ଓବାମା,ଟ୍ରମ୍ପ ଓ ପୁଟିନଙ୍କୁ ପଛରେ ପକାଇଲେ ମୋଦି : ଟାଇମ୍ସ ପତ୍ରିକାର ପର୍ସନ ଅଫ ଦି ଇୟର ଦୌଡରେ ଆଗରେ ପ୍ରଧାନମନ୍ତ୍ରୀ

25

142935_60_news_hub_multi_630x0-1କନକ ବ୍ୟୁରୋ : ବାରାକ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦି  । ଆମେରିକାର ଟାଇମ୍ସ ପତ୍ରିକା ପକ୍ଷରୁ କରାଯାଇଥିବା “ପର୍ସନ ଅଫ ଦ ଇୟର’ ପୁରସ୍କାର ଦୌଡରେ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ନବନିିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚୀନ ରାଷ୍ଟ୍ରପତି ଶି ଚିନପିଂଗଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅନଲାଇନ ଭୋଟିଂରେ ଲୋକେ ମୋଦିଙ୍କୁ ଅଧିକ ସଂଖ୍ୟାରେ ପସନ୍ଦ କରୁଛନ୍ତି । ତେବେ ଟାଇମ ମ୍ୟାଗାଜିନ ଏଡିଟର ହିଁ ‘ପର୍ସନ ଅପ୍ ଦ ଇୟର’ ଚୟନ ନିଷ୍ପତି ନିଅନ୍ତି । ଚଳିତ ବର୍ଷ ପ୍ରାଥମିକ ଭୋଟିଂରେ ମୋଦି ୨୧ପ୍ରତିଶତ ଭୋଟରେ ଆଗରେ ଥିବା ଜଣାପଡିଛି  । ଲଗାତର ଚତୁର୍ଥ ବର୍ଷରେ ମୋଦି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଏହି ଭୋଟିଂ ଜାରି ରହିବ  ।