ଦୋଷ ରହିଛି ଦେଶରେ ! ପଢନ୍ତୁ ବିଶ୍ୱର ୧୦ ଭୟାନକ ରାଷ୍ଟ୍ରର କାହାଣୀ

383

ସୁରକ୍ଷିତ ଦେଶ ତାକୁ କୁହାଯାଏ ଯେଉଁଠାରେ କୌଣସି ପ୍ରକାର ହିଂସା ବା ଉପଦ୍ରବ ନଥାଏ । ଯେଉଁଠି ଲୋକମାନେ ଶାନ୍ତିରେ ରହିବା ସହ ଟ୍ୟୁରିଷ୍ଟ ମାନେ ମଧ୍ୟ ସୁରକ୍ଷିତ ଭାବରେ ବୁଲିଥାନ୍ତି  । ଆଉ ଯେଉଁଠାରେ ଆଇନ୍ ଓ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଏ । କିନ୍ତୁ ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ ହିଂସା, ଆତଙ୍କବାଦ, ଅପହରଣ, ଧର୍ଷଣ ଭଳି ଅପରାଧ ଏତେ ମାତ୍ରାରେ ହୋଇଥାଏ ଯାହାକୁ ପୁଲିସ୍ ଓ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅଟକାଇ ପାରିନଥାଏ  । ଏଭଳି ଦେଶକୁ ଯିବା ଓ ସେଠାରେ ରହିବା ଅର୍ଥ ନିଜ ମୃତ୍ୟୁ ଆମନ୍ତ୍ରଣ କରିବା  । ଏବେ ନଜର ପକାନ୍ତୁ ୧୦ଟି ଏପରି ବିପଦଜ୍ଜନକ ଦେଶ ଉପରେ  ।

ଋଷ : ଋଷ ବିଶ୍ୱର ସବୁଠାରୁ ବଡ ଦେଶ ଓ ଏହାର ରାଜଧାନୀ ହେଉଛି ମସ୍କୋ । ତେବେ ଉନ୍ନତ ଓ ଶକ୍ତିଶାଳୀ ଦେଶ ହୋଇ ମଧ୍ୟ ଏଠାରେ ଡ୍ରଗ୍ସ ସ୍ମଗଲିଙ୍ଗ୍, ହତ୍ୟା, ଷ୍ଟିଟ୍ ଫାଇଟ୍ ଓ ଆତଙ୍କବାଦ ଯୋଗୁଁ ଋଷକୁ ଦୁନିଆର ସବୁଠାରୁ ବିପଦଜନକ ଦେଶ ହିସାବରେ ଗଣାଯାଏ । ସେଥିପାଇଁ ଏହି ତାଲିକାର ୧୦ମ ସ୍ଥାନରେ ରହିଛି ।

ମେକ୍ସିକୋ : ମେକ୍ସିକୋ ଏକ ଉତ୍ତର ଆମେରିକାନ୍ ଦେଶ ଯାହାର ରାଜଧାନୀ ହେଉଛି ମେକସିକୋ ସିଟି । ଏହି ଦେଶ ବିପଦଜନକ ଦେଶମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଅଛି । ମେକ୍ସିକୋ ପୁରା ବିଶ୍ୱରେ ନିଶା ପଦାର୍ଥ ବ୍ୟବସାୟ ପାଇଁ ଜଣାଯାଏ । ମେକ୍ସିକୋରୁ ଆମେରିକା ସବୁଠାରୁ ଅଧିକ ମାଦକ ଦ୍ରବ୍ୟ ଚାଲାଣ ହୁଏ ।

ସୁଦାନ : ସୁଦାନ ଏକ ଆଫ୍ରିକୀୟ ଦେଶ, ଯାହା ଦୁନିଆରେ ସବୁଠାରୁ ଗରିବ ଦେଶ ମାନଙ୍କ ମଧ୍ୟରେ ଅନ୍ୟତମ । ଏଠାରେ ଭୋକରେ ମୃତ୍ୟୁବରଣ କରିବା କଥା ଖୁବ ସାଧାରଣ । ମାନବ ଅଧିକାରର ଏଠାରେ କୌଣସି ଅର୍ଥ ହିିଁ ନାହିଁ । ଏହା ବ୍ୟତୀତ ଏହି ଦେଶରେ ବଳାତ୍କାର, ଡକାୟତି, ହତ୍ୟା ଭଳି ଅପରାଧ ମଧ୍ୟ ଚାଲିଛି ।

ପାକିସ୍ତାନ : ଦକ୍ଷିଣ ଏସିଆ ସ୍ଥିତ ଦେଶ ପାକିସ୍ତାନକୁ ଏକ ଅସଫଳ ଦେଶ କୁହାଯାଏ । ପାକିସ୍ତାନ ନିଜର ଅଭ୍ୟନ୍ତରୀଣ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ପଡୋଶୀ ଦେଶ ଭାରତରେ ଆତଙ୍କବାଦ ଖେଳାଇବାରେ ଲାଗିଛି । ଗତ କିଛି ବର୍ଷ ହେବ ପାକିସ୍ତାନ ନିଜ ଦ୍ୱାରା ବିସ୍ତାର କରାଯାଇଥିବା ଆତଙ୍କବାଦ ସହ ଲଢୁଛି  । ଆଉ ଏହାର ସମସ୍ତ ସୁରକ୍ଷା ବ୍ୟବସ୍ଥା ଏହାକୁ ରୋକିବାରେ ଅସଫଳ ହୋଇଛି  । ଏଠାରେ କେତେବେଳେ କଣ ହେବ କାହାକୁ ଜଣା ନଥାଏ । ଏଠାରେ ବେମା ବିସ୍ପୋରଣ, ହତ୍ୟା, ଅପହରଣ, ବଳତ୍କାର, ସୁପାରୀ କିଲିଂ ଏକ ଅତି ସାଧାରଣ କଥା ।

ୟମନ : ୟମନ ଦେଶକୁ ‘ରିପବ୍ଲିକ ଅଫ ୟମନ’ ମଧ୍ୟ କୁହାଯାଏ । ଏଇ ଦେଶ ପଶ୍ଚିମ ଏସିଆର ଏକ ଦେଶ । ୟମନ ମଧ୍ୟ ଦେଶର ସବୁଠାରୁ ଖତରନାକ ଦେଶ ମାନଙ୍କ ତାଲିକାରେ ସାମିଲ ଅଛି କାରଣ ଅନେକ ବର୍ଷ ଧରି ଚାଲୁଥିବା ଗୃହ ଯୁଦ୍ଧ କାରଣରୁ ଏହି ଦେଶ ସବୁବେଳେ ଅଶାନ୍ତ । ଗୃହଯୁଦ୍ଧ ଯୋଗୁଁ ଏଇ ଦେଶରେ ଅପରାଧର ମାତ୍ରା ବହୁତ ଅଧିକ । ଏଥିଯୋଗୁଁ ୟମନ ନାଗରିକ ମାନେ ଦେଶ ଛାଡି ଅନ୍ୟ ଦେଶକୁ ପଳାୟନ କରୁଛନ୍ତି ।

ଆଫଗାନିସ୍ତାନ : ଆଫଗାନିସ୍ତାନ ଏକ ଏସୀୟ ଦେଶ । ଏହି ଦେଶ ନିଜର ଆତଙ୍କବାଦୀ ସଂଗଠନ କାରଣରୁ ପୁରା ଦୁନିଆରେ ଜଣାଯାଏ । ଆଫଗାନିସ୍ତାନର ନାଗରିକ ତ ଦୂରର କଥା ଏଠାରେ ମନ୍ତ୍ରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ଭାବନ୍ତି ନାହିଁ । ଏହା ଏପରି ଏକ ଦେଶ ଯେଉଁଠିକୁ କୈାଣସି ପର୍ଯ୍ୟଟକ ଯାଆନ୍ତି ନାହିଁ ।

ସୋମାଲିଆ : ସୋମାଲିଆ ଏକ ଆଫ୍ରିକ୍ରୀୟ ଦେଶ । ଏହା ସବୁଠାରୁ ଖନତନାକ ଦେଶ ମାନଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ଅଛି । ଏବେ ସୋମାଲିଆରେ ଆତଙ୍କବାଦ ଚରମ ସୀମାରେ ଅଛି । ଏଇ ଦେଶ ସାରା ଦୁନିଆରେ ଅପହରଣ, ହତ୍ୟା, ଲୁଟ ଓ ଅନ୍ୟ ଅପରାଧ ପାଇଁ କୁଖ୍ୟାତ ।

ନାଇଜେରୀୟା : ନାିଜେରୀୟା ଏକ ଆଫ୍ରିକୀୟ ଦେଶ ଏବଂ ବିପନ{ନକ ଦେଶ ମାନଙ୍କ ମଧ୍ୟରେ ଅଛି ୩ୟ ସ୍ଥାନରେ । ଆତଙ୍କବାଦୀ ସଂଗଠନ ‘ବୋକୋ ହରମ’ ଦ୍ୱାରା ଏହା ପ୍ରଭାବିତ ବୋଲି ଜଣାଯାଏ । ଏହି ଆତଙ୍କବାଦୀ ସଂଗଠନe ଅଲ କାଲଦା ସହ ମଜଭୁତ ସଂପର୍କ ଅଛି ବୋଲି ଜଣାଯାଏ । ନାଇଜେରୀୟା ଛୋଟ ସ୍କୁଲ ଛାତ୍ରୀ ମାନଙ୍କୁ ଅପହରଣ, ବଳାତ୍କାର, ହତ୍ୟା ପାଇଁ ବଦନାମ ଅଛି ।

ସିରିଆ : ଦୁନିଆର ସବୁଡାରୁ ବିପନଜ୍ଜନକ ଦେଶ ମାନଙ୍କ ତାଲିକାରେ ୨ୟ ସ୍ଥାନରେ ଅଛି ସିରିଆ । ଏବେ ଏହି ଦେଶ ଭୟଙ୍କର ଆତଙ୍କବାଦ ସମସ୍ୟା ସହ ଲଢେଇ କରୁଛି । ଏଠାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଓ ସିରିଆର ସେନାଙ୍କ ମଧ୍ୟରେ ଅନବରତ ଯୁଦ୍ଧ ଚାଲିଛି । ଏହି ଦେଶରେ ଆତଙ୍କବାଦର ସ୍ଥିତି ବହୁତ ମଜଭୁତ ଅଛି ଓ ହତ୍ୟା, ଡକାୟତି, ଅପହରଣ, ଧର୍ଷଣ ଆଦି ସମସ୍ୟାକୁ ରୋକିବା ବାଲା କେହି ନାହାନ୍ତି ।

ଇରାକ : ଇରାକ ଏକ ମୁସଲମାନ ବହୁଳ ଦେଶ ଯାହାର ରାଜଧାନୀ ବାଗଦାଦ । ଏଇ ସମୟରେ ଇରାକକୁ ସବୁଠାରୁ ବିପନଜ୍ଜନକ ଦେଶ କୁହା ଯାଉଛି । ସେଥିପାଇଁ ତାଲିକାର ଏକ ନମ୍ବରରେ ଅଛି ଇରାକ୍ । ଦେଶର ଏକ ବହୁତ ବଡ ଅଂଶ ଆଇଏସଆଇଏସ କବଳରେ ଅଛି । ଲଇ ଦେଶ ମହିଳାଙ୍କ ପାଇଁ ଏକ ନର୍କ ସଦୃଶ । ଛୋଟ ପିଲାଙ୍କୁ ଏଠାରେ ହତ୍ୟା କରିବାର ଶିକ୍ଷା ଦିଆଯାଏ,ମହିଳା ମାନଙ୍କର ଦେହ ବେପାରର ମଣ୍ଡି ଲାଗେ , ଲୋକଙ୍କୁ ଏଠାରେ ପଥରରେ ମାରି ମାରି ମାରିଦେବା ଏକ ସାଧାରଣ କଥା । ଏହାକୁ ଧରିତ୍ରୀର ନର୍କ କହିଲେ ଅନ୍ୟଥା ହେବ ନାହିଁ ।