ଏଟିଏମରୁ ଉଠାଇବା ସମୟରେ ଯଦି ମେସିନରେ ଅଟକି ଯାଏଁ ନୋଟ୍ ! ତେବେ ବିଚଳିତ ନ ହୋଇ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ, ମିଳିଯିବ ଆପଣଙ୍କ ଟଙ୍କା

58

ଅଧିକାଂଶ ସମୟରେ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଟିଏମରୁ ଟଙ୍କା ଉଠାଇବା ପାଇଁ ପିନକୋଡ ଫିଡିଂ କରିବା ପରେ ଟଙ୍କା ବାହାରି ଥାଏ ତ ସତ ହେଲେ ତାହା ଲୋକଙ୍କ ହାତକୁ ନଆସି ମେସିନରେ ହିଁ ଅଟକି ଯାଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲା ପରେ ଯାଇ ହିଁ ତାହା ମେସିନରୁ ବାହାରି ଥାଏ । ବେଳେ ବେଳେ ଏଭଳି ବି ହୋଇଥାଏ, ଦୀର୍ଘ ସମୟ ଧରି ଅପେକ୍ଷା କଲା ପରେ ବି ଉଠିଥିବା ଟଙ୍କା ମେସିନରୁ ବାହାରି ନଥାଏ । ଏପରି ପରିସ୍ଥିତିରେ ବ୍ୟକ୍ତି ଜଣକ ପୂରା ବିଚଳିତ ହୋଇପଡନ୍ତି । କଣ କରିବେ ମୁଣ୍ଡରେ କିଛି ପସିନଥାଏ । ତେବେ ଏଭଳି ଘଟଣା ଅଧିକାଂଶ ଲୋକଙ୍କ ଠାରେ ଘଟିଛି । ଯେଉଁମାନେ କି ବିନା କୌଣସି ପ୍ରମାଣରେ ବାଉଳିଚାଉଳି ହୋଇ ବ୍ୟାଙ୍କର ଦ୍ୱାରସ୍ତ ହୋଇଥାନ୍ତି ଆଉ ନିରାଶ ହୋଇ ଘରକୁ ଫେରିବାକୁ ପଡିଥାଏ ।

ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ଆପଣ ଆପଣଙ୍କର ଆକାଉଂଟରୁ କଟିଯାଇଥିବା ଟଙ୍କାକୁ ପୁଣି ଥରେ ଫେରସ୍ତ ପାଇପାରିବେ । ଆରବିଆଇ ଏଥିପାଇଁ କିଛି ନିୟମ ପ୍ରଚୟନ କରିଛି, କିନ୍ତୁ ଏସଂପର୍କିତ ସୂଚନା ବହୁତ କମ୍ ଲୋକଙ୍କ ପାଖରେ ହିଁ ରହିଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା….

ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ

ଆରବିଆଇ ନିୟମାନୁସାରେ, ଖାତାଧାରକ ନିଜ ବ୍ୟାଙ୍କ ଏଟିଏମ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଉଛନ୍ତି ଏବଂ କ୍ୟାସ ବାହାରୁନି ହେଲେ ତାହା ଆକାଉଂଟରୁ କଟିଯାଇଛି ତେବେ ଏଭଳି ପରିସ୍ଥିତିରେ ନିଜ ବ୍ୟାଙ୍କର କୌଣସି ବି ଶାଖାକୁ ଯାଇ ଯୋଗାଯୋଗ କରିପାରିବେ । ଯଦି କୌଣସି କାରଣରୁ ବ୍ୟାଙ୍କ ବନ୍ଦ ରହିଛି କିମ୍ବା ଛୁଟି ରହିଛି ତେବେ ଗ୍ରାହକ ବ୍ୟାଙ୍କର କଷ୍ଟମର କେୟାରକୁ କଲ କରି ଏସଂପର୍କିତ ସୂଚନା ଦେଇପାରିବେ । ଆପଣଙ୍କର ଅଭିଯୋଗ ଗ୍ରହଣ କରାଯିବ । ବ୍ୟାଙ୍କକୁ ଏଥିପାଇଁ ଏକ ସପ୍ତାହ ପାଇଁ ସମୟ ଦିଆଯିବ ।

ଟ୍ରାଂଜାକସନ ସ୍ଲିପକୁ ପାଖରେ ରଖନ୍ତୁ

ଯଦିଓ ଟ୍ରାଂନଜାକସନ ଫେଲ ହୋଇଯାଇଥିବ, କିନ୍ତୁ ଏହାର ସ୍ଲିପକୁ ଆପଣଙ୍କୁ ନିଜ ପାଖରେ ସାଇତି ରଖିବାକୁ ପଡିବ । କାରଣ, ଏହି ପର୍ଚ୍ଚି ଆଧାରରେ ଆପଣଙ୍କ ଆପଣଙ୍କର ଅଭିଯୋଗର ସତ୍ୟତା ନେଇ ପ୍ରମାଣିତ କରିପାରିବେ । ସେହିପରି ଯଦି ସ୍ଲିପ ବି ନବାହାରେ ତେବେ ଆପଣ ବ୍ୟାଙ୍କକୁ ଷ୍ଟେଟମେଂଟ ବି ଦେଇପାରିବେ । ବ୍ୟାଙ୍କର କୌଣସି ବି ଶାଖାରେ ବିଖିତ ଅଭିଯୋଗ ଦାଖଲ କରନ୍ତୁ ଏବଂ ଟ୍ରାଂନଜାକ୍ସନ ସ୍ଲିପର ଫଟୋକପିକୁ ଆଟାଚ କରନ୍ତୁ । ଟ୍ରାଂନଜାକ୍ସନ ସ୍ଲିପ ଏଥିପାଇଁ ଜରୁରୀ,କାରଣ ଏଥିରେ ଏଟିଏମର ଆଇଡି, ଲୋକେସନ, ସମୟ ଏବଂ ବ୍ୟାଙ୍କ ତରଫରୁ ରେସପନ୍ସ କୋଡ ଆଦି ପ୍ରିଂଟ ହୋଇଥାଏ ।

ସପ୍ତାହକ ଭିତରେ ମିଳିବ ଟଙ୍କା

ଆରବିଆଇ ନିୟମ ମୁତାବକ, ଯଦି ବ୍ୟାଙ୍କ ଆପଣ କରିଥିବା ଅଭିଯୋଗର ସମାଧାନ ସପ୍ତାହ ଭିତରେ ନକରେ ତେବେ ଏଥିପାଇଁ ବ୍ୟାଙ୍କୁ ପ୍ରତିଦିନ ୧୦୦ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିବ । ଗାଇଡଲାଇନ୍ସ ଅନୁସାରେ, ବ୍ୟାଙ୍କକୁ ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହେବ । ସେହିପରି ଅଭିଯୋଗର ସମାଧାନ ନକରିପାରିଲେ ସପ୍ତାହକ ପରେ ଆପଣ ବ୍ୟାଙ୍କି ଲୋକପାଳ ସହ ଯୋଗାଯୋଗ କରିପାରିବେ ।

ଗୋଟିଏ ଦିନରେ ଚାଲିଆସିବ ଟଙ୍କା

ଯଦି ଗ୍ରାହକ ନିଜ ବୟାଙ୍କର ଏଟିଏମରୁ ଟଙ୍କା ଉଠାଇଛନ୍ତି ଓ କୌଣସି କାରଣରୁ ତାହା ଏଟିଏମରୁ ବାହାରି ନାହିଁ ତେବେ ଏଥିପାଇଁ ଆପଣଙ୍କୁ ୨୪ ଘଂଟା ଅପେକ୍ଷା କରିବା ଉଚିତ । ବ୍ୟାଙ୍କ ନିଜ ତରଫରୁ ହୋଇଥିବା ଭୁଲ ପାଇଁ ଗୋଟିଏ ଦିନରେ ଆକାଉଂଟକୁ ଟଙ୍କା କ୍ରେଡିଟ୍ କରିଦେଇଥାଏ ।

ଯଦି ମାମଲା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଘଟିଛି ତେବେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି, ଅଧିକାଂଶ ସମୟରେ ଏଟିଏମ ମେସିନରୁ ଟଙ୍କା ବାହାରି ନଥାଏ କିନ୍ତୁ ମେସିନର ଲଗ୍ ବୁକରେ ଟଙ୍କା ଡେବିଟ୍ ହେବା ନେଇ ଦାଖଲ ହୋଇଯାଇଥାଏ । ଯଦି ଏବଳି କିଛି ଘଟେ ତେବେ ଆପଣ ଅସୁବିଧାରେ ପଡିପାରନ୍ତି । କାରଣ ଅନ୍ୟ ବ୍ୟାଙ୍କ ଟଙ୍କା ଦେବାକୁ ମନା କରିପାରନ୍ତି ।