ରୋଡ ରୋମିଓଙ୍କୁ ସାବାଡ କରିବ ‘ମୋଦି ପାୱାର’! ଏଣିକି ମହିଳାଙ୍କ ପାଖକୁ ଯିବା କ୍ଷଣି ଲାଗିବ ୪୪୦ ଭୋଲ୍ଟରର ଝଟକା, ଦାମ ମାତ୍ର ୨୦୦ଟଙ୍କା

69

ଦେଶରେ ଦିନକୁ ଦିନ ବଢି ଚାଲିଛି ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା । ପ୍ରତିଦିନ କେଉଁଠି ନା କେଉଁଠି ମହିଳାମାନେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ବଡ କଥା ହେଲା ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଅନେକ ଅଭିଯାନ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । ବରଂ ଦିନକୁ ଦିନ ଏହା ଅଣାୟତ ହେବାରେ ଲାଗିଛି । ହେଲେ ଏବେ କିନ୍ତୁ ମହିଳାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନପାରେ । ଏଣିକି ମହିଳାଙ୍କୁ ଅସଦାଚରଣ କରୁଥିବା ଲୋକଙ୍କୁ ତ୍ରାହି ମିଳିବ ନାହିଁ । କାରଣ ଏଭଳି କାଣ୍ଡ କରିବାକୁ ପ୍ରୟାସ କଲେ ମାରିବ ୪୪୦ ଭୋଲ୍ଟର ଝଟକା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବାରଣାସୀରେ ଜଣେ ଛାତ୍ର ଏଭଳି ଏକ ଉପକରଣ ତିଆରି କରିଛନ୍ତି , ଯାହା ନା କି ଖାଲି ମହିଳାଙ୍କୁ ସୁରକ୍ଷା ଦେବ ବରଂ ମହିଳାଙ୍କ ପ୍ରତି ଅସଦାଚରଣ କରୁଥିବା ବ୍ୟକ୍ତିକୁ ମଧ୍ୟ ସାବାଡ କରିବ । ଅର୍ଥାତ୍ ଛାତ୍ର ଜଣକ ଏକ ୱିମାନ ସେଫ୍ଟି ଡିଭାଇସ ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଦୀ ତଥା ପର୍ସ ରହିଛି । ମୁଦୀକୁ ‘ମୋଦି ପାୱାର ରିଂଗ’ ଏବଂ ପର୍ସକୁ ‘ମୋଦି ପର୍ସ’ ଭଳି ନାଁ ରଖାଯାଇଛି ।

ବାଟଘାଟରେ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ତଥା ଅସଦାଚରଣ ଭଳି ମାମଲା କିମ୍ବା ଚୋରି ହାରାଯାନୀ, ଛିନତାଇ ବାଲାଙ୍କୁ ଏବେ ନିସ୍ତାର ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ଅଭିଯାନରୁ ପ୍ରେରିତ ହୋଇ ତାଙ୍କ ସଂସଦୀୟ କ୍ଷେତ୍ରରେ ନୂଆ ଡିଭାଇସ ପ୍ରସ୍ତୁତ କରାଯାଇଛି । ମୋଦି ପାୱାର ଏଭଳି ପ୍ରକାରର ଘଟଣାମାନ ଘଟାଉଥିବା ବ୍ୟକ୍ତିବିଶେଷଙ୍କୁ ପାନେ ଦେବ । ଆର୍ଥାତ ଯଦି କେହିବି ଏହି ଡିଭାଇସର ସସ୍ପର୍ଶରେ ଆସନ୍ତି ତେବେ ଏଥିରୁ ତାଙ୍କୁ ୪୪୦ ଭୋଲ୍ଟର କରେଂଟ ଝଟକା ଲାଗିବ ।

ପର୍ସର କଣ ରହିଛି ବୈଶିଷ୍ଟ୍ୟ

ମହିଳା ସୁରକ୍ଷା ଡିଭାଇସ ପର୍ସ ସାମ୍ନାରେ ଦୁଇଟି ମେଂଟାଲ ପ୍ଲେଟ ଲଗାଯାଇଛି, ଏହାର ସଂପର୍କରେ ଆସିବା କ୍ଷଣି ହିଁ ଉକ୍ତ ବ୍ୟକ୍ତିକୁ ଜୋରସୋରରେ କରେଂଟ ଝଟକା ଲାଗିବ । ତେବେ ଏହାର ନିୟନ୍ତ୍ରଣ ହାତରେ ହିଁ ହେବ । ସୁରକ୍ଷା ପାଇଁ ମହିଳା ସ୍ୱିଚକୁ ଦବାଇଲେ ପର୍ସରୁ କରେଂଟ ପ୍ରବାହିତ ହେବ । ଏଥିରେ ଚାର୍ଜିଂର ସୁବିଧା ମଧ୍ୟ ରହିଛି ।

ରିଙ୍ଗରୁ ବି ବାହାରିବ କରେଂଟ

ସେହିପରି, ଏହି ମୁଦିରେ ଏକ କାପାସିଟର ବ୍ୟବହାର କରାଯାଇଛି । ଏଥିରେ ଚାର୍ଜିଂ ଷ୍ଟୋର କରିବାର କ୍ଷମତା ମଧ୍ୟ ରହିଛି । ଏଥିରେ ଗୋଟିଏ ସ୍ୱିଇଚ ରହିଛି, ଯାହାକୁ ମହିଳାମାନେ କୌଣସି ଜରୁରୀକାଳୀନ ଅବସ୍ଥାରେ ବ୍ୟବହାର କରିପାରିବେ । ଅର୍ଥାତ୍ ଏହି ସୁଇଚକୁ ଦବାଇବା କ୍ଷଣି ଏଥିରେ କରେଂଟ ପ୍ରବାହିତ ହୋଇଥାଏ ।