ମାତୃତ୍ୱରେ ବୟସ ସାଜିନି ବାଧକ ! ଜାଣନ୍ତୁ କିଛି ଅଦ୍ଭୁତ ମା’ଙ୍କ କାହାଣୀ

102

ମା’ ହେବାପାଇଁ ବିଶ୍ୱର ପ୍ରତ୍ୟେକ ମହିଳାଙ୍କ ଇଚ୍ଛା ଥାଏ । ଆଉ ଏହାକୁ ସେ ନିଜ ପାଇଁ ଏକ ସୌଭାଗ୍ୟ ବୋଲି ମନେକରନ୍ତି । କିନ୍ତୁ କିଛି ମହିଳାଙ୍କ ମା’ ହେବା ଘଟଣା ବିଶ୍ୱକୁ କରିଛି ଚକିତ । କାରଣ, କିଏ ମାତ୍ର ୫ ବର୍ଷ ବୟସରେ ମା’ ହୋଇଛନ୍ତି ତ କିଏ ୬୯ଟି ପିଲାଙ୍କୁ ଜନ୍ମଦେଇ ହୋଇଛନ୍ତି ଚର୍ଚ୍ଚିତ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଭିନ୍ନ ମା’ଙ୍କ ଅଭିନ୍ନ କାହାଣୀ ।

ସବୁଠାରୁ ଅଧିକ ପିଲା ଜନ୍ମ ଦେଇଥିବା ମା’

f_1482989140ବିଶ୍ୱରେ ସବୁଠାରୁ ଅଧିକ ପିଲା ଜନ୍ମ ଦେଇଥିବା ମହିଳା ଜଣକ ହେଲେ ଋଷର ଶୃୟା ଅଂଚଳରେ ବାସକରୁଥିବା ଫୟୋଡୋର ବସିଲିବ (୧୭୦୭-୧୭୮୨) ନାମରେ ଚର୍ଚ୍ଚିତ । ଯିଏ କି ୬୯ଟି ପିଲାଙ୍କ ଜନନୀ ଅଟନ୍ତି । ସେ ଏହି ୬୯ଟି ପିଲାଙ୍କୁ ୨୭ ଥର ପ୍ରସବରେ ଜନ୍ମ ଦେଇଛନ୍ତି । ୧୬ ଥର ଯାଆଁଳା ଶିଶୁ ଜନ୍ମ କରିଥିବାବେଳେ ୭ ଥର ୩ଟି ଏବଂ ୪ ଥର ୪ଟି ଶିଶୁ ଜନ୍ମଦେଇ ବିଶ୍ୱରେ କରିଛନ୍ତି ରେକର୍ଡ ।

୫ ବର୍ଷ ବୟସରେ ମା’

g_1482989183ଲୀନା ମେଡିନା ନାମକ ଜଣେ ମହିଳା ମାତ୍ର ୫ ବର୍ଷ ବୟସରେ ପିଲା ଜନ୍ମ ଦେଇ ଦୁନିଆକୁ କରିଥିଲେ ସ୍ତବ୍ଧ । କାରଣ ଯେତେବେଳେ ଲୀନାଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା ସେତେବେଳେ ହଠାତ୍ ତାଙ୍କ ପେଟ ଫୁଲିବାକୁ ଲାଗିଥିଲା । ଆଉ ତାଙ୍କ ମାଆଙ୍କୁ ଲାଗିଥିଲା କି ଲୀନାଙ୍କ ପେଟରେ ବୋଧହୁଏ ଟ୍ୟୁମର ହୋଇଛି, ସେଥିପାଇଁ ସେ ତାଙ୍କୁ ମେଡିକାଲକୁ ଯାଂଚ ପାଇଁ ନେଇଥିଲେ ଆଉ ତାପରେ ଯାହା ଘଟିଥିଲା ତାହା ଆପଣ ବିଶ୍ୱାସ ମଧ୍ୟ କରି ପାରିବେନି । କାରଣ, ଡାକ୍ତର ତାଙ୍କୁ ଗର୍ଭବତୀ ଅଛନ୍ତି ବୋଲି କହିଥିଲେ । ୧୪ ମଇ ୧୯୩୯ରେ ଲୀନା ଏକ ସୁସ୍ଥ ଏବଂ ଛ କିଲୋ ଓଜନର ଶିଶୁକୁ ଜନ୍ମ ଦେଇଥିଲେ ।

୭୦ ବର୍ଷ ବୟସରେ ମା’

g_1482989218ବିଜ୍ଞାନ ଚାହୁଁ ଯାହା ବି କହୁ , କିନ୍ତୁ କିଛି ମହିଳା ପ୍ରମାଣିତ କରି ଦେଖାଇଛନ୍ତି ଯେ, ପିଲା ଜନ୍ମ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନ ଥାଏ । କାରଣ ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଜ୍ଞାନର କଥାକୁ ଭୁଲ ବୋଲି ମଣିବେ । ହରିୟାଣାର ହିସାର ନାମକ ଏକ ଗାଁରେ ରାଜାଦେବି ଲୌହାନ ନାମି ଜଣେ ୭୦ ବର୍ଷିୟ ମହିଳା ୨୦୦୮ରେ ଏକ ପିଲାକୁ ଜନ୍ମ ଦେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି ।

ସବୁଠାରୁ ଅଧିକ ବ୍ୟବଧାନ ରଖି ପିଲା ଜନ୍ମ ଦେଇଥିବା ମା’

f_1482989243ଦୁଇଟି ପିଲା ଜନ୍ମରେ ସବୁଠାରୁ ଅଧିକ ବ୍ୟବଧାନ ରଖି ରେକର୍ଡ କରିଥିବା ମାଁ ତଥା ମହିଳା ଜଣକ ହେଲେ ଏଲିଜାବେଥ ଏନ୍ ବଟଲ । ଯିଏ କି ୧୯ ମଇ ୧୯୫୬ରେ ଗୋଟିଏ ପିଲା ଜନ୍ମ ଦେଇଥିବା ବେଳେ ୨୦ ନଭେମ୍ବର ୧୯୯୭ ରେ ଅନ୍ୟ ଏକ ପିଲାକୁ ଜନ୍ମ ଦେଇଥିଲେ । ତେବେ ଦୁଇ ପିଲାଙ୍କ ମଧ୍ୟରେ ପାଖାପାଖି ୪୧ ବର୍ଷ ୧୮୫ ଦିନର ଅନ୍ତର ରହିଛି ।

୧୭ ମିନିଟରେ ୧୧ ପିଲାଙ୍କୁ ଜନ୍ମ ଦେଇଥିବା ମା’

t_1482989282

ଆମେରିକାର ଇଣ୍ଡିୟାନା ନାମକ ସହରରେ ବାସକରୁଥିବା ମାରିୟା ହର୍ନାନଣ୍ଡେସଙ୍କୁ ପ୍ରସବ ପାଇଁ ଯେତେବେଳେ ଡାକ୍ରରଖାନାକୁ ଅଣାଗଲା ସେତେବେଳେ ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ଏକ୍ ଦମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ତାଙ୍କର ଆଶ୍ଚର୍ଯ୍ୟ ଆହୁରୀ ଦ୍ୱିଗୁଣିତ ହୋଇଗଲା ଯେତେବେଳେ ମାରିୟା ମାତ୍ର ୧୭ ମିନିଟ୍ ଅନ୍ତରରେ ୧୧ଟି ପିଲାଙ୍କୁ ଜନ୍ମ ଦେଇଥିଲେ । ଆଉ ସବୁଠାରୁ ବଡ କଥା ହେଲା ମାରିୟା ଜନ୍ମ ଦେଇଥିବା ସମସ୍ତ ପିଲାଗୁଡିକ ସୁସ୍ଥ ଓ ସବଳ ଥିଲେ । ଏହି ଘଟଣାଟି ବାହାରେ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ମାରିୟା ପାଲଟି ଯାଇଥିଲେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ମା’ ।