ପ୍ରତିମାସ ଗରିବଙ୍କୁ ମିଳିବ ଏକ ନିର୍ଦ୍ଧାରିତ ରାଶିର ଦରମା ! ନିର୍ବାଚନ ପୂର୍ବରୁ ମୋଦି କରିପାରନ୍ତି ବଡ ଘୋଷଣା

361

ମୋଦି ସରକାରଙ୍କ ଉପରେ ବର୍ତ୍ତମାନ ରାହୁଲ ଗାନ୍ଧି ଘୋଷଣା କରିଥିବା ୟୁନିଭର୍ସାଲ ବେସିକ୍ ଇନକମ ସ୍କିମକୁ ନେଇ ଚାପ ବଢିଯାଇଛି । ଏହି ସ୍କିମ ଲାଗୁ ଲାଗୁ ହେଲେ ସମସ୍ତ ଗରିବ ତଥା ବେରୋଜଗାରୀଙ୍କୁ ପ୍ରତିମାସ ଏକ ନିର୍ଧାରିତ ଅର୍ଥରାଶି ପ୍ରଦାନ କରାଯିବ । ଯାହାର ଗ୍ୟାରେଂଟି ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।  ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ହିଁ ଏହି ଯୋଜନାକୁ ଲାଗୁ କରାଯିବା ନେଇ ଘୋଷଣା କରିପାରନ୍ତି ।

ମିଳିଥିବା ସୂଚନା ମୁତାବକ, ଫେବୃଆରୀ ପହିଲାରେ ଉପସ୍ଥାପନ ହେବାକୁ ଯାଉଥିବା ବଜେଟରେ ସରକାର ଏନେଇ ଘୋଷଣା କରିପାରନ୍ତି । ବିଶେଷ କରି  ରାହୁଲ ଗାନ୍ଧି ଘୋଷଣା ପରେ କେନ୍ଦ୍ର ସରକାରଙ୍କ ଉପରେ ଶେଷ ମୁହୂର୍ତ୍ତରେ ଏହାକୁ ବଜେଟରେ ସାମିଲ କରିବାର ଚାପ ବଢିଯାଇଛି । ତେଣୁ ଯଦି ସରକାର ଏହାକୁ ଘୋଷଣା କରିଦିଅନ୍ତି ତେବେ ଏହି ଯୋଜନାକୁ ସର୍ତ୍ତମୂଳକ ଭାବରେ  କିସ୍ତି ଆକାରରେ ଲାଗୁ କରିଦିଆଯିବ ।

ଆଗକୁ ରହିଛି ନିର୍ବାଚନ ଆଉ ଏହାରି ଭିତରେ ଭୋଟରଙ୍କୁ ମନାଇବା ପାଇଁ ରାଜନୈତିକ ଦଳମାନଙ୍କ ତରଫରୁ ବିଭିନ୍ନ ପ୍ରକାରର ଯୋଜନା ଲାଗୁ ହେବା ନେଇ ପ୍ରତିଶ୍ରୃତିର ବର୍ଷା କରିଚାଲିଛନ୍ତି । ପ୍ରଥମେ ଚାଷୀକାର୍ଡ ପରେ ଗରିବଙ୍କୁ ସର୍ବନିମ୍ନ ରୋଜଗାରର ଗ୍ୟାରେଂଟି ଦେବାକୁ ରାହୁଲ ଗାନ୍ଧି ପ୍ରତିଶ୍ରୃତି ଦେଇଛନ୍ତି  । ଛତିଶଗଡର ରାୟପୁରରେ ଆୟୋଜିତ ଏକ ରାଲିକୁ ସମ୍ବୋନ୍ଧିତ କରିବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି କି,  ଯଦି ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ସମସ୍ତ ଗରିବମାନଙ୍କୁ ସର୍ବନିମ୍ନ ରୋଜଗାର ତଥା ୟୁନିଭର୍ସାଲ ବେସିକ୍ ଇନକମର ବ୍ୟବସ୍ଥା କରାଯିବ ।

ଗରିବଙ୍କୁ ପ୍ରତିମାସ ମିଳିବ ଦରମା

• ବଜେଟରେ ୟୁନିଭର୍ସାଲ ବେସିକ୍ ଇନକମ ସ୍କିମର ଘୋଷଣା ହୋଇପାରେ ।

• ରାହୁଲ ଗାନ୍ଧିଙ୍କ ଘୋଷଣା ପରେ ସରକାରଙ୍କ ଉପରେ ଚାପ ବୃଦ୍ଧିପାଇଛି ।

• ଶେଷ ସମୁହୂର୍ତ୍ତରେ ବଜେଟ ଭାଷଣରେ ସାମିଲ କରାଯାଇପାରେ ।

• ଅରବିନ୍ଦ ସୁଭ୍ରମଣ୍ୟମଙ୍କ ତରଫରୁ ଶୁଣାଯାଇଥିବା  ସ୍କିମଠାରୁ ଏହା ସଂପୂର୍ଣ୍ଣ ରୂପେ ଭିନ୍ନ ହେବ ।

• ଆର୍ଥିକ ସର୍ଭେ ୨୦୧୬-୧୭ର ଆର୍ଥିକ ସର୍ଭେରେ ଏହି ସ୍କିମର ସୁପାରିସ କରାଯାଇଥିଲା  ।

• ସଭିଁଙ୍କୁ ଏହି ଯୋଜନାରେ ସାମିଲ କରାଯିବା ପରିବର୍ତ୍ତେ  କେବଳ ଗରିବଙ୍କୁ ହିଁ ଏଥିରେ ସାମିଲ କରାଯାଇପାରେ ।

• ଅଚଳାଚଳ ସଂପତି, ଆମଦାନୀ ଏବଂ ପେଶାକୁ ଆଧାର କରି ଏହାକୁ ପ୍ରସ୍ତୁତ କରାଯାଇପାରେ ।

• ସାରା ଦେଶରେ ଏହି ଯୋଜନାକୁ ସରକାର ଏକାସାଥିରେ ଲାଗୁ କରିବା ପରିବର୍ତ୍ତେ ପର୍ଯ୍ୟାୟକ୍ରମେ ଲାଗୁ କରିପାରନ୍ତି ।