ମାର୍ଚ୍ଚ ପହିଲାରୁ ବନ୍ଦ ହୋଇପାରେ ୧ ଲକ୍ଷରୁ ଅଧିକ ଏଟିଏମ ! ମହଙ୍ଗା ହେବ ଦେଣନେଣ କାରବାର

316

ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ସାରା ଦେଶରେ ପାଖାପାଖି ବନ୍ଦ ହୋଇପାରେ ଅଧାରୁ ଅଧିକ ଏଟିଏମ ।  ଆଉ ଏହି ଦାବି କରିଛି ସାରାଦେଶରେ ସମସ୍ତ ବ୍ୟାଙ୍କ ଏବଂ ହ୍ୱାଇଟ୍ ଲେବୁଲ  ଏଟିଏମକୁ ସଂଚାଳିତ କରୁଥିବା ସଂସ୍ଥା CONFEDERATION OF ATM INDUSTRY (CATMi ) ।  CATMiଏଭଳି ପରିସ୍ଥିତିରୁ ବାହାରିବା ପାଇଁ  ଉଭୟ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ ଜରିଆରେ ଆର୍ଥିକ କାରବାର  ଉପରେ ଲାଗୁଥିବା ଶୁଳ୍କକୁ ବୃଦ୍ଧି କରିପାକୁ ମଧ୍ୟ ପରାମର୍ଶ ଦେଇଛି ।

ଏଟିଏମ ବନ୍ଦ ହେବା ଦ୍ୱାରା ଶେଷ ହୋଇଯିବ ନିଯୁକ୍ତି

CATMiର ନିର୍ଦ୍ଦେଶକ ହିମାଂଶୁ ପୁଜାରା ଜାତୀୟ ଗଣାଧ୍ୟମରେ ଦେଇଥିବା ସୂଚନା ମୁତାବକ,  ଏଟିଏମ ବନ୍ଦ ହେବା ଦ୍ୱାରା ହଜାର ହଜାର ଲୋକଙ୍କୁ ଚାକିରି ଚାଲିଯିବ । ଏଥି ସହିତ ହିଁ ସରକାରଙ୍କ ବଜେଟ ଅଧିବେଶନ ଉପସ୍ଥାପନ କରିବାର ଉଦ୍ଦେଶ୍ୟକୁ ବି ପ୍ରଭାବିତ କରିବ । ଏଟିଏମ ସେବା ପ୍ରଦାନ କରୁଥିବା କଂପାନୀଗୁଡିକୁ ମାର୍ଚ୍ଚ ୨୦୧୯ ସୁଦ୍ଧା ପାଖାପାଖି ୧.୧୩ ଲକ୍ଷ ଏଟିଏମ ବନ୍ଦ କରିବାକୁ ପଡିପାରେ । ଏଥିରେ  ଏକ ଲକ୍ଷ  ଅଫ୍ ସାଇଟ୍ ଏଟିଏମ ଏବଂ ୧୫ ହଜାର ହ୍ୱାଇଚ୍ ଲେବୁଲ ଏଟିଏମ ସାମିଲ ରହିଛି ।

ପୁଣି ସୃଷ୍ଟି ହୋଇପାରେ ବିମୁଦ୍ରାକରଣ ଭଳି ପରିସ୍ଥିତି 

CATMiତରଫରୁ କୁହାଯାଇଛି କି, ଏଟିଏମ କଂପାନୀଗୁଡିକ ଧିରେ ଧିରେ ଏହି ସଂଖ୍ୟାରେ ହ୍ରାସତା ଆଣିବାକୁ ଚେଷ୍ଟା କରୁଛନ୍ତି । କାହିଁକି ନା ଏହାଦ୍ୱାରା ଅନେକ କ୍ଷତି ସହିବାକୁ ପଡୁଛି । ବର୍ତ୍ତମାନ ଛୋଟ ଛୋଟ ସହରଗୁଡିକରେ ଏଟିଏମକୁ ବନ୍ଦ କରାଯାଉଛି । ଏଭଳି ସ୍ଥିତିରେ ଏଟିଏମ ବନ୍ଦ ହେବା ଦ୍ୱାରା ଏହିସବୁ ସହରମାନଙ୍କର ନୋଟବନ୍ଦୀ ଭଳି ପରିସ୍ଥିତି ଉପୁଜିଯିପାରେ । ସେହିପରି ଏହାଦ୍ୱାରା ସବୁଠୁ ବେଶି କ୍ଷତି ହ୍ୱାଇଟ୍ ଲେବୁଲ ଏଟିଏମ ଅପରେଟର୍ସଙ୍କୁ ହେବ । ଏଥିପାଇଁ ଏଟିଏମ ଇଂଟରଚେଂଜ ହିଁ ଏହାର ଏକମାତ୍ର ସମାଧାନ ।  CATMi ମୁତାବକ, ଯଦି ବ୍ୟାଙ୍କ ଗୁଡିକର କ୍ଷତିକୁ ଭରଣ ନକରିପାରନ୍ତି ତେବେ ଏହା ନିଶ୍ଚୟ ଏକ ବଡ ସମସ୍ୟାରେ ପରିଣତ ହୋଇପାରେ । ଯେଉଁ କାରଣରୁ ଅଧିକାଂଶ ଏଟିଏମ ବନ୍ଦ ହୋଇଯିବ ।

ପୁଜାରା କହିଛନ୍ତି କି, ଏଟିଏମରେ ଆର୍ଥିକ କାରବାରକୁ ୧୫ ଟଙ୍କାରୁ ୧୮ ଟଙ୍କା କରିବାକୁ ପ୍ରସ୍ତାବ ରଖାଯାଇଛିା ଏହାଛଡା ପାଂଚ ଥରରୁ ଅଧିକ ଟ୍ରାନଜାକସନ କରିବା ଉପରେ କଟୁଥିବା ଶୁଳ୍କକୁ ବୃଦ୍ଧି କରାଯାଇ ୨୫ ଟଙ୍କା କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ତେବେ ଅଧିକାଂଶ ଉପଭୋକ୍ତାଙ୍କର ମାସିକ ଖର୍ଚ୍ଚ ପାଇଁ ୫ଟି ନିଃଶୁଳ୍କ ମାସିକ ଏଟିଏମ ଦେଣନେଇ ପର୍ଯ୍ୟାପ୍ତ ରୂପରେ ଅଧିକ । ପୁଜାରା କହିଛନ୍ତି କି, ସରକାର ଗ୍ରାମୀଣ ଏଟିଏମକୁ  ଆର୍ଥିକ ସବସିଡି ପ୍ରଦାନ କରନ୍ତୁ, ଯାହାଦ୍ୱାରାକି କମ ରାଜସ୍ୱ ଏବଂ ଆର୍ଥିକ କ୍ଷତିର ଭରଣା କରାଯାଇପାରିବ । ଆମେ ସବସିଡିକୁ ଗୋଟିଏ ଛୋଟ ଉପାୟରେ ଦେଖିଥାଉ  ଯାହାଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ କି ଏଟିଏମ ଡିଫ୍ଲାୟର୍ସ ସେବା ଜାରି ରଖନ୍ତୁ ଏବଂ ଗ୍ରାମୀଣ ଭାରତରେ ନୂଆ ଏଟିଏମ ସ୍ଥାପିତ କରାଯାଉ ।