ବ୍ୟାଙ୍କରେ ଟଙ୍କା ଜମାକୁ ନେଇ ପୁଣି ସୃଷ୍ଟି ହେଲା ନୂଆ ସମସ୍ୟା ! ଆପଣ ବି ଜାଣି ରଖନ୍ତୁ ନଚେତ୍ ବନ୍ଦ ହୋଇପାରେ ଆକାଉଂଟ୍

57

ଯଦି ଆପଣ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଛନ୍ତି ତେବେ ଏହି ଖବରଟି ନିଶ୍ଚୟ ପଢନ୍ତୁ । କାରଣ ବ୍ୟାଙ୍କରେ ଟଙ୍କା ଜମାକୁ ନେଇ ଏକ ବଡ ପରିବର୍ତ୍ତନ ହୋଇଛି ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ବ୍ୟାଙ୍କ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏଣିକି ଲୋକଙ୍କୁ ନିଜ ଖାତାରେ ଜମା କରୁଥିବା ଟଙ୍କା ବାବଦରେ ବି ସରକାରଙ୍କୁ କୈଫତ ଦେବାକୁ ହେବ । ଖାତାରୁ ଟ୍ରାନଂଜାକସନ ସଂପର୍କରେ ମଧ୍ୟ ସୂଚନା ଦେବାକୁ ପଡିବ । ଏଥିସହିତ ଆପଣ ଏହି ଟଙ୍କା କଣ ପାଇଁ ଆଉ କେଉଁ କାମରେ ନିବେଶ କରୁଛନ୍ତି ତାହା ମଧ୍ୟ ଦର୍ଶାଇବାକୁ ପଡିବ । ଶୁଣିବାକୁ ମିଳିଛି କି, ବ୍ୟାଙ୍କ ଟ୍ରାଂନଜାକ୍ସନକୁ ନେଇ ଥିବା ନିୟମରେ କିଛି ପରିବର୍ତ୍ତନ ଆଣାଯାଇଛି । ଯଦି କୌଣସି ଗ୍ରାହକ ବ୍ୟାଙ୍କର ଏହି ନିୟମକୁ ଉଲଘଂନ କରନ୍ତି ତେବେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଆପଣଙ୍କ ଟଙ୍କା ଉପରେ ଏବେ ଇନକମ ଟ୍ୟାକ୍ସ ବିଭାଗର ନଜର ରହିଛି ।

ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, କଳାଧନ ଉପରେ ଲଗାମ କସିବାକୁ ସରକାରଙ୍କ ତରଫରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଚେଷ୍ଟା ବଳରେ ଆୟକର ବିଭାଗ ବ୍ୟାଙ୍କ ଟ୍ରାଂଜାକସନ ଉପରେ ନଜର ରଖିବ । ଏଥିପାଇଁ ଆୟକର ଭରିବା ସମୟରେ ସତର୍କ ହେବାକୁ ପଡିବ । ନୂଆ ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କର ଗୋଟିଏ କିମ୍ବା ଏକାଧିକ ବ୍ୟାଙ୍କ ଆକାଉଂଟ ରହିଛି ଆଉ ଏହି ଆକାଉଂଟଗୁଡିକରେ ମୋଟ ୧୦ ଲକ୍ଷ ଜମା ରହିଛି ତେବେ ଏଥିପାଇଁ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଆୟକର ବିଭାଗର ସାମ୍ନା କରିବାକୁ ପଡିବ । ଅର୍ଥାତ୍ ଆପଣଙ୍କୁ ଏଥିପାଇଁ ଆୟକର ବିଭାଗକୁ କୈଫତ ଦେବାକୁ ହେବ ।

ଖାଲି ଏତିକି ନୁହେଁ, ୧ ଲକ୍ଷ ଟଙ୍କା କିମ୍ବା ଏହାଠାରୁ ଅଧିକ ଟଙ୍କା କ୍ରେଡିଟ ବିଲ ପେମେଂଟ ସଂପର୍କିତ ତଥ୍ୟ ମଧ୍ୟ ଆପଣଙ୍କୁ ଆୟକର ବିଭାଗକୁ ଦେବାକୁ ହେବ । ଏହାଛଡା ଲକ୍ଷେ ଟଙ୍କାରୁ ଅଧିକ କ୍ରେଡିଟ କାର୍ଡ ଡ୍ୟୁ ଦେବା ସମୟରେ ବି ଉଭୟ ଅନଲାଇନ କିମ୍ବା କ୍ୟାସରେ କରୁଥିବା ପେମେଂଟ ସଂପର୍କରେ ତଥ୍ୟ ମଧ୍ୟ ଦେବାକୁ ହେବ ।