କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଥ ପରିଷ୍କାର କରିସାରିଛନ୍ତି ମୋଦି ସରକାର ! ଜାଣନ୍ତୁ ଏହାର ୫ଟି ସଂକେତ

57

ଭାରତ ଓ ପାକିସ୍ତାନ ବିଭାଜନ ପରେ ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା ରୂପେ ଠିଆ ହୋଇଛି କାଶ୍ମୀର । ଯାହାକୁ ନେଇ ଦେଶରୁ ଆରମ୍ଭ କରି ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଥିଲା, କିନ୍ତୁ ଏଯାବତ୍ କୌଣସି ନିର୍ଯ୍ୟାସ ମିଳି ପାରିଲା ନାହିଁ । ବରଂ ଦିନକୁ ଦିନ ବଢିଚାଲିଛି ହଂସା ଏବଂ ଅଶାନ୍ତି । ୨୦୧୪ରେ ଯେତେବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେଲା ତେବେ ଏହାର ସିଧା ପ୍ରଭାବ କାଶ୍ମୀର ନୀତି ଉପରେ ପଡିଥିଲା । ଏଭଳି ପରିସ୍ଥିତିରେ ମୋଦିଙ୍କ ନୀତିକୁ ବିରୋଧ କରିଥିଲେ ବିଭିନ୍ନ ବିପକ୍ଷଦଳର ନେତାମାନେ । ଆଉ ଯାହାକୁ ନେଇ ବର୍ତ୍ତମାନ ମୋଦି ସରକାର ଏବଂ ସେନା ପକ୍ଷରୁ କାଶ୍ମୀରକୁ ନେଇ ଏକ ଷ୍ଟ୍ରିଟ୍ ଷ୍ଟ୍ରାଟେଜୀ କରାଯାଇଥିବାର ସଂକେତ ମିଳିଛି ।

ମୋଦି ସରକାରଙ୍କ ରଣନୀତିର ୫ଟି ସଂକେତ

ଗୃହମନ୍ତ୍ରୀ ରାଜନାଥଙ୍କ ସଂକଳ୍ପ

ଗୃହମନ୍ତ୍ରୀ ରାଜନାଥ ସିଂହ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଦୃଢ ସଂକଳ୍ପ ନେଇଛନ୍ତି । ସୂଚନା ମୁତାବକ, ନିକଟରେ ଏକ ସାକ୍ଷାତକାରରେ ରାଜନାଥ କହିଛନ୍ତି କି, ମୋଦି ସରକାର କାଶ୍ମୀରରେ ଉପୁଜିଥିବା ଏଭଳି ବଡ ସମସ୍ୟାର ଏକ ସ୍ଥାୟୀ ସମାଧାନ ବାହାର କରିବେ ଏବଂ ଏଥିପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।

ପ୍ରଥମ ଥର ପାଇଁ ସେନାଧ୍ୟକ୍ଷଙ୍କ ସ୍ପଷ୍ଟ ବୟାନ

ଆର୍ମି ମୁଖ୍ୟ ବିପିନ ରାୱତ୍ ପ୍ରଥମ ଥର ପାଇଁ କାଶ୍ମୀରରେ ଢେଲାପଥରଆକ୍ରମଣକାରୀଙ୍କୁ ସିଧାସଳଖ ଭାବେ ଆକ୍ରମଣ କରିଛନ୍ତି । ନିକଟରେ ରାୱତ୍ ଏକ ସାକ୍ଷାତକାରରେ କାଶ୍ମୀରରେ ହଂସା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ଚେତାବନୀ ଦେବା ସହ ପଥର ବଦଳରେ ଅସ୍ତ୍ର ଚଲାଇବାକୁ ଚେତାବନୀ ଦେଇଛନ୍ତି ।

ଲିତୁଲ ଗୋଗୋଇଙ୍କ ସମ୍ମାନ କରି ସେନାଙ୍କ ମନୋବଳକୁ ବଢାଇବା

କାଶ୍ମୀରରେ ଢେଲାପଥର ମାଡ଼କୁ ସାମ୍ନା କରିବା ପାଇଁ ଜଣେ ଯୁବକକୁ ଗାଡିରେ ବାନ୍ଧି ତାକୁ ଏକ ଢାଲ ପରି ବ୍ୟବହାର କରିଥିବା ମେଜର୍ ଲିତୁଲ ଗୋଗୋଇର ସେନାକୁ ସମ୍ମାନୀତ କରାଯାଇଛି । ଯବାନଙ୍କ ଏଭଳି ପଦକ୍ଷେପ ନା କେବଳ ଢେଲାପଥରକାରୀଙ୍କ ଉଦ୍ଦେଶ୍ୟକୁ ଅସଫଳ କରଥିଲା ବରଂ ଏଥିସହ ସେନାଙ୍କ ମନୋବଳକୁ ମଧ୍ୟ ବଢାଇଥିଲା ।

କାଶ୍ମୀରକୁ ନେଇ କୌଣସି ପ୍ରକାରର ବୁଝାମଣା ନକରିବା

ମୋଦି ସରକାର ପାକିସ୍ତାନ ସହିତ ‘ଆତଙ୍କବାଦ ଏବଂ କଥାବାର୍ତ୍ତା ଏକାସାଙ୍ଗରେ ଚାଲି ପାରିବ ନାହିଁ’ ଭଳି ନୀତିକୁ ଗ୍ରହଣ କରିଛନ୍ତି । ତେବେ କାଶ୍ମୀର ପ୍ରସଂଗରେ ପାକିସ୍ତାନ ସହିତ କୌଣସି ପ୍ରକାରର କଥାବାର୍ତ୍ତା କରିବାର ପ୍ରସ୍ତାବକୁ ମଧ୍ୟ ଅସ୍ୱୀକାର କରିଛି ଭାରତ ।

କାଶ୍ମୀରରେ ଟୁରିଜିମକୁ ବୃଦ୍ଧି କରିବା

ପାକିସ୍ତାନ ଏବଂ ପୃଥକତାବାଦୀ ନେତାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମୋଦି ସରକାର ସେଠାକାର ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତାକୁ ବଢାଇବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଲୋକେ ରୋଜଗାରକ୍ଷମ ହୋଇପାରିବେ । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଜମ୍ମୁ-ଶ୍ରୀନଗର ହାଇୱେରେ ଦେଶର ସବୁଠାରୁ ଲମ୍ବା ସୁଢଙ୍ଗର ଉଦଘାଟନ କରିଛନ୍ତି । ଏହାବ୍ୟତୀତ ଚିନାବ ନଦୀ ଉପରେ ମଧ୍ୟ ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ଏକ ରେଲୱେ ପୁଲ୍ ତିଆରି କରାଯାଉଛି ।