ଆପଣଙ୍କୁ ମାଲାମାଲ୍ କରିବ ଏଟିଏମ ! ଜାଣନ୍ତୁ ଘରେ ବସି କିପରି ଏଟିଏମରୁ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

40

ଏଟିଏମକୁ ସାଧାରଣତଃ ଟଙ୍କା ଉଠାଇବା ଓ ଜମା କରିବାର ଏକ ମାଧ୍ୟମ ବୋଲି ଆପଣ ଭାବୁଥିବେ । ହେଲେ କେବେ ଚିନ୍ତା କରିଛନ୍ତି କି ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଆପଣ ଏଥିରୁ ଟଙ୍କା ରୋଜଗାର ମଧ୍ୟ କରିପାରିବେ । ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଏହା ସମ୍ଭବ ଅଟେ । ଆପଣ ଏଟିଏମ ଖୋଲି ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ । ହେଲେ ଏଥିପାଇଁ ଆପଣଙ୍କ ନିକଟରେ ଏକ ବ୍ୟସ୍ତବହୁଳ ଅଂଚଳରେ ଗୋଟିଏ ଦୋକାନ, ଅଫିସ କିମ୍ବା ଘର ଥିବା ନିହାତି ଜରୁରୀ । ଏବେ ଆସନ୍ତୁ ଜାଣିବା କିପରି ଆପଣ ଏଟିଏମ ଖୋଲି, ଘରେ ବସି ବସି ଟଙ୍କା ରୋଜଗାର କରିପାରିବେ ।

ନିକଟରେ Vakrangee Limited ନାମକ ଏକ ବଡ କମ୍ପାନୀ ୫୦୦ ନୂଆ ଏଟିଏମର ପ୍ରେସ ଅର୍ଡର ଏନସିଆର ଇଣ୍ଡିଆକୁ ଦେଇଛନ୍ତି । ଯାହାକି ଏକ ଏଟିଏମ ନିର୍ମାଣ କରୁଥିବା କମ୍ପାନୀ ଅଟେ । ସେହିପରି ଅନ୍ୟ କମ୍ପାନୀ ଗୁଡିକର ୱେବସାଇଟରେ ଏଟିଏମ ଖୋଲିବା ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ହ୍ୱାଇଟ୍ ଲେବୁଲ ଏଟିଏମର ଫ୍ରାଂଚାଇଜ ନେଇ ଆପଣ ଏଟିଏମ ଖୋଲି ପାରିବେ । ତେବେ ହ୍ୱାଇଟ ଲେବୁଲ ଏକ ଏଟିଏମ ସର୍ଭିସ ପ୍ରଦାନ କରୁଥିବା କମ୍ପାନୀ । ଯିଏକି ଉଭୟ ସହର ଏବଂ ଟାଉନରେ ଏଟିଏମ ଖୋଲିବା ପାଇଁ ଫ୍ରାଂଚାଇଜ ଦେଇଥାଏ । ସେହିପରି ଉଭୟ ପବ୍ଲିକ୍ ଏବଂ ପ୍ରାଇଭେଟ ବ୍ୟାଙ୍କ ବ୍ୟତୀତ ଇଣ୍ଡିକେସ, ମୁତ୍ଥୁଟ ଓ ଇଣ୍ଡିଆ ୱାନ ଭଳି କଂପାନୀମାନେ ହ୍ୱାଇଟ ଟେବୁଲ ଏଟିଏମ ସର୍ଭିସ ଉପଲବ୍ଧ କରାଇଥାନ୍ତି । ତେବେ ଏଟିଏମରୁ ରୋଜଗାର ପ୍ରତ୍ୟେକ ଦିନର ଟ୍ରାଂଜାକସନ ଉପରେ ହିଁ ନିର୍ଭର କରିଥାଏ । ଧରି ନିଅନ୍ତୁ କି, ଯଦି ଦିନକୁ ୫୦ ଟ୍ରାଂଜାକସନ ହୁଏ ତେବେ ମାସକୁ ଏଥିରୁ ଆପଣ ୧୯,୫୦୦ ଟଙ୍କା ରୋଜଗାର କରିପାରିବେ । ସେହିପରି ଯଦି ପ୍ରତ୍ୟେକ ଦିନ ୩୦୦ ଟ୍ରାଂଜକସନ ହୁଏ ତେବେ ମାସକୁ ଆପଣ ଏଥିରୁ ୧.୧୭ ଲକ୍ଷ ରୋଜଗାର କରିପାରିବେ ।

କେମିତି ଖୋଲିବେ ଏଟିଏମ

ଏଟିଏମ ଖୋଲିବା ପାଇଁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଏଟିଏମ ଇନଷ୍ଟଲ କରୁଥିବା କମ୍ପାନୀକୁ ସିକ୍ୟୁରିଟି ବାବଦକୁ ୨ରୁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ । ଏହାଦ୍ୱାରା ଆପଣଙ୍କର କଂଟ୍ରାକ୍ଟ ସରିଗଲେ ଏହି ଟଙ୍କା ଆପଣଙ୍କୁ ଫେରାଇ ଦିଆଯିବ ।

ଜାଣନ୍ତୁ ଏଟିଏମ ଖୋଲିବା ପାଇଁ କଣ ରହିଛି ନିୟମ

ଏଟିଏମ ଖୋଲିବା ନିମନ୍ତେ ପ୍ରଥମେ ଆପଣଙ୍କ ନିକଟରେ ୫୦ ରୁ ୧୦୦ ସ୍କୋୟାର ଫୁଟର ଜାଗା ଥିବା ଦରକାର । ଏହି ସ୍ଥାନ ଗ୍ରାଉଣ୍ଡ ଫ୍ଲୋରରେ ହୋଇଥିବା ଆବଶ୍ୟକ । ଏଟିଏମ ଖୋଲିବା ପାଇଁ ସିକ୍ୟୁରିଟି ବାବଦକୁ କିଛି ଟଙ୍କା କଂପାନୀ ନିକଟରେ ଜମା କରିବାକୁ ହେବ । ଯାହାର ବନ୍ଦୋବସ୍ତ ଆପଣଙ୍କୁ କରିବାକୁ ପଡିବ । ତେବେ ଏଟିଏମ ପାଇଁ ଇଣ୍ଡିଆ ୱାନର ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଦେଶର ବଡ ନନ ବ୍ୟାଙ୍କିଂ ଫାଇନାନ୍ସିଆଲ କଂପାନୀ ତଥା ମୁତ୍ଥୃଟ ହ୍ୱାଇଟ ଲେବୁଲ ଏଟିଏମ ଖୋଲିବାର ସୁଯୋଗ ଦେଉଛି । ଯେଉଁଥିରେ ଭିସା, ରୂପେ ଓ ମାଷ୍ଟର କାର୍ଡ ବଳି ତିନି ପ୍ରକାରର ଏଟିଏମ କାର୍ଡ ବ୍ୟବହାର କରାଯାଇପାରିବ । ସେହିପରି ଇଣ୍ଡିଆ ୱାନ ନାମକ କମ୍ପାନୀ ମଧ୍ୟ ଏଟିଏମ ଖୋଲିବାର ସୁଯୋଗ ପ୍ରଦାନ କରୁଛି ।ନିକଟରେ ଠVakrangee Limited କମ୍ପାନୀ ମଧ୍ୟ ନୂଆ ୫୦୦ ଏଟିଏମ ଖୋଲିବା ପାଇଁ ଅର୍ଡର ଦେଇଛି । ସେପଟେ ଆରବିଆଇ ତରଫରୁ ମଧ୍ୟ କମ୍ପାନୀକୁ ୧୫ ହଜାର ଏଟିଏମ ଖୋଲିବା ପାଇଁ ଅନୁମତି ମିଳିସାରିଛି ।