ଦିନେ ହସ୍ପିଟାଲରେ ମା’ ଛାଡି ଚାଲିଯାଇଥିଲେ , ଏବେ ସ୍ୱିଜରଲାଣ୍ଡର ସାଂସଦ । ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ

58

ଦିନେ ଯେଉଁ ନବଜାତ ଶିଶୁକୁ ତାର ମାଆ ଜନ୍ମଦେଇ ମେଡିକାଲରେ ଛାଡି ଚାଲିଯାଇଥିଲେ ଆଜି ସେହି ଶିଶୁ ଜଣେ ସାଂସଦ । କର୍ଣ୍ଣାଟକର ଉଡୁୁପି ସ୍ଥିତ ସିଏମଆଇ ଲୋମ୍ବାର୍ଡ ମେମୋରିଆଲ ହସ୍ପିଟାଲରେ ୧ ମଇ ୧୯୭୦ରେ ଜନ୍ମିତ ନିକଲାସଙ୍କୁ ତାଙ୍କର ମାଆ ମେଡିକାଲର କତ୍ତୃପକ୍ଷଙ୍କ ପାଖରେ ଛାଡି ଚାଲିଯାଇଥିଲେ । ଆଉ ଏହାର ପ୍ରାୟ ଗୋଟିଏ ସପ୍ତାହ ପରେ ତାଙ୍କୁ ସ୍ୱିଜରଲାଣ୍ଡରରେ ଏକ ଦଂପତି ପୋପ୍ୟ ସନ୍ତାନ ରୂପରେ ଗ୍ରହଣ କରିନେଇଥିଲେ ।

ନିକଲ୍ୟାସଙ୍କ ନୂଆ ବାପା-ମାଆ ଫ୍ରିଟଜ ଏବଂ ଏଲିଜାବେଥ ତାଙ୍କୁ ପ୍ରଥମେ କେରଳ ନେଇ ଚାଲିଯାଇଥିଲେ । ଏବଂ ସେଠାରେ ସେ ପାଖାପାଖି ୪ ବର୍ଷ କାଳ ରହିବା ପରେ ସେ ସ୍ୱିଜରଲାଣ୍ଡ ଚାଲିଆସିଥିଲେ । ଯଦିଓ ଏହି ଦଂପତି ଜଣକ ସେତେ ଧନୀ ନଥିଲେ ଯେଉଁଥିପାଇଁ ନିକଲାସଙ୍କୁ ବଡ ହୋଇ ଟ୍ରକ୍ ଡ୍ରାଇଭର, ଗାର୍ଡେନର ଭଳି କାମ କରିବାକୁ ବାଧ୍ୟ ହୋଇଥିଲା ।

ନିକଟରେ ପ୍ରବାସୀ ଭାରତୀୟ କେନ୍ଦ୍ରରେ ପିଆଇଓ ସଂସଦୀୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଆସିଥିବା ନିକଲାସ ଜାତୀୟ ଗଣମାଧ୍ୟମ ଆଇଏଏନଏସକୁ ଦେଇଥିବା ଏକ ସାକ୍ଷାତକାରରେ ଏହାର ଖୁଲାସା କରିଥିଲେ । ସେ କହିଥିଲେ କି, ‘ମୋର ମାଆ ମୋର ଜନ୍ମ ହେବା ମାତ୍ରକେ ମୋତେ ମେଡିକାଲ କତ୍ତୃପକ୍ଷଙ୍କ ନିକଟରେ ଛାଡି ଚାଲିଯାଇଥିଲେ । ସେ ଅନୁରୋଧ କରିଥିଲେ କି ମେଡିକାଲ କତ୍ତୃପକ୍ଷ ମୋତେ ଜଣେ ଏଭଳି ଦଂପତିଙ୍କୁ ଦେବେ ଯିଏକି ମୋର ଭଲ ଭାବରେ ଲାଳନ ପାଳନ କରିପାରୁଥିବେ । ମୋର ଏକ ଭଲ କ୍ୟାରିୟର ଗଠନ କରିପାରୁଥିବେ’ ।

ନିକଲାସଙ୍କ ପାଇଁ ଭାରତ ଆସିବା କୌଣସି ଭାବୁକ ଭରା ମୁହୂର୍ତ୍ତରୁ କମ ନଥିଲା । ନିକଲାସଙ୍କ କୁହନ୍ତି କି, ମୁଁ ମୋ ଜୀବନର ଆରମ୍ଭ ପ୍ରଥମେ କେରଳରେ ବିତିଥିଲା । ଯେଉଁଠି ମୋର ନୂଆ ମାଆ ଏଲିଜାବେଥ୍ ଜଣେ ଶିକ୍ଷୟତ୍ରୀ ଥିଲେ ଏବଂ ବାପା ଏକ ଘରୋଇ କଂପାନୀରେ ସାଧାରଣ କର୍ମଚାରୀ ଭାବେ କାମ କରୁଥିଲେ । ଏହାପରେ ସେ ସ୍ୱିଜରଲାଣ୍ଡ ଚାଲିଆସିଥିଲେ ।  ଆଉ ଏଠାରେ ସେ ବଡ ହୋଇଥିଲେ ମାତ୍ର ପାଠପଢା ପାଇଁ ମୋର ବାପାମାଆଙ୍କ ନିକଟରେ ଟଙ୍କାର ଅଭାର ରହିଥିଲା । ଯେଉଁଥିପାଇଁ ତାଙ୍କୁ ବାଧ୍ୟ ହୋଇ ଟ୍ରକ୍ ଡ୍ରାଇଭରଠାରୁ ଆରମ୍ଭ କରି ମାଳି ଏବଂ ମେକାନିକ୍ ଭଳି କାମ କରିବାକୁ ପଡିଥିଲା ।

ସେ ଆହୁରୀ ମଧ୍ୟ କହିଥିଲେ କି, ପାଠପଢା ଶେଷ କରିବା ପରେ ମୁଁ ବିଭିନ୍ନ ସମାଜ ସେବାରେ ଲାଗିପଡିଲି । ଏବଂ ପରିବାର ଚଳାଇବା ପାଇଁ ଅନେକ ପ୍ରକାରର ଛୋଟମୋଟ କାମ ମଧ୍ୟ କରୁଥିଲି । ଏଠାରେ ଆମେ କହି ରଖୁଛୁ କି, ନିକଲାସଙ୍କୁ ୨୦୦୨ରେ ଜର୍ମାନୀ ସାମା ନିକଟସ୍ଥ ୱିଂଟରଥୁର ସିଟିରେ ଟାଉନ କାଉନସିଲର ଭାବେ ଚୟନ କରାଯାଇଥିଲା ।  ଗତବର୍ଷ ଶେଷ ବେଳକୁ ତାଙ୍କୁ Avenjelikl People’s Party ପକ୍ଷରୁ  ସ୍ୱିଜରଲାଣ୍ଡର ସାଂସଦ ଭାବେ ମନ୍ନୋନିତ କରାଯାଇଥିଲା ।