ଆପଣଙ୍କର ଚେକ୍ ବାଉନ୍ସ ହୋଇଯାଇଛି କି ? ତେବେ ଜାଣି ରଖନ୍ତୁ କଣ ରହିଛି ନୂଆ ନିୟମ

52

ଖୁବ୍ ଶୀଘ୍ର ଚେକ୍ ବାଉନ୍ସ ସହ ଜଡିତ ନିୟମଗୁଡିକ କଠୋର ହେବାର ସମ୍ଭାବନା ରହିଛି । କ୍ୟାବିନେଟ୍ ବୈଠକରେ ନେଗୋସିଏବୁଲ ଇଷ୍ଟ୍ରୁମେଂଟ ଆକ୍ଟ ୧୮୮୧ରେ ପରିବର୍ତ୍ତନ କରିବାର ମଂଜୁରୀ ମିଳିପାରେ ।

ଏହି ନୂଆ ନିୟମ ମୁତାବକ ବ୍ୟାଙ୍କରେ ବାଉନ୍ସ ହୋଇଥିବା ଚେକ୍ ଉପରେ ବି ଗ୍ରାହକଙ୍କୁ ଟଙ୍କା ମିଳିବ ଅର୍ଥାତ୍ ବାଉନ୍ସ ହୋଇଯାଇଥିବା ଚେକକୁ ଲୋକେ ପୁଣି ଥର ବ୍ୟବହାର କରିପାରିବେ । ତେବେ ଏହା ଉପରେ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟ ବିଚାର ବିମର୍ଶ ଚଳାଇଛନ୍ତି । ଏଥିସହିତ ପୂର୍ବ ପ୍ରଚଳିତ ନିୟମଗୁଡିକୁ ବି ଆହୁରୀ କଠୋର କରିବା ପାଇଁ ଯୋଜନା କରୁଛନ୍ତି ।

ଚେକ୍ ବାଉନ୍ସ ହେବା ଦ୍ୱାରା ବ୍ୟାଙ୍କ ଯେଉଁଠି ଜରିମାନା ଆଦାୟ କରିଥାଏ ସେଠି ଏବେ ସଂଶୋଧନର ମୋହର ଲାଗିଛି । ନିକଟରେ ପେମେଂଟ ପାଇଁ ଚେକ୍ ଜାରି କରିଥିବା ବ୍ୟକ୍ତି ବିଶେଷ କିମ୍ବା କଂପାନୀଙ୍କୁ ଚେକ୍ ବାଉନ୍ସ ହେବା ଦ୍ୱାରା ପୁଣି ଥରେ ନୂଆ ଚେକ୍ ଦେବାକୁ ପଡିଥାଏ । ଯାହାଦ୍ୱାରା ସମୟ ସହିତ ଆର୍ଥିକ କ୍ଷତି ମଧ୍ୟ ହୋଇଥାଏ । ଯାହାକୁ ଏବେ ସଂଶୋଧନ କରାଯାଇଛି । ତେବେ ନଜର ପକାନ୍ତୁ ସରକାରଙ୍କ ଦ୍ୱାରା ପ୍ରଣିତ ଏହି ନୂଆ ନିୟମରେ କଣ ସବୁ ରହିଛି ।

ନୂଆ ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କର ଚେକ୍ ବାଉନ୍ସ ହେବାର ଗୋଟିଏ ମାସ ମଧ୍ୟରେ ପେମେଂଟ ନକରନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡିବ । ତେବେ ଏଭଳି ମାମଲାରେ ଶୁଣାଣି ଫାଷ୍ଟ ଟ୍ରେକ୍ କୋର୍ଟ କରିପାରେ । ପ୍ରଚଳିତ ନିୟମରେ ମଧ୍ୟ ଜେଲ ଦଣ୍ଡାଦେଶର ଯୋଜନା ତ ରହିଛି ହେଲେ ଆଇନଗତ ଲଢେଇରେ ଏଥିପାଇଁ ଅନେକ ସମୟ ଲାଗିଯାଇଥାଏ ।

ଏବେ ନଜର ପକାନ୍ତୁ ବର୍ତ୍ତମାନ ପ୍ରଚଳିତ ନିମୟ ଉପରେ

ପ୍ରଚଳିତ ନିୟମ ଆଧାରରେ ଚେକ୍ ମୂଲ୍ୟ ଉପରେ ଦ୍ୱିଗୁଣିତ ଜରିମାନା କିମ୍ବା ଦୁଇ ବର୍ଷ ଜେଲଦଣ୍ଡାଦେଶ ଭଳି ନିୟମ ରହିଛି । ମାତ୍ର ଏହି ନିୟମ କୋର୍ଟ ଦ୍ୱାରା ନିଷ୍ପତି ପରେ ହିଁ ଲାଗୁ ହେବ ।

କେଉଁ କାରଣରୁ ହୋଇଥାଏ ଚେକ୍ ବାଉନ୍ସ

ନୋଟବନ୍ଦୀ ପରେ ସରକାରଙ୍କ ଦ୍ୱାରା ଡିଜିଟାଲ ପେମେଂଟକୁ ଅଧିକ ପ୍ରାଥମିକତା ଦେବା ସତ୍ୱେ ବି ଅଧିକାଂଶ ବ୍ୟବସାୟୀ ଚେକ୍ ଜରିଆରେ ପମେଂଟ କରିଥାନ୍ତି , କିନ୍ତୁ ଅନେକ ସମୟରେ ଚେକ୍ ଡିସଅର୍ଡର ହୋଇଯାଇଥାଏ । ଖାତାରେ ପର୍ଯ୍ୟାପ୍ତ ବାଲାନ୍ସ ନ ହେବା ବ୍ୟତୀତ ଚେକ୍ ବାଉନ୍ସ ହେବାର ଅନେକ କାରଣ ରହିଥାଏ । ଯେଉଁଥିରେ କଟିଂ, ସିଗନେଚର ମିସମ୍ୟାଚ୍, ଶଦ୍ଦରେ ଟଙ୍କାର ପରିମାଣ ଲେଖିବା ସମୟରେ ଆଣ୍ଡ ବା ଅରର ବ୍ୟବହାର କରିବା ଦ୍ୱାରା ମଧ୍ୟ ଚେକ୍ ବାଉନ୍ସ ହୋଇଯାଇଥାଏ ।