ୍ୟତମ ସବୁଠାରୁ ବିଖ୍ୟାତ ଓ ପ୍ରଶଂସନୀୟ କଂପାନୀ ଭାବେ ଖ୍ୟାାତି ଲାଭ କରିବାରେ ସକ୍ଷମ ହୋଇପାରିଛି । ଶୁକ୍ରବାର ଦିନ କଂପାନୀର ୪୦ ତମ ବାର୍ଷିକ ସାଧାରଣ ବୈଠକରେ କର୍ମକତ୍ତା, ନିବେଶକଙ୍କ ଆଗରେ କଂପାନୀର ମାଇଲଖୁଂଟଗୁଡିକ ଉପରେ ଆଲୋକପାତ କରିଥିବା ଅବସରରେ ଏପରି କହିଛନ୍ତି କଂପାନୀ ମୁଖ୍ୟ ମୁକେଶ ଅମ୍ବାନୀ ।

ତେବେ ଆସନ୍ତୁ ଜାଣିବା ,ସେହି ମାଇଲ ଖୁଂଟ ଗୁଡିକ କଣ ?

• ବିଗତ ୪୦ ବର୍ଷ ଭିତରେ ରିଲାଏନ୍ସ କାରବାର ୪,୭୦୦ ଗୁଣା ବଢିଛି

• ଏହାର ନେଟ୍ ପ୍ରଫିଟ ୧୯୭୭ରେ ୩ କୋଟି ଥିଲା ଏବେ ଏହା ୩୦,୦୦୦ କୋଟି ଟଙ୍କାରେ ପହଂଚିଛି

• କଂପାନୀ ପ୍ରତିଷ୍ଠା ସମୟରେ ସଂପତ୍ତିର ମୂଲ୍ୟ ୩୨ କୋଟି ଥିବାବେଳେ ତାହା ଆଜିକା ସମୟରେ ୭,୦୦,୦୦୦ କୋଟି ଟଙ୍କାରେ ପହଂଚିଛି

• ୧୯୭୭ରେ କଂପାନୀ ୧୦୦୦ କୋଟି ଟଙ୍କା ନିବେଶର ମୂଲ୍ୟ ବର୍ତ୍ତମାନ ୧୬,୫ ଲକ୍ଷ ଟଙ୍କାରେ ପହଂଚିଛି । ଯାହା ପ୍ରମାଣିତ କରେ ନିବେଶକଙ୍କ ଟଙ୍କା ପ୍ରତ୍ୟେକ ଅଢେଇ ବର୍ଷରେ ଦ୍ୱିଗୁଣିତ ହୋଇଥାଏ

• ୩୫୦୦ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିଥିବା ଏହି କଂପାନୀରେ ବର୍ତ୍ତମାନ ଅଢେଇ ଲକ୍ଷ ଲୋକ କାର୍ଯ୍ୟରତ

• କଂପାନୀର ବଜାର ପଞ୍ଜୀକରଣ ୧୯୭୭ରେ ୧୦ କୋଟି ଟଙ୍କା ଥିବା ବେଳେ ଏବେ ୫ ଲକ୍ଷ କୋଟିରେ ପହଂଚିଛି । ଅର୍ଥାତ୍ ଏହି ୪ ଦଶନ୍ଧିରେ ୫୦ ହଜାର ଗୁଣ ବୃଦ୍ଧି ପାଇଛି