ମାତ୍ର ୫୫ ଟଙ୍କା ଖର୍ଚ୍ଚ କଲେ ପ୍ରତିମାସ ଖାତାକୁ ଆସିବ ୩ ହଜାର ଟଙ୍କା । ଦୁର୍ଘଟଣାର ଶିକାର ହେଲେ ମିଳିବ ୬ ଲକ୍ଷର ଆର୍ଥିକ ସହାୟତା, ଜାଣନ୍ତୁ କିଭଳି ଓ କେଉଁଠି ପାଇବେ ଏହାର ଫାଇଦା

630

ଫେବୃଆରୀ ୧ରେ ଅନୁଷ୍ଠିତ ହୋଇଥିବା ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ବ୍ୟବସ୍ଥା ହୋଇଛି । ମାସିକ ୧୫ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ପେନସନ ଦେବାକୁ ଘୋଷଣା କରାଯାଇଛି । ଏଥିରୁ ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ଲାଭ ମିଳିବ । ସେହିପରି ଶ୍ରମିକଙ୍କ ମୃତ୍ୟୁ ହେଲେ ପରିବାରକୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବେ ସରକାର । ତେବେ  ଏହି ପେନସନ ଯୋଜନାର ଲାଭ ଆପଣ କିଭଳି ଉଠାଇବେ ସେ ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ..

କାହାକୁ ମିଳିବ ଯୋଜନାର ଲାଭ

କେନ୍ଦ୍ରର ମୋଦି ସରକାର ନିଜର ଅନ୍ତରୀଣ ବଜେଟରେ ଅସଂଗଠିତ କ୍ଷେତ୍ରର ଲୋକଙ୍କୁ ଆର୍ଥିକରୂପରେ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନୁସାରେ, ଛୋଟ କାରଖାନାରେ କାମ କରୁଥିବା ଶ୍ରମିକ, କବିଡିଆ ତଥା ଅଳିଆ ଆବର୍ଜନା ଉଠାଉଥିବା ବ୍ୟକ୍ତିଙ୍କୁ , ଘୋଡା କିମ୍ବା ଓଟ ଗାଡି ଚଲାଉଥିବା ବ୍ୟକ୍ତି, ରିକ୍ସାବାଲା , ଘର ନିର୍ମାଣ କାର୍ଯ୍ୟରେ କାମ କରୁଥିବା ଶ୍ରମିକ ତଥା ଦିନ ମଜୁରିଆ, କୃଷକ, ବିଡି ପ୍ରସ୍ତୁତ କରିଥିବା ଲୋକ ଆଦି ଲୋକେ ଏଥିରେ ଉପକୃତ ହେବେ ।  ସେହିପରି ଯେଉଁମାନଙ୍କର ମାସିକ ୧୫ହଜାର ଟଙ୍କା ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଘୋଷଣା କରିଛନ୍ତି ସରକାର । ଯେଉଁମାନେ ଏହି ସ୍କିମରେ ସାମିଲ ହେବେ ସେମାନଙ୍କୁ ୬୦ ବର୍ଷ ହେଲେ ମାସିକ ୩ ହଜାର ଟଙ୍କା ପେନସନ୍ ପାଇବେ । ତେବେ ସେଥିପାଇଁ ମାସିକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ପଡ଼ିବ ।

କେତେ ଟଙ୍କା ଜମା କରିବାକୁ ପଡିବ

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦ୍ୱାରା ସଂସଦରେ ଉପସ୍ଥାପନା କରାଯାଇଥିବା ଅନ୍ତରୀଣ ବଜେଟ ଅନୁସାରେ,  ଏହି ଯୋଜନାର ଲାଭ ନେବା ପାଇଁ ହେଲେ ଶ୍ରମିକଙ୍କୁ ସହଯୋଗ କରିବାକୁ ହେବ । ଯଦି ଜଣେ ଶ୍ରମିକଙ୍କୁ ୨୯ ବର୍ଷ, ତେବେ ମାସିକ ୧୦୦ ଟଙ୍କା ଏହି ସ୍କିମରେ ଜମା ଦେବାକୁ ପଡ଼ିବ । ୧୯ ବର୍ଷ ହୋଇଥିଲେ ମାସିକ ଦେବାକୁ ପଡ଼ିବ ମାତ୍ର ୫୫ ଟଙ୍କା । ସମାନ ପରିମାଣର ରାଶି ସରକାର ଜମା କରିବେ । ଆଉ ଶ୍ରମିକଙ୍କୁ ୬୦ ବର୍ଷ ହୋଇଗଲେ, ସେମାନେ ମାସିକ ୩ ହଜାର ଟଙ୍କା ପେନସନ୍ ପାଇବେ ।

ଏଠାରେ ଆମେ କହି ରଖୁଛୁ କି, ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ପାଇଁ ସରକାର ୫୦୦ କୋଟି ଟଙ୍କାର ବ୍ୟୟ କରିଛନ୍ତି । ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ କହିବା କଥା ହେଲା କି ଯଦି ଆବଶ୍ୟକ ପଡେ ତେବେ ଶ୍ରମିକଙ୍କୁ ମିଳିବାକୁ ଥିବା ପେନସନ ରାଶିକୁ ବୃଦ୍ଧି କରିଦିଆଯାଇପାରେ ।

Comments are closed.