ଚାକିରୀ ଦେବେ ମୋଦି । ୧ ଲକ୍ଷ ଲୋକଙ୍କ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମାସିକ ଦରମା ୫୦ ହଜାରରୁ ବି ଅଧିକ । ଜାଣନ୍ତୁ କିଭଳି ଓ କେଉଁଠି କରିବେ ଆବେଦନ

27

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଭଳି ମହତ୍ୱାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆଧାରରେ ପାଖାପାଖି ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ବାର୍ଷିକ ସ୍ୱାସ୍ଥ୍ୟ ବୀମା ଉପଲବ୍ଧି କରାଯିବ । ଏଥିସହିତ ହିଁ ଏହି ଯୋଜନାରୁ ୧ ଲକ୍ଷ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ । ଏହି ଯୋଜନା ଅନୁସାରେ ସରକାର ଜନ-ଧନ ଯୋଜନା ଆଧାରରେ ହିଁ ଆୟୁଷ୍ମାନ ମିତ୍ର ବନାଯିବ । ସ୍ୱାସ୍ଥ୍ୟ ମିତ୍ର ଠିକ୍ ସେହିପରି ଅଟେ , ଯେପରି କି ଜନଧନ ଯୋଜନାରେ ବ୍ୟାଙ୍କ ମତ୍ର ଲୋକମାନଙ୍କର ଖାତା ଖୋଲିବା ସହିତ ବ୍ୟାଙ୍କିଂ ଟ୍ରାନଜାକସନ କରାଇଥାନ୍ତି । ଆୟୁଷ୍ମାନ ମିତ୍ରକୁ ଯେଉଁଠି ୧୫ ହଜାର ଟଙ୍କା ମାସିକ ଦରମା ମିଳୁଛି, ସେଠି ବଡ ବଡ ପ୍ରୋଫେସନାଲଙ୍କୁ ୫୦ ହଜାରରୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

କିଏ କରିବେ ନିଯୁକ୍ତି

ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରୁଥିବା ନ୍ୟାସନାଲ ହେଲଥ ଏଜେନ୍ସି ଦ୍ୱାରା ୟଙ୍ଗ ପ୍ରୋଫେସନାଲ ପ୍ରୋଗ୍ରାମର ଆୟୋଜନ କରାଯିବ । ଏହି ପ୍ରୋଗ୍ରାମ ଅନୁସାରେ ୩୨ ବର୍ଷରୁ କମ ବୟସର ଲୋକଙ୍କୁ ନିଯୁକ୍ତ ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା

• ଏଥିରେ ଯେଉଁମାନଙ୍କୁ ଚୟନ କରାଯିବ , ସେମାନଙ୍କ ନିକଟରେ ନିମ୍ନରେ ଦିଆଯାଇଥିବା ଯୋଗ୍ୟତା ଥିବା ଦରକାର, ଯେପରିକି.

• କୌଣସି ବି ପାଠ୍ୟକ୍ରମରେ ମାଷ୍ଟର ଡିଗ୍ରି କରିଥିବା ଆବଶ୍ୟକ

• କିମ୍ବା ଟେକନିକାଲ କ୍ୱାଲିଫିକେସନ ଯେପରିକି, ବିଟେକ, ଏମବିଏ

• ବିଭିନ୍ନ କ୍ଷେତ୍ରରେ ଏକ୍ସପର୍ଟ

• ଏମ.ଫିଲ କରିଥିବା ଲୋକ ବି ଆବେଦନ କରିପାରିବେ

• ରିସର୍ଚର ଅନୁଭବ ଥିବା ଦରକାର

• କିମ୍ବା କୌଣସି ପବ୍ଲିକ ହେଲଥ ସିଷ୍ଟମ ପ୍ରଜେକ୍ଟରେ କାମ କରିବାର ଏକ୍ସପ୍ରିଏନ୍ସ ଥିବା ଦରାକର

ଦରମା : ଆୟୁଷ୍ମାନ ମିତ୍ରଙ୍କୁ ୧୫ ହଜାର ଟଙ୍କା ଦରମା ମିଳିବ । କିନ୍ତୁ ଆୟୁଷ୍ମାନ ମିତ୍ର ପାଇଁ  ଦରମା ୫୦ ହଜାରରୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ  ମିଳିବ ।

ଚୟନ ପ୍ରକ୍ରିୟା : ଆୟୁଷ୍ମାନ ମିତ୍ରଙ୍କୁ ସରକାର ସିଧାସଳଖ ନିଯୁକ୍ତି କରିବେନି । ସରକାର ଏଥିପାଇଁ ମେନ୍ ପାୱାର ଯୋଗାଇ ଦେଉଥିବା କମ୍ପାନୀଙ୍କ ସହାୟତା ନେବ । ମେନ୍ ପାୱାର ଯୋଗାଇ ଦେଉଥିବା କମ୍ପାନୀଙ୍କ ଚୟନ ବିଣ୍ଡିଙ୍ଗ ଆଧାରରେ କରାଯାଏ । ଭିନ୍ନ ଭିନ୍ନ ଅଂଚଳରେ ବିଣ୍ଡିଙ୍ଗ ଜରିଆରେ କମ୍ପାନୀଙ୍କୁ ଏହି କାମ ଦିଆଯିବ । ବିଣ୍ଡିଙ୍ଗରେ ସଫଳ ହୋଇଥିବା କମ୍ପାନୀ ହିଁ ସ୍ୱାସ୍ଥ୍ୟ ମିତ୍ରର ନିଯୁକ୍ତି କରିବେ । ଯଦି କେହି ଆୟୁଷ୍ମାନ ମିତ୍ର ହେବା ପାଇଁ ଚାହୁଁଛନ୍ତି, ତେବେ ଏହି କମ୍ପାନୀ ଗୁହିକ ସହିତ ସଂପର୍କ କରନ୍ତୁ ।

Comments are closed.